ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ସୀତାପତି କଳା ସାଂସ୍କୃତିକ ଅନୁଷ୍ଠାନରେ ଶ୍ରୀରାମ ଲୀଲା

ନର୍ଲା (ମ.ନି.ସ) ନର୍ଲା ବ୍ଳକ ତିତକେଲା ଗ୍ରାମରେ ୬୭ତମ ଶ୍ରୀରାମ ଲୀଲା ଉତ୍ସବ ଅନୁଷ୍ଠିତ ହେଉଛି। ଶ୍ରୀ ସୀତାପତି କଳା ସାଂସ୍କୃତିକ ଅନୁଷ୍ଠାନର କଳାକାରଙ୍କ ଦ୍ବାରା ପରିବେଷିତ ଆକର୍ଷଣୀୟ ଶ୍ରୀରାମ ଲୀଲା ନାଟକ ଦର୍ଶକଙ୍କ ନିକଟରେ ବେଶ ପ୍ରଶଂସନୀୟ ହେଉଛି। ଗତ ୧୦ ତାରିଖ ଦିନ ଠାରୁ ଆରମ୍ଭ ହୋଇଥିବା ଯାତ୍ରାରେ ୧୭ ତାରିଖ ଦିନ ଲଙ୍କଦେବୀ ମାନସିକଧାରୀଙ୍କ ଗୁହାରି ଶୁଣି ଅଭୟ ପ୍ରଦାନ କରିବେ। ଏଥିରେ ନବମୀ ତିଥିରେ ଶ୍ରୀରାମ ପୂଜାର୍ଚ୍ଚନା କରାଯାଇଥିଲା। କର୍ତ୍ତା ଭାବେ ନରୋତ୍ତମ ବିଶ୍ୱାଳ, ଦେବକୀ ବିଶ୍ୱାଳ ଓ ପୂଜକ ଦନାର୍ଦନ ପାଢ଼ୀ କାର୍ଯ୍ୟ ସମ୍ପାଦନ କରିଥିଲେ। ରାମାୟଣ ପୁରାଣ ପଠନରେ ଶ୍ରୀ ପାଢୀଙ୍କ ସହିତ ପଞ୍ଚାନନ ଗଡତିଆ, ଧ୍ରୁବଚରଣ ବିଶ୍ୱାଳ, ନବୀନ ବିଶ୍ୱାଳ ସହଯୋଗ ପ୍ରଦାନ କରିଥିଲେ। ଶ୍ରୀରାମ ଲୀଲା ନାଟକରେ ରାମ ଚରିତ୍ରରେ ଭୋଲାନାଥ ଗଡତିଆ, ସୀତା, ଲକ୍ଷ୍ମଣ ଓ ରାବଣ ଚରିତ୍ରରେ ଯଥାକ୍ରମେ ଭୂପେନ୍ଦ୍ର ବିଶ୍ୱାଳ, ସୁଦର୍ଶନ ଗଡତିଆ ଓ ସଞ୍ଜୟ ଗହୀର ନିଖୁଣ ଅଭିନୟ କରୁଥିବା ଜଣାଯାଏ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ସାମ୍ବାଦିକଙ୍କୁ ପୋଲିସର ଆକ୍ରମଣ ଘଟଣା – ମୁଖ୍ୟମନ୍ତ୍ରୀ ଓ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ କଲା ଚନ୍ଦାହାଣ୍ଡି ସାମ୍ବାଦିକ ସଂଘ  

Sunil Chandra Nayak

ପିପଲପଦର ମହାଲକ୍ଷ୍ମୀ କ୍ରିକେଟ କ୍ଲବରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ

Sunil Chandra Nayak

ଡୁର୍କାମୁଣ୍ଡା ଗ୍ରାମରେ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ଶବ ଉଦ୍ଧାର , ଶବ ବ୍ୟବଚ୍ଛେଦ ଗୃହ ନ ଥିବାରୁ ଲୋକେ ହନ୍ତସନ୍ତ 

Leave a Comment

error: Content is protected !!