ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଇକ ଉପରେ ପଡିଲା ଗଛ,ଅଳ୍ପକେ ବର୍ତିଲେ ଚାଳକ

ଚନ୍ଦାହାଣ୍ଡି(ମନିସ) ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ଫଟିକି-ଦେଓବନ୍ଧ ରାସ୍ତାରେ ଗତ ସୋମବାର ଦିନ ସକାଳେ ଏକ ବାଇକ ଉପରେ ବିରାଟ ନିଳଗିରୀ ଗଛ ହଠାତ ଭାଙ୍ଗି ପଡିଯିବା ରୁ ବାଇକ ଚାଳକ ଅଳ୍ପକେ ବଞ୍ଚି ଯାଇଥିଲେ। ସୂଚନା ରୁ ପ୍ରକାଶ ଚନ୍ଦାହାଣ୍ଡି ବ୍ଲକ କେନ୍ଦୁଗୁଡା ଗ୍ରାମର ଭାରୁବନ୍ଧ ବାଘ ଗତ ସୋମବାର ସକାଳେ ନିଜ ବାଇକ ରେ ପରିବା ନେଇ ଦେଓବନ୍ଧ ସାପ୍ତାହିକ ବଜାର କୁ ଯାଉଥିବା ବେଳେ ଫଟିକି ରାସ୍ତା ପାର୍ଶ୍ବରେ ଥିବା ଏକ ବିରାଟ ନିଳଗିରୀ ଗଛ ହଠାତ ଭାରୁବନ୍ଧ ଙ୍କ ବାଇକ ଉପରେ ପଡି ଯାଇଥିଲା । ତେବେ ଭାରୁବନ୍ଧ ସୌଭାଗ୍ୟ ବସତ ବର୍ତି ଯାଇଥିବା ବେଳେ ଵାଇକ ଟି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ବାଇକ ଉପରେ ଗଛ ପଡି ରାସ୍ତା ଅବରୋଧ ହୋଇଥିବା ରୁ କିଛି ସମୟ ପାଇଁ ଯାତାୟତ ବନ୍ଦ ହୋଇ ଯାଇଥିଲା। ଫଟିକି ସମିତି ସଭ୍ୟ ସନ୍ତୋଷ ପଟ୍ଟନାୟକ ଚନ୍ଦାହାଣ୍ଡି ଅଗ୍ନିଶମ ଵିଭାଗକୁ ଅବଗତ କରାଇବା ପରେ ରାସ୍ତା ରୁ ଗଛ କାଟି ସଫା କରିଥିଲେ ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଜାତୀୟ ଫ୍ଳୋରେନ୍ସ୍ ନାଇଟିଙ୍ଗଲ ପୁରସ୍କାର ପାଇଁ ମନୋନୀତ ଏମକେସିଜି ମେଡିକାଲରେ କାର୍ଯ୍ୟରତ ନର୍ସ ଶିବାନୀ ଦାସ

କଳାହାଣ୍ଡି ଗଣଦୁଷ୍କର୍ମ ମାମଲା: ତିନି ଅଭିଯୁକ୍ତଙ୍କୁ ୭ ବର୍ଷ ଜେଲ୍‌ ଦଣ୍ଡାଦେଶ

ଚିଲିଗୁଡା ସରକାରୀ ନୀଳ ମାଧବ ହାଇ ସ୍କୁଲ ସ୍ମାର୍ଟ ସ୍କୁଲ ଭାବରେ ଲୋକାର୍ପିତ

Leave a Comment

error: Content is protected !!