ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା ରଥ

         ରଥ

ରଥ ଯାତରାରେ ଭକତ ଭିଡରେ 

ବଡଦାଣ୍ଡେ ତୋର ଯିବି 

ତୋ ରଥ ଦଉଡି ଆନନ୍ଦରେ ଭିଡି 

ତୋର ନାମ ଗାଉଥିବି । 

 

ରଥ ଯାତରାକୁ ପୁରୀ କୁ ଯିବାକୁ 

ମନେ ହେଉଅଛି ଭାବି 

ନ ଲାଗିଲେ ଡୋରି ଯିବି କିବା ପୁରୀ 

ଅଟଇ ବଡ ଅଭାବି । 

 

ଭାବ କୁ ନିକଟ ଅଭାବ କୁ ଦୂର 

ଉଦାହରଣ ଟେ ଦେବି 

ଭାବେ ବଳରାମ ବାଲି ରଥେ ବାନ୍ଧି 

ରଖିଲା ଚରଣ ସେବି । 

 

ସାଲବେଗ ଡାକେ ରଥ ଅଟକିଲା 

ଚାହେଁନା ତା ପରି ହେବି   

ତୋ କରୁଣା ହେଲେ ଭକତଙ୍କ ମେଳେ 

ତୋ ରଥ କୁ ଟାଣି ନେବି । 

 

ରଥରେ ବାମନ ରୂପ ଦରଶନ 

ସତେ କିବା ମୁଁ କରିବି 

ଏଡେ ଭାଗ୍ୟ ସତେ କପାଳେ ଅଛି କି 

ଦେଖି ମୁହିଁ ତରିଯିବି । 

 

ପାପ ନେତ୍ର କିବା ପବିତ୍ର ହୋଇବ 

ଭାବ ଭୋଳେ ଦେଖୁଥିବି 

ତୁମ ରଥଯାତ୍ରା ହେ ବିଶ୍ବ କରତା 

ସତେ କିବା ଦେଖି ଯିବି । 

ଶ୍ଯାମା ପ୍ରସାଦ୍ ବୋଷ୍ 

ବେଗୁନିଁଆ , ମଲ୍ଲୀକ୍ ସାହି 
ଗୋପ୍ , ପୁରୀ 

 

Related posts

ଏସୟୁଜେ ସହ ଜାନ ଅନୁବନ୍ଧିତ ‘ସାମ୍ବାଦିକଙ୍କୁ ଜୀବନ ସାରା ମାସିକ ୫ ହଜାର ଟଙ୍କା ଭତ୍ତା ଦିଅ’

Sunil Chandra Nayak

ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ, ରସଗୋଲା ଓ ଲଷ୍ମୀ-ନାରାୟଣ ଭେଟ

Sunil Chandra Nayak

କଳାହାଣ୍ଡି ପୋଲିସ କୁ ବଡ ସଫଳତା ,୧୦ ଜଣିଆ ଆନ୍ତଃ ଜିଲ୍ଲା ଡକାୟତ ଗ୍ୟାଙ୍ଗ କୁ ଗିରଫ କଲା କଳାହାଣ୍ଡି ପୋଲିସ

Sunil Chandra Nayak

Leave a Comment

error: Content is protected !!