ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭୁବନରେ ତ୍ରୀରଙ୍ଗା ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଢେଙ୍କାନାଳ ଜିଲ୍ଲା ଭୁବନରେ ତ୍ରୀରଙ୍ଗା ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଶ୍ବର ସର୍ବ କନିଷ୍ଠ ଶହୀଦ ବୀର ବାଜି ରାଉତଙ୍କ ଗାଁରେ ତ୍ରିରଙ୍ଗା ପଦଯାତ୍ରା ଆରମ୍ଭ କରିବା ସହିତ ଭୁବନସ୍ଥିତ କାଳୀବଜାର ରୁ ସହିଦ ବୀର ବାଜିରାଉତଙ୍କ ଜନ୍ମମାଟି କୁ ଦୀର୍ଘ୍ୟ ଚାରି କିଲୋମିଟର ପଦଯାତ୍ରା କରିଛନ୍ତି । ସ୍ୱାଧୀନତାର ୭୫ ବର୍ଷ ଅବସରରେ ଦେଶ ପାଳୁଛି ଅମୃତ ମହୋତ୍ସବ । ଏହି ପରିପ୍ରେକ୍ଷୀରେ ଭୁବନ ହନୁମାନ ମନ୍ଦିରରୁ ପୂଜାର୍ଚ୍ଚନା କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ହଜାର ହଜାର କର୍ମୀ ଓ ନେତାଙ୍କ ଗହଣରେ ତ୍ରିରଙ୍ଗା ପଦଯାତ୍ରା ଆରମ୍ଭ କରିଛନ୍ତି । ଶହୀଦ ବାଜି ରାଉତଙ୍କ ଗାଁ ନୀଳକଣ୍ଠପୁରରେ ପଦଯାତ୍ରା ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ସ୍ମୃତି ସ୍ଥମ୍ଭରେ ପୁଷ୍ପମାଲ୍ୟ ପ୍ରଦାନ କରିଛନ୍ତି । ବିଶାଳ ଶୋଭାଯାତ୍ରାରେ ନେତା ଓ କର୍ମୀଙ୍କ ସହ ମିଶି ସମଗ୍ର ଭୁବନ ଗାଁ ପଦଯାତ୍ରାରେ ପରିଦର୍ଶନ କରିଥିଲେ ।ଏଥିସହିତ କେନ୍ଦ୍ର ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ଓ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ । ସ୍ୱାଧୀନତାର ଏହି ଅମୃତ ମହୋତ୍ସବରେ ଦଳ ବଳ ନିର୍ବିଶେଷରେ ସମସ୍ତେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନ ରେ ଅନୁପ୍ରାଣିତ ହେବା ସହ ଅଗଷ୍ଟ ୧୩ ,୧୪ ଓ ୧୫ ତାରିଖ ତିନି ଦିନ ଘରେ ଘରେ ତ୍ରିରଙ୍ଗା ଉଡାଇ ମହୋତ୍ସବ ପାଳନ କରିବାକୁ ଶ୍ରୀଯୁକ୍ତ ପ୍ରଧାନ ନିବେଦନ କରିଥିଲେ ଏବଂ ବୀର ଶହୀଦ ବାଜି ରାଉତଙ୍କ ଗାଁରେ ପହଞ୍ଚି ନିଜକୁ ସୌଭାଗ୍ୟ ମଣ୍ଡିତ କରିଥିବା ପ୍ରକାଶ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

ଶ୍ରୀନିବାସ ପଣ୍ଡା ଙ୍କ ଗଳ୍ପ ଝିଅ ନୁହେଁ ସେ ହୀରାଟିଏ

Sunil Chandra Nayak

ଏସ. କେ. ଜି. ସାରସ୍ୱତ ଟ୍ରଷ୍ଟ ଓ ପଠାଗାରର ବାର୍ଷିକ ଉତ୍ସବ ଓ ଶାରଦୀୟ ବନ୍ଧୁ ମିଳନ

Sunil Chandra Nayak

ମେଗାଲିଫ୍ଟ କେନାଲ ରୁ ଖରିଫ ଚାଷ ପାଇଁ ଆଜିଠୁ ଜଳସେଚନ ଆରମ୍ଭ

Sunil Chandra Nayak

Leave a Comment

error: Content is protected !!