ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜେପି ରୁପ୍ରା ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ 

ରୁପ୍ରା, ୧୮/୭ (ମନିସ ) : ନର୍ଲାବ୍ଲକ୍ ଅଧିନ ଭୀମକେଲା ସ୍ଥିତ ସାନ୍ଦୁଲ୍ ନଦୀ କୂଳରେ ଅବସ୍ଥିତ ଶିଵ ମନ୍ଦିର ପରିସରରେ ଆଜି ଅପରାହ୍ନରେ ଭାରତୀୟ ଜନତା ପାର୍ଟି ରୁପ୍ରା ମଣ୍ଡଳ ତରଫରୁ ମଣ୍ଡଳ ସଭାପତି କିର୍ତ୍ତୀଚନ୍ଦ୍ର ମାହାରଙ୍କ ସଭାପତିତ୍ବରେ ତୃତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ଉପ ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅନିରୁଦ୍ଧ ପଧାନ, ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରଦୀପ ନାଏକ, ପୂର୍ବ ବିଧାୟକ କୁମରମଣି ଶବର, ଜିଲ୍ଲା କାର୍ୟକାରୀଣି ସଦସ୍ୟ ଦିବାକର ବାଗ, ୨୦୨୨ ନିର୍ବାଚନର ଜିଲ୍ଲା ପରିଷଦ ପ୍ରାର୍ଥୀନୀ ସଞ୍ଜୁ ସାହୁ, ଓବିସି ମୋର୍ଚ୍ଚା ଜିଲ୍ଲା ଆଇଟି ଓ ମିଡ଼ିଆ ସେଲ୍ ସଦସ୍ୟ ଅଜୟ କୁମାର ସେନାପତି, ରୁପ୍ରା ମଣ୍ଡଳ ଉପସଭାପତି ଡାକରୁଷୀ ସାହୁ, ମଣ୍ଡଳ ସମ୍ପାଦକ ନବୀନ ପଧାନ, ଯୁବ ମୋର୍ଚ୍ଚା ସଭାପତି ଦିନେଶ ସାହୁ, ଏସ୍. ସି ମୋର୍ଚ୍ଚା ସଭାପତି ଭୋଦେବ ସେନାପତି, ଜିଲ୍ଲା ଯୁବ ମୋର୍ଚ୍ଚାର ମୋତି ରଞ୍ଜନ ସାହୁ, ସୁରେଶ ସାହୁ, ଜୟଦେବ ସାହୁ ଙ୍କ ସମେତ ବନବାସୀ କଲ୍ୟାଣ ଆଶ୍ରମ ବ୍ଲକ ସଂଯୋଜକ ରାଜୀବ ଲୋଚନ ପୋଢ ଓ ଅନେକ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ। ଉକ୍ତ ବୈଠକରେ ମୁଖ୍ୟତଃ ୨୫ ଜଣିଆ ବୁଥ୍ କମିଟି ଗଠନ ଓ ବିଭିନ୍ନ ମୋର୍ଚ୍ଚା କମିଟି ଗଠନ ବାବଦରେ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରଦୀପ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ

Related posts

ଜଗନ୍ନାଥ ଜାଗରଣ ମଂଚର ସହିଦ ପ୍ରଦୀପ ପଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି

Sunil Chandra Nayak

ଉଦାହରଣ ଟ୍ରଷ୍ଟ ର ତୃତୀୟ ସହୀଦ ସମ୍ମାନ ସମାରୋହ ଆସନ୍ତା ୧୪ ରେ……

masiha

କାଉଡି ଯାତ୍ରାର ସୁପରିଚାଳନା ନିମନ୍ତେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

Sunil Chandra Nayak

Leave a Comment

error: Content is protected !!