ଧର୍ମଗଡ:୧୪/୪/୨୨: ଧର୍ମଗଡ ଡ଼ିଗ୍ରୀ ମହିଳା ମହାବିଦ୍ୟାଳୟ ରେ ଓଡ଼ିଆ ବିଭାଗ ର ଏକ ସେମିନାର ଅନୁଷ୍ଠିତ ହୋଇ ଯାଇଛି । ବିଭାଗୀୟ ମୂଖ୍ୟ ଜୟନ୍ତୀ କୁମାରୀ ମୁଦୁଲି ଙ୍କ ତତ୍ତ୍ଵାବଧାନ ରେ ଅନୁଷ୍ଠିତ ଏହି ସେମିନାର ରେ ଅଧ୍ୟାପିକ ସରୋଜ ମେହେର ଅଧ୍ୟକ୍ଷତା କରିଥିବା ବେଳେ ପଦ୍ମାଳୟା ଦଣ୍ଡସେନା ମୂଖ୍ୟ ଅତିଥି, ଅଧ୍ୟାପିକା ଅନିତା ସାହୁ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ । ଛାତ୍ରୀ ଅଞ୍ଜଳୀ ବୁଡେକ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ । ରଜେଶ୍ୱରି ମହାରଣା, ଜ୍ୟୋତ୍ସ୍ନା ମେହେର,ଅନିତା ମହାଲିକ ଙ୍କ ସମେତ ଅନ୍ୟ ୧୩ ଜଣ ଛାତ୍ରୀ ଗଙ୍ଗାଧର ସାହିତ୍ୟ ସମ୍ପର୍କିତ ନିଜ ନିଜ ସନ୍ଦର୍ଭ ପାଠ କରିଥିଲେ । ସୋଦନ ନାଏକ, ଲକ୍ଷ ପତି ନାଏକ, ହିମାଂଶୁ ସା ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଛାତ୍ରୀ ରୀତା ନାଏକ ଧନ୍ୟବାଦ ଜ୍ଞାପନ କରି ଥିଲେ ।
ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ ।