ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦାସିଗାଁ ଆୟୁଷ ସ୍ଵାସ୍ତ୍ୟ ଓ ଆରୋଗ୍ୟ କେନ୍ଦ୍ର ଦ୍ୱାରା ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

 ଚିଲିଗୁଡା ( ମ ନି ସ ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦାସିଗାଁ ଆୟୁଷ ସ୍ଵାସ୍ତ୍ୟ ଓ ଆରୋଗ୍ୟ କେନ୍ଦ୍ର ଦ୍ଵାରା ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି ।ଏହି ଅବସରରେ ଦାସିଗାଁ ଆୟୁଷ ସ୍ଵାସ୍ତ୍ୟ ଓ ଆରୋଗ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଯତୀନ୍ଦ୍ର ପ୍ରସାଦ ପାଢ଼ୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଦାସିଗାଁ ସରପଞ୍ଚ ପ୍ରମୋଦିନି ପ୍ରହରାଜ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ଥିବା ବେଳେ ଯୋଗ ଶିକ୍ଷକ ତଥା ଯୋଗ ଆଚାର୍ଯ୍ୟ ସମିତିର କଳାହାଣ୍ଡି ଜିଲ୍ଲା ସମ୍ପାଦକ ନବ କିଶୋର ବେହେରା ଯୋଗଦାନ କରି ଯୋଗ ଶିକ୍ଷା ସମ୍ପର୍କରେ ଅବଗତ କରାଇଥିଲେ ।ଯୋଗ ଦ୍ୱାରା ମଣିଷ ର ସୁନ୍ଦର ସ୍ଵାସ୍ତ୍ୟ ଗଠନରେ ବେଶ ଭୂମିକା ରହିଥାଏ । ଯୋଗ କରିବା ଦ୍ୱାରା ମଣିଷ ବିଭିନ୍ନ ରୋଗରୁ ମୁକ୍ତି ପାଇଥାଏ ।ପ୍ରତିଦିନ ନିୟମିତ ଯୋଗ କରିଲେ ଦେହ ଓ ମନ ଭଲ ରହିଥାଏ ବୋଲି ଅଲୋକ ପାତ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ଦାସିଗାର ବରିଷ୍ଠ ସମାଜସେବୀ ଚିତ୍ତ ରଞ୍ଜନ ପଣ୍ଡା ,ନାରାୟଣ ପାଢ଼ୀ ,ବିରଞ୍ଚି ନାରାୟଣ ପ୍ରହରାଜ ,ଦୀପ୍ତି ନାରାୟଣ ପ୍ରହରାଜ ପ୍ରମୁଖ ଯୋଗଦାନ କରିଥିଲେ ।କାର୍ଯ୍ୟକ୍ରମ ରେ ଏ ,ଏ ନ,ଏ ମ ,ଆଶା କର୍ମୀ ,ପଞ୍ଚାୟତ ହାଇ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଏବଂ ଶିଶୁ ମନ୍ଦିର ର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ ।ଏଥିରେ ଦାସିଗାଁ ପଞ୍ଚାୟତ ହାଇ ସ୍କୁଲର ପ୍ରଧାନ ଶିକ୍ଷକ ପୁର୍ଣ ଚନ୍ଦ୍ର ବଡ଼ ତିଆ ,ଆଦିତ୍ୟ ପଣ୍ଡା ,ବ୍ରଜେନ୍ଦ୍ର ପଣ୍ଡା ,ଶରତ ଚନ୍ଦ୍ର ସାହୁ ଏବଂ ବିଜେ ନାଗ ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

କବିତା – ଉତ୍କଳ ଦିବସ

Sunil Chandra Nayak

ବିଜେଡିର ଜନ ସମ୍ପର୍କ ପଦଯାତ୍ରା

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଲଫାପା ଭିତରେ ଚିଠି 

Sunil Chandra Nayak

Leave a Comment

error: Content is protected !!