ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜବାହର ଉଚ୍ଚବିଦ୍ୟାପୀଠ କୋକସରା ର 1998 ବ୍ୟାଚ ର ବନ୍ଧୁମିଳନ ଅନୁଷ୍ଠିତ

ବେହେରା -:  ବନ୍ଧୁତା ଏପରି ଏକ ସମ୍ପର୍କ ଯାହା ଦୃଢ଼ ଓ ସ୍ଥାୟୀ ହୋଇଥାଏ l ବନ୍ଧୁଟିଏ ଜୀବନର ସବୁ ମୁହୂର୍ତ୍ତରେ ଆମ ସାମ୍ନାରେ ଠିଆ ହୋଇଥାଏ l ଆଉ ପିଲାଦିନର ସାଙ୍ଗ ହୋଇ ପଢୁଥିବା ବନ୍ଧୁକୁ କେବେ ଭୁଲି ହୁଏ ନାହିଁ, ତାହା ସବୁଠୁ ଅଲଗା l ପଢିଲା ସମୟର ଅନେକ ଅଭୁଲା ପୁରୁଣା ସ୍ମୃତି କୁ ମନେ ପକାଇ ଗଗନ ମେହେର ଙ୍କ ଉଦ୍ୟମରେ ଜବାହର ଉଚ୍ଚ ବିଦ୍ୟାପୀଠ କୋକସରା 1998 ବ୍ୟାଚ ର ଛାତ୍ରଛାତ୍ରୀ ପର୍ଯ୍ୟଟନ ସ୍ଥଳୀ ଦୋକାରୀଚଞ୍ଚରା ଠାରେ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ କେକ୍ କାଟି ଥିଲେ ଏବଂ ଅନେକ ବର୍ଷ ପରେ ଏକଜୁଜ ହୋଇଥିବାରୁ 98 ବ୍ୟାଚ ର ସମସ୍ତ ସାଙ୍ଗସାଥି ଡ୍ୟାନ୍ସ କରି ଦିନ ସାରା ମନୋରଞ୍ଜନ କରିଥିଲେ l ଯୋଗାଯୋଗ ଅଭାବରୁ କିଛି ସାଙ୍ଗ ବାଦ ପଡ଼ିଥିଲେ ଆଗାମୀ ଦିନରେ ସମସ୍ତଙ୍କୁ ଯୋଗାଯୋଗ କରି 2023 ରେ ଆଉ ଥରେ ଏକଜୁଟ ହୋଇ ଭାତୃତ୍ୱ ସମ୍ପର୍କ ବଜାୟ ରଖିବୁ ବୋଲି ମତପ୍ରକାଶ କରିଛନ୍ତି l ଏହି ବନ୍ଧୁମିଳରେ 1998 ବ୍ୟାଚର ଗଗନ ମେହେର,ଦିପ୍ତୀ ରଞ୍ଜନ ସେନାପତି(ଲିଟୁ ),ମୁଖ୍ୟ ପ୍ରଧାନୀ,ପବିତ୍ର ପାତ୍ର(ଟୁନା),ପ୍ରଦୀପ ବିହାରୀ, ମନୋଜ ବାଗ,ପ୍ରହଲ୍ଲାଦ ନାଏକ , ହୃଷିକେଶ ଘି,ନିଳେନ୍ଦ୍ରି ମାଝୀ, ରୀନା ନାଏକ,ଭାମା ଛତ୍ରିଆ,ପ୍ରଭାସିନୀ ବାଗ (ମୁନୀ),ପ୍ରଭାସିନୀ ମହାନନ୍ଦ, ପ୍ରମୁଖ ଯୋଗଦେଇ ପୁରୁଣା ସ୍ମୃତି କୁ ମନେ ପକାଇଥିଲେ l

ବେହେରା ରୁ କାମେସ ନାଗ ଙ୍କ ରିପୋର୍ଟ ।

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ ଗୀତା ଜ୍ଞାନ

Sunil Chandra Nayak

ମମତା ସାହୁ ଙ୍କ କବିତା ପିତୃପକ୍ଷ

Sunil Chandra Nayak

ଭଟାଙ୍ଗପଦର ଓ ଲାଞ୍ଜିଗଡ଼ରୋଡ଼ଠାରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!