ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରେମ ସମ୍ପର୍କ କୁ କେନ୍ଦ୍ର କରି ଯୁବକ କୁ ଛୁରା ମାଡ

ଚନ୍ଦାହାଣ୍ଡି 24/11((ମନିସ)–ନବାରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧୀନ ଫଟାମୁଣ୍ଡା ଗ୍ରାମରେ ପ୍ରେମସମ୍ପର୍କ କୁ କେନ୍ଦ୍ର କରି କୃତିବାସ ଭୋଇ (42) ଓରଫ ପୋଟୋ ନିଜ ଦାଦା ପୁଅ ଜଗମୋହନ ଭୋଇ (40) ଙ୍କ ଛୁରା ମାଡ ରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ମେଡିକାଲ ରେ ଚିକିତ୍ସିତ ହେଉ ଥିବା ନେଇ ଚନ୍ଦାହାଣ୍ଡି ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି l ଚନ୍ଦାହାଣ୍ଡି ଥାନା କେସ ନଂ 149/22 ନୁସାରେ ଏକ ମାମଲା ରୁଜ୍ଜୁ କରିବା ସହ ଅଭିଯୁକ୍ତ ଜଗମୋହନ ଭୋଇ ଙ୍କ ବିରୁଦ୍ଧରେ ଦଫା 307 ଲଗାଇ ଏହାର ତଦନ୍ତ ଭାର ଏସ ଆଇ ଶିବ ପ୍ରସାଦ ମହାନ୍ତି ଙ୍କୁ ଦେଇ ଥିବା ସେ ସୂଚନା ଦେଇଛନ୍ତି l ଅଭିଯୁକ୍ତ ଯୁବକ ଜଗ ମୋହନ ଫେରାର ହୋଇ ଯାଇଥିବା ଥାନା ଅଧିକାରୀ ଶ୍ରୀ ନାୟକ ପ୍ରକାଶ କରିଛନ୍ତି l  ପୋଲିସ ସୂତ୍ର ଅନୁସାରେ ଫଟାମୁଣ୍ଡା ଗ୍ରାମ ର ଜଗମୋହନ ଭୋଇ ଏବଂ କୃତିବାସ ଭୋଇ ହେଉଛନ୍ତି ଦୁଇ ସମର୍କୀୟ ଭାଇ l କୃତିବାସ ଭୋଇ ର ସମ୍ପର୍କୀୟ ଭାଉଜ ତଥା ଜଗମୋହନ ର ସ୍ତ୍ରୀ ସହ ପ୍ରେମ ସମ୍ପର୍କ ରହିଥିବା ସହ କିଛିଦିନ ତଳେ ଜଗମୋହନ ର ସ୍ତ୍ରୀ ଚଇତି ଭୋଇ 3 ଛୁଆ ଏବଂ ସ୍ୱାମୀ କୁ ଛାଡି କୁଆଡେ ଚାଲି ଯାଇଥିଲା l ଏହାକୁ ନେଇ କୃତିବାସ ଏବଂ ଜଗମୋହନ ମଧ୍ୟରେ ଝଗଡା ହେଉଥିଲା l ଚଇତି ଗାଁ କୁ ଫେରିବା ରୁ ବୁଧବାର ଦିନ ଦୁଇ ପରିବାର ମଧ୍ୟ ରେ ଗଣ୍ଡଗୋଳ ହେବା ସହ , ଚଇତି ଜଗମୋହନ ପାଖରେ ରହିବା କୁ ମନା କରି ଦେଇ କୃତିବାସ ପାଖରେ ରହିବା କୁ ଜିଦ ଧରିବାରୁ ଗଣ୍ଡ ଗୋଳ ଉଗ୍ର ରୂପ ନେବା ସହ ଜଗମୋହନ ଏକ ଧାରୁଆ ଅସ୍ତ୍ର ରେ ପେଟ କୁ ଭୁସି ଦେବାରୁ କୃତିବାସ ର ଅନ୍ତ ଭୁଜୁଲା ବାହାରି ପଡିବା ସହ ସେ ଗୁରୁତର ହୋଇ ପଡିଥିଲା l ପରିବାର ଲୋକେ ତୁରନ୍ତ 108 ଯୋଗେ ଚନ୍ଦାହାଣ୍ଡି ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ l ସେଠାରୁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ କୁ ସ୍ଥାନାନ୍ତର କରାଯାଇଥିଲା l ସେଠାରୁ ବ୍ରହ୍ମପୁର ବଡମେଡିକାଲ କୁ ସ୍ଥାନାନ୍ତର କରାଯାଇଥିବା ଏସ ଏଲ ଏନ ମେଡିକାଲ କଲେଜ ପକ୍ଷ ରୁ ସୂଚନା ମିଳିଛି l ଗୁରୁବାର ଦିନ କୃତିବାସ ର ମାଁ ରତ୍ନା ଭୋଇ ଚନ୍ଦାହାଣ୍ଡି ଥାନା ରେ ଏତଲା ଦେଇ ଥିବା ନେଇ ଥାନାଧିକାରୀ ଉମେଶ ଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି l

 ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ୍ 

Related posts

ଜାତି ପ୍ରତି ନିଷ୍ଠା ହିଁ ସହିଦଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି , ଘଷିପୁରାରେ ଅମୃତ ମହୋତ୍ସବ ପାଳିତ

Sunil Chandra Nayak

ବସଷ୍ଟାଣ୍ଡ ଦୁର୍ଗାପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ

Sunil Chandra Nayak

ଉତ୍କେଲା ମେନରୋଡ ରେ ଷ୍ଟ୍ରିଟ ଲାଇଟ ଲଗାଇଲେ ସରପଞ୍ଚ

Sunil Chandra Nayak

Leave a Comment

error: Content is protected !!