ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୁଆଁ ଖାଇଲେ ମହିମା ଧର୍ମାବଲମ୍ବୀ

ନୂଆପଡା: ଭାଦ୍ରବ ମାସ ପଞ୍ଚମୀ ତିଥିରେ ପଶ୍ଚିମ ଓଡିଶା ବାସି ନୁଆଁ ଅନ୍ନ ଖାଇଥାନ୍ତି , ତାକୁ ପଶ୍ଚିମ ଓଡିଶା ର ଗଣ ପର୍ବ ନୂଆଖାଇ ବୋଲି କହିଥାନ୍ତି । ହେଲେ ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ତୁକଲା ଗ୍ରାମର ଐତିହାସିକ ଯୋଗୀମଠ ପାହାଡ଼ଦେଶ ରେ ଥିବା ବାବା ମଠର ଅଲେଖ ଧର୍ମାବଲମ୍ବି ମାନେ ଶ୍ରାବଣ ମାସ ପୁର୍ଣିମାତିଥି ରେ ମହା ଆଡମ୍ବର ରେ ନୂଆଖାଇ ପର୍ବ ପାଳନ କରିଥାନ୍ତି । ଅର୍ଥାତ ଆଜି ଗୁରୁବାର ରକ୍ଷା ବନ୍ଧନ ରେ ପ୍ରଥମେ ସେମାନେ ନୁଆଁ ଅର୍ଣ୍ଣ ଖାଇଛନ୍ତି। ମଠର ମୁଖ୍ୟ ବାବା ଲଛମନଙ୍କ ସମେତ ପଚାଶ ରୁ ଅଧିକ ସାଧୁସନ୍ଥ ନୁଆଁ ଖାଇଥିଲେ। ଯଦି ବା ନୂଆଖାଇର ପରମ୍ପରା ସମାନ ରହିଥିଲେ ହେଁ ଅଲେଖ ଧର୍ମାବଲମ୍ବି ର ସାଧୁ ସନ୍ଥ ମାନଙ୍କ ଅଲଗା ଧର୍ମ ବିଶ୍ୱାସ ରହିଛି। ଅନ୍ୟ ଦେବଦେବୀ ଙ୍କୁ ଲାଗି ହେବା ପୂର୍ବରୁ ମହିମା ଗୋସାଇଁଙ୍କୁ ପ୍ରଥମ ଭୋଗ ଦେବାର ପରମ୍ପରା ଅନୁସାରେ ଏହା ପାଳନ କରାଯାଏ। ପଶ୍ଚିମ ଓଡିଶା ସମେତ ଛତିଶଗଡ଼ ର ଭକ୍ତ ମାନେ ମଧ୍ୟ ଏହି ମଠକୁ ଆସି ନବାନ୍ନ ଭକ୍ଷଣ କରିଥାନ୍ତି। ଆଜି ପଶ୍ଚିମ ଓଡିଶା ର ଅନ୍ୟାନ୍ୟ ଅଲେଖ ଧର୍ମାବଲମ୍ବି ମାନଙ୍କ ଭଳି ନୂଆପଡା ଜିଲ୍ଲା ର ତୁକଲା ବାବା ମଠ , ସିନାପାଲି ବ୍ଲକ ଶରଧାପୁର ବାବା ମଠ , ରାଣୀପୁର ମଠ ରେ ନୂଆ ଅର୍ଣ୍ଣ ଖାଇଛନ୍ତି । ପ୍ରଥମ ଅମଳ ହେଉଥିବା (ଆଟ ଧାନ )କୁ ନୁଆଁ ପାତ୍ର ରେ ସଂଗ୍ରହ କରି ଅଲେଖ ମଠ ରେ ରଖି ଥିଲେ । ଏହା ମାଟି ପାତ୍ରରେ ନୁଆଁ ଧାନ କୁ ନିଆଁ ରେ ଭାଜିବା ପରେ ଗୁଣ୍ଡ କରି ଚୁଡା ପ୍ରସ୍ତୁତ କରିଥିଲେ । ପରେ ,ଘିଅ , ଗୁଡ , ପଞ୍ଚାମୃତ , କଦଳୀ , ନଡ଼ିଆ ମିଶାଇ ନବାର୍ଣ୍ଣ ତିଆରି ହୋଇଥିଲା । ଅଲେଖ ଗୋସାଇଁ ଙ୍କୁ ନବାର୍ଣ୍ଣ ଟେକିବା ପରେ ସାଧୁ ସନ୍ଥ ମାନେ ମିଳିତ ଭାବରେ ନୁଆଁ ଅର୍ଣ୍ଣ ଭକ୍ଷଣ କରିଥିଲେ ଓ ଜୁହାର ଭେଟ ହୋଇଥିଲେ। ଏହା ପରେ ସାଧୁସନ୍ଥ ବିଶ୍ୱର ମଙ୍ଗଳ କାମନା କରି ଅଲେଖ ମହିମା ଙ୍କୁ ସାମୁହିକ ପ୍ରାର୍ଥନା କରିଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଥୁଆମୂଳ ରାମପୁର ବ୍ଳକର ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ

Sunil Chandra Nayak

ଖସିଗୁଡ଼ାରେ ଗଢିଲା ତିନି ଠାକୁରଙ୍କ ୩ ରଥ

ଚେଙ୍ଗଯୋଡା ପଡିଆର ଦୁଇ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ! ବାର୍ଦା ସ୍ପୋର୍ଟିଂ ଟିମ୍ ଚମ୍ପିୟାନ

Sunil Chandra Nayak

Leave a Comment

error: Content is protected !!