ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଲକ କର୍ମଚାରୀ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

କୋକସରା,୨୬/୪- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେ ପ୍ରଗତି ସହାୟକ ଭାବେ କାର୍ଯ୍ୟରତ ଥିବା କର୍ମଚାରୀ କ୍ଷମାନିଧି ସାହୁ ଚାକିରୀ ଜୀବନ ରୁ ଅବସର ଗ୍ରହଣ କରିବା ପରେ କୋକସରା ବ୍ଲକ ପକ୍ଷରୁ ତାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ବ୍ଲକ ପ୍ରଗତି ସହାୟକ ଭାବେ ଶ୍ରୀ ସାହୁ କୋକସରା ବ୍ଲକ ରେ କାର୍ଯ୍ୟଭାର ନେଇ ବ୍ଲକ ର ବିଭିନ୍ନ ଉନ୍ନୟନ କାର୍ଯ୍ୟ କୁ ସୁଚାରୁ ରୁପେ ସମ୍ପାଦିତ କରିଛନ୍ତି। ଶନିବାର ବ୍ଲକ ପରିସରରେ ତାଙ୍କୁ କୋକସରା ବିଡ଼ିଓ ମନୀଷା ଦାସ, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ନାରାୟଣ ଭୋଇ, ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା, ବ୍ଲକ ର ମୁଖ୍ୟ କିରାଣୀ ସମେତ ସମସ୍ତ କନିଷ୍ଠ ଯନ୍ତ୍ରୀ,ପଞ୍ଚାୟତ ନିର୍ବାହୀ ଅଧିକାରୀ ସମୁହ ,ଗ୍ରାମ ରୋଜଗାର ସେବକ ସମୁହ, ଯୋଗାଣ ସହାୟକ ସମୁହ ଙ୍କ ସମେତ ବ୍ଲକ ରେ କାର୍ଯ୍ୟରତ ଅନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ବିଦାୟ କାଳୀନ ସମ୍ବର୍ଦ୍ଧନା ଦେଇ ତାଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରିଛନ୍ତି।

ମ ନି ସ

Related posts

ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ ଙ୍କ କବିତା ବଂଶୀ ର ସୁର

ମମତା ସାହୁ ଙ୍କ କବିତା କୁଆଁର ପୁନେଇ ଜହ୍ନ

Sunil Chandra Nayak

ଭଟାଙ୍ଗପଦର ଓ ଲାଞ୍ଜିଗଡ଼ରୋଡ଼ଠାରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!