ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯୁଗଯାତ୍ରୀ ସାହିତ୍ୟ ସଂସଦର ଗଙ୍ଗାଧର ମେହେର ଜୟନ୍ତୀ : ଗଙ୍ଗାଧର ସାହିତ୍ୟ ରେ ଶୃଙ୍ଖଳିତ ସମାଜ ଓ ଆଦର୍ଶ ରାଷ୍ଟ୍ର ଗଠନ ସନ୍ଦେଶ ରହିଛି

ମ,ରାମପୁର,୧୧/୮( ମସୀହା) : ପ୍ରକୃତି କବି ଗଙ୍ଗାଧର ମେହେରଙ୍କ ସାହିତ୍ୟ ଅନେକ ଦର୍ଶନ ର ସମ୍ଭାର । କେବଳ ପ୍ରକୃତି ପ୍ରାଣ ରେ ଜୀଵନ ସଞ୍ଚାର କରି ନାହାନ୍ତି କବି। ଏଥି ବ୍ୟତିରେକ ଅନେକ ଜୀଵନ ଦର୍ଶନ ରହିଛି l ଯେଉଁ ଗ୍ରନ୍ଥକୁ ଅଧ୍ୟୟନ କରି ଅନୁସରଣ କଲେ ଶୃଙ୍ଖଳିତ ସମାଜ ଗଠନ ହେବା ସହିତ ରାଷ୍ଟ୍ର ଆଦର୍ଶରେ ପରିଗଣିତ ହୋଇ ପାରିବ ବୋଲି ଆଜି କଳାହାଣ୍ଡି ର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗ ଯାତ୍ରୀ ସାହିତ୍ୟ ସଂସଦ ତରଫରୁ ପାଳିତ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୧ ତମ ଜୟନ୍ତୀ ପାଳନ ଅବସର ମୁଖ୍ୟ ବକ୍ତା ମତବ୍ୟକ୍ତ କରିଛନ୍ତି। ସାହିତ୍ୟ ସଂସଦ ର ସଭାପତି ପଦ୍ମ ଲୋଚନ ମିଶ୍ର ଙ୍କ ଅଧକ୍ଷତା ରେ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ୱାଦିକ ତଥା ଗବେଷକ ଉମା ଶଙ୍କର କର, ମୁଖ୍ୟ ବକ୍ତା ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡ଼. ଦାଶରଥି ଆଚାର୍ଯ୍ୟ ଯୋଗ ଦେଇ ଥିଲେ। ସଂପାଦକ ହେମନ୍ତ ସାହୁ ସ୍ବାଗତ ଅଭିଭାଷଣ ସହ ମଞ୍ଚ ପରିଚାଳନା କରିଥିଲେ। ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ।  ଆୟୋଜିତ କବିତା ଆସର କୁ ସରସ୍ଵତୀ ମିଶ୍ର ସଂଯୋଜନା କରିଥିବା ବେଳେ ବରିଷ୍ଠ କବି କ୍ଷିତିପତି ପଧାନ,ପଦ୍ମ ଲୋଚନ ମିଶ୍ର, ବୀରେନ୍ଦ୍ର ରଥ, ଚମରା ବଗର୍ତ୍ତୀ, ପିତାମ୍ବର ଗଉଡ, ଅରୁଣ ପ୍ରଧାନୀ, ସତ୍ୟ ନାରାୟଣ ସାହୁ, ତପନ କୁମାର ସାହୁ, କାହ୍ନୁଚରଣ ସାହୁ, ଡୁଲେଶ୍ୱର ସାହୁ,ଭାଗିରଥୀ ଷଡ଼ଙ୍ଗୀ (ସୁରୁ), କୀର୍ତ୍ତନ ଘିଭେଲା, ସୁରେନ୍ଦ୍ର ମହାଖୁଡ,ହେମନ୍ତ ସାହୁ, ମାନସ ରଞ୍ଜନ ପ୍ରହରାଜ, ଉଦୟ ନାଏକ, ଡ. ଅଜିତ କୁମାର ବେହେରା ପ୍ରମୁଖ କବିତା ପାଠ କରିଥିଲେ । ଡିଲିଟ ଉପାଧି ଲାଭ କରିଥିବା ଡ. ଅଜିତ କୁମାର ବେହେରା ଓ ଡ. କୌତୁକ ପନ୍ଦର ଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ମାନପତ୍ର ପଠନ କରିଥିଲେ ପରମାନନ୍ଦ ବିଶି ଏବଂ ନାରାୟଣ ମହାଲିକ। ଗତ କାଲି ଓ ଆଜି ହେଇଥିବା ପ୍ରାଥମିକ ବିଦ୍ୟାଳୟ ଠାରୁ ମହାବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା । ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସୁଶାନ୍ତ ମିଶ୍ର। ପରିଶେଷରେ ସଂସଦ ର ଉପ ସଭାପତି ସୁରେନ୍ଦ୍ର ମହାଖୁଡ ଧନ୍ୟବାଦ ଅର୍ପଣ କରିଥିଲେ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l

Related posts

ଅପର୍ତ୍ତି ସେଠୀ ଙ୍କ କବିତା ବାଡ଼ି ଉପାଖ୍ୟାନ

Sunil Chandra Nayak

ଭିନ୍ନକ୍ଷମ ଯୁବତୀଙ୍କୁ ପ୍ରେମ ପ୍ରତାରଣା :  ଧୋକା ଦେଇ ଜେଲ୍ ଗଲେ ଯୁବକ

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!