Uncategorizedପୂଜା ବାଦୀ ଙ୍କ କବିତା ଭାଗ୍ୟ by Sunil Chandra NayakOctober 17, 20220173 Share1 ଭାଗ୍ୟ ଭାଗ୍ୟରୁ ଜନମ, ଭାଗ୍ୟରେ ଭଲ ଥାଇବି ଭାଗ୍ୟ ନାହିଁ ମୋର କହି ହେଉଛି ଭାଗ୍ୟ ଭାଗ୍ୟ ବୋଲି ଭାଗ୍ୟରୁ ମୁଁ ହତ ଭାଗା ହୋଇ ଭାଗ୍ୟରୁ ନିହିତ ହଉଛି | ଭାଗ୍ୟ ଭାଗ୍ୟ ବୋଲି ଭାଗ୍ୟକୁ ମୁଁ ଏକା ଦୋଷ କାହିଁ ଦଉଛି ଭାଗ୍ୟ ର ପୁଣି ଏକା ଦୋଷ କାହିଁ ଗଲା ଜନ୍ମରୁ ମୋ ଭାଗ୍ୟରେ ଦୋଷ ଲାଗିଛି | ଭାଗ୍ୟ ଭାଗ୍ୟ ବୋଲି ଭାଗ୍ୟରୁ ତ ମାତା ପିତା ମତେ ମିଳିଛନ୍ତି ଭାଗ୍ୟରୁ ପୁଣି ଯେମିତିଵି ହଉ ସୋଭାଗ୍ୟ ଭାବି ଆମକୁ ପାଳୁଛନ୍ତି | ଭାଗ୍ୟରେ ଅଛି ବୋଲି ସ୍ୱାମୀ ଟିଏ ବି ଭାଗ୍ୟରେ ଘରୁ ଗୋଡ କାଢିବେ ସୋଭାଗ୍ୟ ଭାବି ମୁଁ ତାଙ୍କ ଘରର ବହୁ ସାଜି ତାଙ୍କ ଭରସାରେ ମୋ ହାତ ତାଙ୍କୁ ଦେଇଦେବି | କାହା ଭାଗ୍ୟକୁ ନିଜ ଭାଗ୍ୟରେ କାହିଁ ଆମେ ଯେ ତୁଳନା କରୁ ଭାଗ୍ୟରୁ ଯାହା ପାଇଛୁ ଯଥେଷ୍ଟ ଭାବି ଆମେ ଖୁସିରେ କାହିଁ ନ ରହୁ | ପୂଜା ବାଦୀ ସୁନ୍ଦରଗଡ଼ ହେମଗିର, କନକତୁରା