ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ସୀତାପତି କଳା ସାଂସ୍କୃତିକ ଅନୁଷ୍ଠାନରେ ଶ୍ରୀରାମ ଲୀଲା

ନର୍ଲା (ମ.ନି.ସ) ନର୍ଲା ବ୍ଳକ ତିତକେଲା ଗ୍ରାମରେ ୬୭ତମ ଶ୍ରୀରାମ ଲୀଲା ଉତ୍ସବ ଅନୁଷ୍ଠିତ ହେଉଛି। ଶ୍ରୀ ସୀତାପତି କଳା ସାଂସ୍କୃତିକ ଅନୁଷ୍ଠାନର କଳାକାରଙ୍କ ଦ୍ବାରା ପରିବେଷିତ ଆକର୍ଷଣୀୟ ଶ୍ରୀରାମ ଲୀଲା ନାଟକ ଦର୍ଶକଙ୍କ ନିକଟରେ ବେଶ ପ୍ରଶଂସନୀୟ ହେଉଛି। ଗତ ୧୦ ତାରିଖ ଦିନ ଠାରୁ ଆରମ୍ଭ ହୋଇଥିବା ଯାତ୍ରାରେ ୧୭ ତାରିଖ ଦିନ ଲଙ୍କଦେବୀ ମାନସିକଧାରୀଙ୍କ ଗୁହାରି ଶୁଣି ଅଭୟ ପ୍ରଦାନ କରିବେ। ଏଥିରେ ନବମୀ ତିଥିରେ ଶ୍ରୀରାମ ପୂଜାର୍ଚ୍ଚନା କରାଯାଇଥିଲା। କର୍ତ୍ତା ଭାବେ ନରୋତ୍ତମ ବିଶ୍ୱାଳ, ଦେବକୀ ବିଶ୍ୱାଳ ଓ ପୂଜକ ଦନାର୍ଦନ ପାଢ଼ୀ କାର୍ଯ୍ୟ ସମ୍ପାଦନ କରିଥିଲେ। ରାମାୟଣ ପୁରାଣ ପଠନରେ ଶ୍ରୀ ପାଢୀଙ୍କ ସହିତ ପଞ୍ଚାନନ ଗଡତିଆ, ଧ୍ରୁବଚରଣ ବିଶ୍ୱାଳ, ନବୀନ ବିଶ୍ୱାଳ ସହଯୋଗ ପ୍ରଦାନ କରିଥିଲେ। ଶ୍ରୀରାମ ଲୀଲା ନାଟକରେ ରାମ ଚରିତ୍ରରେ ଭୋଲାନାଥ ଗଡତିଆ, ସୀତା, ଲକ୍ଷ୍ମଣ ଓ ରାବଣ ଚରିତ୍ରରେ ଯଥାକ୍ରମେ ଭୂପେନ୍ଦ୍ର ବିଶ୍ୱାଳ, ସୁଦର୍ଶନ ଗଡତିଆ ଓ ସଞ୍ଜୟ ଗହୀର ନିଖୁଣ ଅଭିନୟ କରୁଥିବା ଜଣାଯାଏ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ଏଟିଏମ ଲୁଟ ଉଦ୍ୟମ ବିଫଳ 

Sunil Chandra Nayak

ପ୍ରବଳ ବର୍ଷା ଯୋଗୁଁ ଆପ୍ରୋଚ ରୋଡ଼ ଧୋଇ ଗଲା… ଧର୍ମଗଡ଼ କୁ ଯୋଗାଯୋଗ ବିଚ୍ଛିନ୍ନ….

Sunil Chandra Nayak

କର୍ଲାମୁଣ୍ଡା ଜୋନ୍ ‘ଖ’ରେ କଂଗ୍ରେସ ପ୍ରାର୍ଥୀ ସୁରେଶ ଚୌଧୁରୀ ବିଜୟୀ

Sunil Chandra Nayak

Leave a Comment

error: Content is protected !!