ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବଳଭଦ୍ରପୁର ପାଟଣାରେ ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ

କାମାକ୍ଷାନଗର (ମସିହା)28/10 କାମାକ୍ଷାନଗର ବ୍ଲକ୍ ବଳଭଦ୍ରପୁର ପାଟଣାଠାରେ ପ୍ରସ୍ତାବିତ ମଧୁଶାଳା ରେଷ୍ଟୁରାଣ୍ଟ ଠିପି ଖୋଲା ବିଦେଶୀ ମଦ ଦୋକାନକୁ ଗ୍ରାମବାସୀଙ୍କ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । ଏହାକୁ ନେଇ ଶୁକ୍ରବାର ଗ୍ରାମର ମହିଳାମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ।ବଳଭଦ୍ରପୁର ପାଟଣାରେ ଏକ ଠିପି ଖୋଲା ବିଦେଶୀ ମଦ ଦୋକାନ ଖୋଲାଯିବା ନିମନ୍ତେ ଚିଠି ନଂ. ୨୩୫୬/୧୩.୧୦.୨୦୨୨ରେ ଗ୍ରାମବାସୀ ଜାଣିବାକୁ ପାଇଥିଲେ । ଏହି ମଦ ଦୋକାନଟି ସ୍ଥାନୀୟ ଅଞ୍ଚଳରେ ରହିଥିବା ଜଣେ ରେଷ୍ଟୁରାଣ୍ଟ୍ ମାଲିକର ବୋଲି ଜଣାପଡିଛି । ମଧୁଶାଳା ରେଷ୍ଟୁରାଣ୍ଟ ଚାରିପାଖରେ ଲୋକେ ଘରଦ୍ୱାର କରି ଶତାଧିକ ଲୋକେ ରହିଛନ୍ତି । ସେଠାରେ ଏକ ତାରିଣୀ ମନ୍ଦିର ଥିବାବେଳେ ପଛପାଶ୍ୱର୍ରେ ବିଦ୍ୟାଳୟକୁ ଛାତ୍ରଛାତ୍ରୀମାନେ ପାଠ ପଢିବାକୁ ଯାଉଛନ୍ତି । ଏଥିସହ ୧୫୦ ମିଟର ଦୂରରେ ବଳଭଦ୍ରପୁର ପାଟଣା ଗାଁ ଅବସ୍ଥିତ । ଗତ କିଛି ବର୍ଷ ହେଲା ଜିରିଡାମାଳି ଏବଂ ବଳଭଦ୍ରପୁର ପାଟଣା ଅଞ୍ଚଳରେ ବ୍ରାଉନ୍ର ସୁଗର୍, ଅଫିମ, ଚରସ ଆଦି ନିଶା ଅବାଧରେ ବିକ୍ରି ହେଉଛି । ଏହାକୁ ସେବନ କରି ଶିକ୍ଷିତ ଯୁବକଙ୍କଠାରୁ ଆରମ୍ଭ କରି ଦିନମଜୁରିଆ ପର୍ଯ୍ୟନ୍ତ ସର୍ବସ୍ୱାନ୍ତ ହେଉଛି । ପୁଣି ଏକ ଠିପି ଖୋଲା ବିଦେଶୀ ମଦ ଦୋକାନ ଖୋଲିଲେ ପରିସ୍ଥିତି ବିଗିଡିଯିବ ବୋଲି ଆଶଙ୍କା ଦେଖାଦେଇଛି । କାମାକ୍ଷାନଗରର ୩ କିମି ପରିଧି ମଧ୍ୟରେ ଜିରିଡାମାଳି ଭାଲୁମୁଣ୍ଡାଠାରେ ଗୋଟିଏ ଦେଶୀ ମହୁଲି ମଦଭାଟି ଏବଂ ଖୋଲା ମଦବିକ୍ରି ଦୋକାନ ରହିଛି । ବଳଭଦ୍ରପୁର ପାଟଣାଠାରୁ ଭାଲୁମୁଣ୍ଡା ମାତ୍ର ୨ କିମି । ଅଳ୍ପ କେଇମାତ୍ର ପରିଧି ମଧ୍ୟରେ ଏକାଧିକ ମଦ ଦୋକାନ ଖୋଲାଯିବାକୁ ନେଇ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ପ୍ରସ୍ତାବିତ ଠିପିଖୋଲା ବିଦେଶୀ ମଦ ଦୋକାନକୁ ବନ୍ଦ କରାନଗଲେ ଆନେ୍ଦାଳନକୁ ବ୍ୟାପକ କରାଯିବ ବୋଲି ଶୁକ୍ରବାର ଏକ ମହିଳା ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ଭେଟି ଶତାଧିକ ଗ୍ରାମବାସୀଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ରକୁ ପ୍ରଦାନ କରିଛନ୍ତି । ଗ୍ରାମବାସୀଙ୍କ ନିଷ୍ପତି ବିରୋଧରେ ଗଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ପୂର୍ବଟତ ରେଳପଥ ଜିଏମ୍ ଅର୍ଚ୍ଚନା ଯୋଗୀଙ୍କ ରାୟଗଡା ଗସ୍ତ

Sunil Chandra Nayak

ନନ୍ଦନବନ ଯାଯାବର ପ୍ରକଳ୍ପ ପରିଦର୍ଶନ କଲେ ଅଧିକାରୀ

Sunil Chandra Nayak

ଜୟ କୁମାର ମିଶ୍ର  ଙ୍କ କବିତା ମାଆଙ୍କୁ ମାଗୁଣି

Sunil Chandra Nayak

Leave a Comment

error: Content is protected !!