ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାହା ସ୍ବାର୍ଥରେ ଉଠାଜଳସେଚନ ପ୍ରକଳ୍ପ,କାର୍ଯ୍ଯରେ ଲାଗୁନାହିଁ ଅକାମୀ ଅବସ୍ଥାରେ ପଡିରହିଛି

ଥୁଆମୂଳ ରାମପୁର:୧୫/୫- ମ.ନି.ସ:- କେନ୍ଦ୍ର ଓ ରାଜ୍ଯ ସରକାର କୃଷକ ଓ କୃଷିର ଉନ୍ନତି ଓ ବିକାଶ ନେଇ ଅନେକ ଯୋଜନା ପ୍ରସ୍ତୁତ କରି କୋଟିକୋଟି ଟଙ୍କା ବ୍ଯୟ ବରାଦରେ ଉଠାଜଳସେଚନ ପ୍ରକଳ୍ପ ସ୍ଥାପନ କରିବା ନେଇ ଅର୍ଥ ଖର୍ଚ୍ଚ କରୁଛନ୍ତି। ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୂଚନ୍ଦ୍ରିକାରେ ଉକ୍ତ ପ୍ରକଳ୍ପ ଗୁଡିକ ନିମ୍ନମାନ କାମ ଯୋଗୁଁ ତାହା ଅଳ୍ପ ଦିନ ମଧ୍ୟରେ ଅକାମୀ ହୋଇପଡିଥିବା ଦେଖିବାକୁ ମିଳୁଛି। ତେବେ ଏହା ଉପରେ କୌଣସି ବିଭାଗୀୟ ଅଧିକାରୀ କିମ୍ବା କୌଣସି ଜନପ୍ରତିନିଧି ତଦାରଖ କରୁନାହାନ୍ତି। ଏହା ଯୋଗୁଁ ଅନେକ ସ୍ଥାନରେ ଉଠାଜଳସେଚନ ପ୍ରକଳ୍ପ ଏବେ ଅଚଳ ଅବସ୍ଥାରେ ପଡିରହିଛି। ଏଠାରେ ଏପରି ଏକ ଉଠାଜଳସେଚନ ପ୍ରକଳ୍ପ ଅଚଳ ଅବସ୍ଥାରେ ପଡିରହିଛି ଯାହାକି କଳାହାଣ୍ଡି ଜିଲ୍ଳା ଦୁର୍ଗମ ଅଧ୍ଯୁଷିତ ଅଞ୍ଚଳ ଥୁଆମୂଳ ରାମପୁର ବ୍ଳକ ଅଧିନସ୍ଥ ଗୋପାଳପୁର ଗ୍ରାମପଞ୍ଚାୟତ ନିକଟରେ ଥିବା ଡାକକୋଟା ଗ୍ରାମରେ। ଚାଷୀଙ୍କ ଜମିରେ ଜଳସେଚନ ଉଦ୍ଦେଶ୍ୟରେ ଷ୍ଟେଟ ପ୍ଳାନ ଫଣ୍ଟ ସହାୟତାରେ ଗତ ୨୦୧୮ – ୧୯ ମସିହାରେ ୧୫ ଲକ୍ଷ ୨୦,୦୦୦ ହଜାର ଟଙ୍କା ବ୍ଯୟରେ ଭବାନୀପାଟଣା ପବିତ୍ର ଇଲେକ୍ଟ୍ରିକାଲ ଓ୍ବାର୍କସପ୍ ଉକ୍ତ ପ୍ରକଳ୍ପକୁ ନିର୍ମାଣ କରିଥିଲେ। ଯାହାକି ଅତି ନିମ୍ନମାନର ପାଇପ୍ ସଂଯୋଗ କରାଯାଇଛି। ତାହା ସ୍ଥାନେ ସ୍ଥାନେ ଫାଟି ଗଲାଣି। ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ପକେଟ ଗରମ ହେଉଥିବା ବେଳେ ହିତାଧିକାରୀଙ୍କ ଦୁଃଦର୍ଶା ଦୂର  କରିବାକୁ ନାହିଁ। ସରକାରଙ୍କ ରାଜକୋଷରୁ କୋଟିକୋଟି ଟଙ୍କା ଅଯଥାରେ ଖର୍ଚ୍ଚା କରୁଛନ୍ତି। ତେବେ ବିଭାଗୀୟ ଅଧିକାରୀ କାହିଁକି ଏହି ପ୍ରକଳ୍ପକୁ କାର୍ଯ୍ଯକ୍ଷମ କରୁନାହାନ୍ତି ବୋଲି ଆଲୋଚନା ହେଉଅଛି। ସରକାରଙ୍କ ତରଫରୁ କୁହାଯାଇଛି ଯେ,କୃଷିର ଉନ୍ନତି ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି।ଏଠାରେ ତାହା ଚାଷୀଙ୍କ ପାଇଁ ପ୍ରହସନ ପାଲଟିଛି। ଏହି ଉଠାଜଳସେଚନ ପ୍ରକଳ୍ପ ମାଧ୍ୟମରେ ୧୮ ଜଣ ହିତାଧିକାରୀଙ୍କର ୨୦ ହେକ୍ଟର ଜମିରେ ଜଳସେଚନ ହୋଇପାରିଥାନ୍ତା ପ୍ରକଳ୍ପ ସ୍ଥାପନ ଦିନରୁ ସେମିତି ଅଧପନ୍ତରିଆ ଭାବରେ ପଡିରହିଛି। ଚାଷୀମାନେ ଏନେଇ ବାରମ୍ବାର ଜଣେଇ ଆସୁଥିଲେ ମଧ୍ୟ କୌଣସି ପ୍ରକାରେ ଏହାର ସୁବ୍ଯବସ୍ଥା କରା ଯାଉନଥିବା ଅଭିଯୋଗ ହେଉଛି। ତେଣୁ ଏହି ଉଠାଜଳସେଚନ ପ୍ରକଳ୍ପକୁ ଯଥାଶୀଘ୍ର କାର୍ଯ୍ଯକ୍ଷମ କରିବା ପାଇଁ ହିତାଧିକାରୀ ଦାବି କରିଛନ୍ତି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ମିନତି ଦାଶ ଙ୍କ କବିତା ପାର୍ବଣେ ବନଦୁର୍ଗା

Sunil Chandra Nayak

ତେଲେଙ୍ଗାନା ଇଟା ଭାଟି ରେ ନିର୍ଯାତିତ ଅଟକ ଦାଦନ ଉଦ୍ଧାର

Sunil Chandra Nayak

ଭବାନୀପାଟଣା ଓ ଲାଞ୍ଜିଗଡ ବ୍ଳକରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଶେଷ 

Sunil Chandra Nayak

Leave a Comment

error: Content is protected !!