ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦେଶରେ ଅନ୍‌ଲାଇନ୍‌ ଶିକ୍ଷା ଚାହିଦା ବଢ଼ୁଛି..୨୦୨୨ରେ ୧୭୦% ଅଧିକ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି

ଭାରତରେ ୬୬ଟି ଉଚ୍ଚଶିକ୍ଷା ପ୍ରତିଷ୍ଠାନ ୩୭୧ଟି ଅନଲାଇନ ଶିକ୍ଷା ପ୍ରୋଗ୍ରାମ ପ୍ରଦାନ କରୁଛନ୍ତି

ଦେଶରେ ଅନଲାଇନ୍‌ ଶିକ୍ଷାର ଚାହିଦା ବଢ଼ୁଛି। ୨୦୨୧ ତୁଳନାରେ ୨୦୨୨ରେ ଅନଲାଇନ୍‌ ଶିକ୍ଷା ପ୍ରୋଗ୍ରାମରେ ନାମଲେଖା ସଂଖ୍ୟା ୧୭୦ ପ୍ରତିଶତ ବୃଦ୍ଧି ଘଟିଛି। ମୁକ୍ତ ଏବଂ ଦୂର ଶିକ୍ଷା (ଓଡିଏଲ୍‌) ପ୍ରୋଗ୍ରାମରେ ନାମଲେଖା ୪୧.୭ ପ୍ରତିଶତ ବଢ଼ିଛି। ସେହିଭଳି ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ପ୍ରଦାନ କରୁଥିବା ଅନଲାଇନ୍‌ ପ୍ରୋଗ୍ରାମରେ ୩୮ ପ୍ରତିଶତ ବୃଦ୍ଧି ହୋଇଛି। ନ୍ୟାସନାଲ ଡିଜିଟାଲ ୟୁନିଭର୍ସିଟି ସହିତ କୋହଳ ଅନଲାଇନ୍‌ ଶିକ୍ଷା ନିୟମ ଘୋଷଣା କରାଯିବା ପରେ ଏଥିରେ ନାମଲେଖା ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ଅଧ୍ୟକ୍ଷ ଏମ୍‌ ଜଗଦୀଶ କୁମାର କହିଛନ୍ତି।

ତାଙ୍କ କହିବାନୁଯାୟୀ ଭାରତରେ ୬୬ଟି ଉଚ୍ଚଶିକ୍ଷା ପ୍ରତିଷ୍ଠାନ ୩୭୧ଟି ଅନଲାଇନ ଶିକ୍ଷା ପ୍ରୋଗ୍ରାମ ପ୍ରଦାନ କରୁଛନ୍ତି। ସେଥିରେ ୧୩୬ଟି ୟୁଜି ଏବଂ ୨୩୫ଟି ପିଜି ପାଠ୍ୟକ୍ରମ ରହିଛି। ଏହାବ୍ୟତୀତ ୯୫ଟି ଉଚ୍ଚଶିକ୍ଷାନୁ‌ଷ୍ଠାନ ମୁକ୍ତ ଏବଂ ଦୂର ଶିକ୍ଷା ଜରିଆରେ ୧୧୪୯ଟି ପ୍ରୋଗ୍ରାମ ପ୍ରଦାନ କରୁଛନ୍ତି। ଅନଲାଇନ୍‌ରେ ୟୁଜି ଏବଂ ପିଜି ପାଠ୍ୟକ୍ରମରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୫୯୦୫ରୁ ବୃଦ୍ଧି ପାଇ ୨୦୨୧-୨୨ରେ ୭୦୦୨୩ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରେ ବିଦେଶୀ ଛାତ୍ରଛାତ୍ରୀ ମଧ୍ୟ ରହିଛନ୍ତି। ଅଧିକନ୍ତୁ ୨୦୨୦-୨୧ରେ ୪୨ଟି ଉଚ୍ଚ ଶିକ୍ଷାନୁଷ୍ଠାନ ଅନଲାଇନ୍‌ ‌ପ୍ରୋଗ୍ରାମ ପ୍ରଦାନ କରୁଥିବାବେଳେ ୨୦୨୧-୨୨ରେ ଏହା ୫୮କୁ ବୃଦ୍ଧି ପାଇଛି। ଆଧୁନିକ ପ୍ରଯୁକ୍ତିର ଲାଭ ଉଠାଇଲେ ଅନଲାଇନ୍‌ ଶିକ୍ଷା ଆହୁରି ବ୍ୟାପକ ହେବ। କମ୍ ମୂଲ୍ୟରେ ଉଚ୍ଚମାନର ଶିକ୍ଷା ଛାତ୍ରଛାତ୍ରୀମାନେ ପାଇଲେ ସେମାନେ ଅଧିକ ଦକ୍ଷ ହୋଇପାରିବେ ବୋଲି ୟୁଜିସି ଅଧ୍ୟକ୍ଷ କହିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ସମବାୟ ଆନ୍ଦୋଳନ ର ପୁରୋଧା କୈଳାଶ ପଣ୍ଡା ଙ୍କ ୮୫ ବର୍ଷ ବୟସରେ ପରଲୋକ

Sunil Chandra Nayak

ଖରିଆର ରୋଡ ପୌର ନିର୍ବାଚନ – ଭାରତୀୟ ଜନତା ଦଳର ମାରାଥନ ପ୍ରଚାର

Sunil Chandra Nayak

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

Sunil Chandra Nayak

Leave a Comment

error: Content is protected !!