ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତେଲକୋଇ ଠାରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳିତ

ବାଲେଶ୍ଵର,୧୬/୮/୨୨- ଓଡିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ବାଳିକା ଉଚ୍ଚ ବିଦ୍ୟାଳୟ ତେଲକୋଇ ଠାରେ ସ୍ୱାଧୀନତାର ଅମୃତ ମହୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ସାହିତ୍ୟ ସଭାରେ ସୁନ୍ଦର ମୋ ଭାଷା ସାହିତ୍ୟର ସମ୍ପାଦକ ନାରାୟଣ ଚନ୍ଦ୍ର ସେନାପତି ଅଧ୍ୟକ୍ଷତା କରିଥିଲେ । ଓଡିଶା ସାହିତ୍ୟ ଏକାଡେମୀ କେନ୍ଦୁଝର ସଦସ୍ୟ ପିନାକୀ ମିଶ୍ର ଆବାହକ ଥିଲେ । ମଧୁସୂଦନପୁର ସେବାଶ୍ରମର ପ୍ରଧାନ ଶିକ୍ଷୟିତ୍ରୀ ସରସ୍ଵତୀ ମିଶ୍ର ମୁଖ୍ୟ ଅତିଥି, ବରିଷ୍ଠ କବି ପ୍ରାଣବଲ୍ଲଭ ନାୟକ ଉଦ୍ଘାଟକ, ଚାରିଗଡ଼ ମହାବିଦ୍ୟାଳୟ ଅଧ୍ୟକ୍ଷ ମାନଗୋବିନ୍ଦ ସାହୁ ମୁଖ୍ୟ ବକ୍ତା ଓ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବାସୁଦେବ ମହାନ୍ତ ସମ୍ମାନିତ ଅତିଥି ଆସନରେ ଆସୀନ ଥିଲେ । ଅତିଥି ମାନେ ଓଡ଼ିଆ ସାହିତ୍ୟର ବିକାଶ ପାଇଁ କଲମ ସଳଖ କରନ୍ତୁ ଆଉ ଜଣେ ଜଣେ ସଚ୍ଚା ଦେଶପ୍ରେମୀ ଭାବେ ନିଜକୁ ଗଢ଼ନ୍ତୁ ବୋଲି କହିଥିଲେ । ଦୋବଲାପାଳ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ବାରିକଙ୍କ ସଂଯୋଜନାରେ ପରିଚାଳିତ କବିତା ପାଠ ଉତ୍ସବରେ ପ୍ରତାପ ଚନ୍ଦ୍ର ମହାନ୍ତ, ଶଙ୍କର୍ଷଣ ମହାନ୍ତ, ଘନଶ୍ୟାମ ମହାନ୍ତ, ସ୍ବର୍ଣ୍ଣପ୍ରଭା ସେଠୀ ସମେତ କବିଙ୍କର ମୋଟ ୨୮ଟି କବିତା ପଠନ କରାଯାଇ ଭାରତମାତାଙ୍କୁ ସମର୍ପିତ କରାଯାଇଥିଲା । ଓଡିଶା ଏକାଡେମୀ ଦ୍ୱାରା ପ୍ରଦତ୍ତ ବ୍ୟାଗ, ଡାଇରୀ, କଲମ ଓ ପାରିତୋଷିକ ଖର୍ଚ୍ଚ ୨୨ଜଣଙ୍କୁ ଅର୍ପଣ କରାଯାଇଥିଲା । ସଭାରେ ଅତିଥି ପରିଚୟ ବରିଷ୍ଠ ଶିକ୍ଷକ ଚିତ୍ତରଞ୍ଜନ ପଟ୍ଟନାୟକ କରିଥିବାବେଳେ ଅକ୍ଷୟ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ନିମନ୍ତ୍ରଣ କ୍ରମେ ବାଲେଶ୍ଵର ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା ଯୋଗଦେଇ କବିତା ପାଠରେ ନିଜକୁ ନିୟୋଜିତ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବିଶ୍ୱଜିତ୍ ନାୟକ ଙ୍କ କବିତା ମାତୃ ଦିବସ

Sunil Chandra Nayak

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ଜାମଦା ର ରାଜକିଶୋର ଦାସଙ୍କ ସଫଳତା

Sunil Chandra Nayak

ରାଜ୍ୟରେ ନିର୍ମାଣ ହେବ ମଡେଲ ମଣ୍ଡି, ୧୨୮ ବହୁମୁଖୀ ଗୋଦାମ ଗୃହ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଶେଷ ପାଇଁ ନିର୍ଦ୍ଦେଶ

Sunil Chandra Nayak

Leave a Comment

error: Content is protected !!