ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାଧନା ପଣ୍ଡା ଙ୍କ କବିତା ତାରୁଣ୍ୟ ସ୍ମାରକି ଲୁଚି ଗଲା 

   ତାରୁଣ୍ୟ ସ୍ମାରକି ଲୁଚି ଗଲା 

 

ଲେଖିଛକି ବଂଧୁ  

ଲେଖିଛ କି କେବେ ….. ?

 ବରଷା ଋତୁର ରଚନା,,,

ପଞ୍ଚମେ , ଅଷ୍ଟମେ ନିଶ୍ଚେ ଲେଖିଥିବ

  ଭଲକରି ମନେ ପଡେନା ।।

 

ବଦଳିଛି ଏବେ ଋତୁଙ୍କ ଅବଧି

ଲେଖିଥିଲେ ଯାହା , ଭକ୍ତ-ମଧୁ କବି

  “ବର୍ଷାରେ ଆଷାଢ ଶ୍ରାବଣ 

        ମେଘ ବରଷଇ ଘନ ଘନ ।।

 

ନାହିଁ ତ’ ବରଷା ନାହିଁ ସେ’ ଆଷାଢ 

 ମେଘ ମନ ନୁହେଁ ଛନ୍ଦ ଛନ ,

ମେଘ ଭୂଲି ଗଲା ଡଙ୍ଗା ଭାସି ଗଲା

ହୋଇ ଗଲା ସ୍ମୃତି ପିଲା ଦିନ ।।

 

 ଆଷାଢ ଶ୍ରାବଣ ମାସ ସାରା,,,

ଚାଷ ଜମି ସବୁ ଚଞ୍ଛା ଚଞ୍ଛି କରି 

 କ୍ରିକେଟ ଖେଳନ୍ତି ପିଲେ ପରା !

 

 ନାହିଁ ତ’ ବରଷା ନାହିଁ ପୁଣି ଡଙ୍ଗା

 ଅଶାଢ ବର୍ଷାରେ ଭିଜି ଭିଜି ଦିନେ

  ଭସାଉ ଥିଲେ କରି କେତେ ଡଙ୍ଗା                                                

              

କାହିଁ ସେ’ କଦମ୍ବ ,
କାହିଁ ତା’ ସୁଗନ୍ଧ 
   ଆହା ….. ,
 ତାରୁଣ୍ୟ ସ୍ମାରକି ଲୁଚି ଗଲା…….!!

 

        ସାଧନା ପଣ୍ଡା 

       କଳ୍ପନା, ଭୁବନେଶ୍ବର

Related posts

ବିଜୟ କୁମାର ଜେନା ଙ୍କ କବିତା ମାତୃ ଦିବସ ଉପଲକ୍ଷେ

ମହାଯୋଗୀ ଶ୍ରୀଅରବିନ୍ଦଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଜାଗରଣ ଯାତ୍ରା ଅନୁଷ୍ଠିତ 

Sunil Chandra Nayak

ଜୀ ସାର୍ଥକର ଏକ ଅଭିନବ ପ୍ରୟାସ – ‘ନାଲି ବିନ୍ଦୁ’ ଅଭିଯାନ

Sunil Chandra Nayak

Leave a Comment

error: Content is protected !!