ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଗକୁ ରାକ୍ଷୀ ପୂର୍ଣିମା – ଦୂର ଦୁରାନ୍ତକୁ ରାକ୍ଷୀ ପଠାଇବା ପାଇଁ ଡାକ ବିଭାଗର ସ୍ବତନ୍ତ୍ର ବ୍ୟବସ୍ଥା

ଆଗକୁ ଆସୁଛି ରାକ୍ଷୀ ପୂର୍ଣିମା। ଦୂର ଦୁରାନ୍ତରେ ଥିବା ଭାଇ ମାନଙ୍କ ପାଖକୁ ଭଉଣୀ ମାନେ ରାକ୍ଷୀ ପଠାଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛି ଡାକ ବିଭାଗ। ପୂର୍ବ ଭଳି ଡାକ ଘରେ ଅଧିକ ରାକ୍ଷୀ ଯାଉ ନଥିବା ବେଳେ ମଧ୍ୟ କିଭଳି ଅଧିକରୁ ଅଧିକ ରାକ୍ଷୀ ଡାକ ବିଭାଗ ମାଧ୍ୟମରେ ଭଉଣୀ ମାନଙ୍କ ରାକ୍ଷୀ ସୁରକ୍ଷିତ ଭାବେ ପହଞ୍ଚିବ ତାହାକୁ ଦୃଷ୍ଟିରେ ରଖି ଡାକ ବିଭାଗ ରାକ୍ଷୀ ପୂର୍ଣିମା ପାଇଁ ସ୍ବତନ୍ତ୍ର ୱାଟରପ୍ରୁଫ ଏନଭଲପ ର ବ୍ୟବସ୍ଥା କରା ଯାଇଥିବା ବେଳେ ଏହାର ଦାମ ପାଞ୍ଚ ଟଙ୍କା ରଖାଯାଇଛି। ବର୍ଷା ଦିନରେ ରାକ୍ଷୀ ପୂର୍ଣିମା ପଡୁଥିବାରୁ ଦୂର ଦୂରାନ୍ତ କୁ ସାଧା ଖାମ୍ ରେ ପଠାଯାଉଥିବା ରାକ୍ଷୀ ନଷ୍ଟ ହୋଇ ଯାଉଥିବାରୁ ଡାକ ବିଭାଗ ୱାଟରପ୍ରୁଫ ଏନଭଲପ ର ର ବ୍ୟବସ୍ଥା କରିଛି ଓ ଏହା ସମସ୍ତ ପୋଷ୍ଟ ଅଫିସରେ ଉପଲବ୍ଧ ହେବ। ଏହି ୱାଟରପ୍ରୁଫ ଏନଭଲପରେ ସ୍ପିଡ ପୋଷ୍ଟ ରେ ରାକ୍ଷୀ ପଠାଇଲେ ଉକ୍ତ ରାକ୍ଷୀ ୩ରୁ ୫ଦିନ ମଧ୍ୟରେ ପହଞ୍ଚି ଯାଉଥିବା ବେଳେ କଟକ ଓ ଭୁବେଶ୍ଵରକୁ ଏହାର ମୂଲ୍ୟ ୧୮ଟଙ୍କା ଓ ଅନ୍ୟାନ୍ୟ ସ୍ଥାନ କୁ ଓଜନ ହିସାବରେ ୪୧ ଟଙ୍କାରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡିବ ବୋଲି ଡାକ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ରେଜିଷ୍ଟର ପୋଷ୍ଟ ଜରିଆରେ ସଂପୃକ୍ତ ୱାଟରପ୍ରୁଫ ଏନଭଲପରେ ରାକ୍ଷୀ ପଠାଇଲେ ୬ ରୁ ୧୦ ଦିନ ଭିତରେ ପହଞ୍ଚୁ ଥିବାବେଳେ ଏହାର ମୂଲ୍ୟ ପ୍ରତି ୨୦ ଗ୍ରାମ ପିଛା ୨୨ଟଙ୍କା ରହିଛି। ଗତ ଦୁଇ ବର୍ଷ ହେଲା ୱାଟରପ୍ରୁଫ ଏନଭଲପ ର ବେଶ୍ ଚାହିଦା ରହିଛି।ଚଳିତ ବର୍ଷ ମଧ୍ୟ ଏହାର ଚାହିଦା ଅଧିକ ରହିଛି। ଭୁନେଶ୍ବରସ୍ଥିତ ଡାକ ଘରେ ଦିନକୁ ପ୍ରାୟ ୪୦ ରୁ ୫୦ ଗ୍ରାହକ ୱାଟରପ୍ରୁଫ ଏନଭଲପ ରେ ରାକ୍ଷୀ ପଠାଉ ଥିବା ଡାକ ବିଭାଗ ପକ୍ଷରୁ ସୂଚନା ମିଳିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ମଣିଷ ବଦଳରେ ମେସିନ୍ କରୁଛି ମନରେଗା କାର୍ଯ୍ୟ

Sunil Chandra Nayak

ଦିବ୍ୟାଙ୍ଗ ଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କଲେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଓ ବିଡିଓ

Sunil Chandra Nayak

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର ଆହତ 

Sunil Chandra Nayak

Leave a Comment

error: Content is protected !!