ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହିଳା ମହାବିଦ୍ୟାଳୟ ରେ ଓଡ଼ିଆ ବିଭାଗ ର ସେମିନାର

ଧର୍ମଗଡ:୧୪/୪/୨୨:  ଧର୍ମଗଡ ଡ଼ିଗ୍ରୀ ମହିଳା ମହାବିଦ୍ୟାଳୟ ରେ ଓଡ଼ିଆ ବିଭାଗ ର ଏକ ସେମିନାର ଅନୁଷ୍ଠିତ ହୋଇ ଯାଇଛି । ବିଭାଗୀୟ ମୂଖ୍ୟ ଜୟନ୍ତୀ କୁମାରୀ ମୁଦୁଲି ଙ୍କ ତତ୍ତ୍ଵାବଧାନ ରେ ଅନୁଷ୍ଠିତ ଏହି ସେମିନାର ରେ ଅଧ୍ୟାପିକ ସରୋଜ ମେହେର ଅଧ୍ୟକ୍ଷତା କରିଥିବା ବେଳେ ପଦ୍ମାଳୟା ଦଣ୍ଡସେନା ମୂଖ୍ୟ ଅତିଥି, ଅଧ୍ୟାପିକା ଅନିତା ସାହୁ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ । ଛାତ୍ରୀ ଅଞ୍ଜଳୀ ବୁଡେକ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ । ରଜେଶ୍ୱରି ମହାରଣା, ଜ୍ୟୋତ୍ସ୍ନା ମେହେର,ଅନିତା ମହାଲିକ ଙ୍କ ସମେତ ଅନ୍ୟ ୧୩ ଜଣ ଛାତ୍ରୀ ଗଙ୍ଗାଧର ସାହିତ୍ୟ ସମ୍ପର୍କିତ ନିଜ ନିଜ ସନ୍ଦର୍ଭ ପାଠ କରିଥିଲେ । ସୋଦନ ନାଏକ, ଲକ୍ଷ ପତି ନାଏକ, ହିମାଂଶୁ ସା ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଛାତ୍ରୀ ରୀତା ନାଏକ ଧନ୍ୟବାଦ ଜ୍ଞାପନ କରି ଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ ।

Related posts

ରାଇରଙ୍ଗପୁର ପିସିଏମ ଭଵନରେ ବିଜେପି ପଶ୍ଚିମ ମୟୂରଭଞ୍ଜ ମହିଳା ମୋର୍ଚ୍ଚାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

Sunil Chandra Nayak

ମରଣାନ୍ତକ ଆକ୍ରମଣ ଅଭିଯୁକ୍ତ ଙ୍କୁ ୫ ବର୍ଷ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଲେ ଧର୍ମଗଡ ଅତିରିକ୍ତ ଜିଲ୍ଲା ଦୌରା ଜଜ

Sunil Chandra Nayak

ଲାଞ୍ଜିଗଡ-: ରାବଣଦରୋ ସମିକ୍ଷା ବୈଠକରେ ଡିଏଫଓ ଓ ରେଞ୍ଜର ଯୋଗ ନ ଦେବା ନେଇ ବିଧାୟକଙ୍କ ଅସନ୍ତୋଷ

Leave a Comment

error: Content is protected !!