ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

 

ଜଗା ଆଖି ଠାରି ଭକ୍ତ ଆସେ ଘେରି

     ପାଇବା ତାଙ୍କ ଦର୍ଶନ

କିଏ ଫୁଲ ମାଳ କିଏ ଧୂପ ଦୀପ

   ଭକ୍ତିରେ କରି ସମ୍ମାନ।

କେବେସେ ଆସନେ ବଡଦାଣ୍ଡ ରଥେ 

    ଭକ୍ତଙ୍କୁ ଶୋଭାର ହରି

ଭକ୍ତି ନମସ୍କାର ମୁକ୍ତିଲାଭ ଦୀନ

   ମୋ ଦୁଃଖ କରିବ ପାରି।

ଆପତ୍ତି କରୁଛି ମିନତୀ କରୁଛି

   ଜଗତରୁ ଯାଉ ଦୁଃଖ

ସର୍ବ ଜନ ମନ ଶାନ୍ତିରେ ରହନ୍ତୁ

    ଏତିକି ମାଗୁଛି ଭିକ।

ତୁମେ ତ ରଖିଛ ଦୁନିଆ ଖବର

     କିଏ ଭକ୍ତ ଭଗବାନ

ସଭିଙ୍କ ଭିତରେ ସମାନତା ପ୍ରେମ

    ଜାଗ୍ରତ ହେଉ ସମାନ।

ଭକ୍ତି ବି ସମାନ ଆଶିର୍ବାଦ ସମ

       ମୁକ୍ତିଲାଭ ପଥ କୁହ

ଚରଣେ ଶରଣ ହାତ ଯୋଡ଼ି କରି

     ସଦା ସତ ଶିକ୍ଷା ଦିଅ।

ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Related posts

ରାଷ୍ଟ୍ରପତି ଙ୍କ ଶପଥ ପାଠ ଅବସରରେ ଶୁଭକାମନା ରଖିଲେ ଆଦିବାସୀ ମହିଳାମାନେ

Sunil Chandra Nayak

ମୟୂରଭଞ୍ଜ – ଶିକ୍ଷାନୁଷ୍ଠାନର ସମସ୍ତ ଦାୟିତ୍ବ ସ୍ଵୟଂ ସହାୟିକା ଗୋଷ୍ଠୀକୁ ସଂପୁର୍ଣ୍ଣ ହସ୍ତାନ୍ତର କରାଯିବାପାଇଁ ସବୁବର୍ଗର ଶିକ୍ଷକଙ୍କ ଦାବି

ବିଜେଡିର ବାଜିମାତ୍ – କଂଗ୍ରେସ ଓ ବିଜେପିକୁ ମିଳିଛି କେବଳ ଗୋଟିଏ   ଗୋଟିଏ ୱାର୍ଡ

Sunil Chandra Nayak

Leave a Comment

error: Content is protected !!