କୋଷାଗୁମୁଡ଼ା…୧୧|୦୮| ମ ନି ସ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ୍ ଅନ୍ତର୍ଗତ ବାମୁଣି ପଞ୍ଚାୟତ ର ବି. ଗୁମଣ୍ଡଲି ଗ୍ରାମର ଦୁଇ ଭାଇ ର ଘର ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଛି! ସେ ଦୁଇ ଭାଇ ଙ୍କ ନାମ ହେଲl ଗୋପି ଭତରା ଏବଂ ତ୍ରିଲୋଚନ ଭତରା। ତିନି ଦିନ ର ଲଗାଣ ବର୍ଷା ରେ ଗାଁ ରେ ପ୍ରାୟ ଦୁଇ ଫୁଟ ର ବର୍ଷା ଜଳ ପ୍ରବାହିତ ହେଇଥିଲା ଫଳରେ ଗାଁ ରେ ଜଳ ମଗ୍ନ ହୋଇଥିଲା I ଗ୍ରାମ ରେ ଡ୍ରେନେଜ୍ ର କୌଣସି ବ୍ୟବସ୍ଥା କରାଯାଉନାହିଁ I ବର୍ଷା ପାଣି ନିଷ୍କାସନ ର ସୁବିଧା ନ ଥିବାରୁ ଏ ଭଳି ଅବସ୍ଥା ସୃଷ୍ଟି ହେଉ ଥିବା ଗାଁ ବାସି ଅଭିଯୋଗ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ର ଦେଖା ମିଳି ନାହିଁ।ଦୁଇ ଭାଇ କୁ ତୁରନ୍ତ କ୍ଷତି ପୂରଣ ଦେବା ପାଇଁ ଜନ ସାଧାରଣରେ ଦାବି ହେଉଛି l ପ୍ରତ୍ୟେକ ବର୍ଷ ଏହି ଗ୍ରାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି l କିନ୍ତୁ ପ୍ରଶାସନ କିମ୍ବା ଜନପ୍ରତିନିଧି ମାନଙ୍କର ଏହି ଗ୍ରାମ ପ୍ରତି ନଜିର୍ କୁ ଆସୁନାହିଁ I ଏବେ ଦେଖିବାକୁ ବାକି ରହିଲା ପ୍ରଶାସନ କେବେ କ୍ଷତି ଗ୍ରସ୍ତ ପରିବାର କୁ ସହାୟତା ପ୍ରଦାନ କରିବେ।
କୋଷାଗୁମୁଡ଼ା ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ