ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜନରଞ୍ଜନପ୍ରଧାନ ଙ୍କ କବିତା ହେରାପଞ୍ଚମୀ ର ମାହାତ୍ମ୍ୟ

ହେରାପଞ୍ଚମୀ ର ମାହାତ୍ମ୍ୟ

ବାରମାସେ ତେର ଯାତରା କରନ୍ତି ପ୍ରଭୁ କଳାଠାକୁର

ମାନବୀୟ ଲୀଳା କରୁଛନ୍ତି ସିଏ ନାହିଁ ତାର ପଟ୍ଟାନ୍ତର।

ସ୍ତ୍ରୀ ଲାଗି ପତି ପରମ ଈଶ୍ଵର ଇହ କାଳର ଦେବତା

ପତି ତା ଚକ୍ଷୁରେ ନୟନ ର ମଣି ମନ ଜାଣି କହେ କଥା।

ସ୍ବାମୀ ର ମୁଖ କୁ ଦଣ୍ଡେ ନ ଦେଖିଲେ ହୋଇଯାଏ ବାଇଆଣୀ

ଆଖି ପଲକରୁ କ୍ଷଣେ ଦୂରେଇଲେ ମୁଣ୍ଡକୁ ଯାଏ ନି ପାଣି।

 

ହେରାପଞ୍ଚମୀ ରେ ଏହି ବାର୍ତ୍ତା ଦେଉଅଛନ୍ତି କଳା ଠାକୁର

ସ୍ବାମୀ ସ୍ତ୍ରୀ ଙ୍କର ଅନାବିଳ ପ୍ରେମ ଲକ୍ଷ୍ମୀ ଠାକୁରାଣୀ ଙ୍କର।

ଜନମ ବେଦୀକୁ ଗଲେ ଜଗନ୍ନାଥ ଭାଇ ଭଉଣୀ ଙ୍କୁ ନେଇ

ଲକ୍ଷ୍ମୀ ଠାକୁରାଣୀ ଶିରି ମନ୍ଦିରରେ ବିରହେ ଲୁହ ଝରାଇ।

ବଡ ଭଉଣୀ ମା ବିମଳା ଙ୍କ ପାଖେ କାନ୍ଦନ୍ତି ଆକୁଳ ହୋଇ

କାହିଁ ଚାଲିଗଲେ ମୋ ପରାଣ ଧନ ସଙ୍ଗେ ମୋତେ ନେଲେ ନାହିଁ।

 

ମା ବିମଳାଙ୍କ ପରାମର୍ଶ ଘେନି ମା ଲକ୍ଷ୍ମୀ ଠାକୁରାଣୀ

ଗୁପତରେ ଗଲେ ଗୁଣ୍ଡିଚା ମନ୍ଦିର ମୋହିନୀ ଚୁର୍ଣ୍ଣକୁ ଧରି।

ନାଚଜଣା ଦ୍ବାରେ ପ୍ରବେଶ ହୋଇଲେ ରାଗେ ହୋଇ ଗରଗର

ସାଗର ଦୁଲଣୀ ଆସିଛନ୍ତି ଶୁଣି ପ୍ରଭୁ ହେଲେ ଥରହର।

ବନ୍ଦାପନା କରି ମନକୁ ତୋଷିଲେ ଦେଲେ ଆଜ୍ଞା ମାଳ ନେଇ

ଯାଅ ତୁମେ ଫେରି ଶିରି ମନ୍ଦିର କୁ ନଅ ଦିନେ ଯିବି ପ୍ରାଣସହି।

 

କଥାରେ ତାଙ୍କର ମନ ନ ବୁଝିଲା ଭାଙ୍ଗି ନନ୍ଦିଘୋଷ କାଠ

ଫେରି ଆସିଲେ ମା ଶିରି ମନ୍ଦିରକୁ ମନରେ ରଖିଲେ କୋପ

ଲକ୍ଷ୍ମୀ ଠାକୁରାଣୀ କୋପ ଦେଖି ରଥ ହୋଇଲା ଦକ୍ଷିଣ ମୋଡ

ଫେରିବେ ଠାକୁର ଶିରି ମନ୍ଦିରକୁ ଜନ୍ମ ବେଦୀ କରି ପର।

ଆଜି ଏ ସଂସାରେ ଏହା ହିଁ ଘଟୁଛି ଛାଡି ଗାଁ ଜନ୍ମ ମାଟି

ସ୍ତ୍ରୀ ର ସଙ୍ଗରେ ବିଦେଶରେ ରହି ମନଖୁସି କରୁଛନ୍ତି।

 

ଅନେକ ରହସ୍ୟ ରଥ ଯାତରାରେ ରହିଅଛି କିମ୍ବଦନ୍ତୀ

ସବୁ ରଚିଛନ୍ତି ଜଗତର ନାଥ ତାଙ୍କୁ ମୋ କୋଟି ପ୍ରଣତି।

ଜନରଞ୍ଜନପ୍ରଧାନ

ଆଳୋଇ , ବାଲିପାଟଣା , ଖୋର୍ଦ୍ଧା

Related posts

ଶାକ ଦ୍ଵୀପ ସୌର ବ୍ରାହ୍ମଣ ପରିଷଦ ସମ୍ମିଳନୀ ଅନୁଷ୍ଠିତ.

Sunil Chandra Nayak

ସସ୍ମିତା ପଣ୍ଡା ଙ୍କ କବିତା ତୁମେ ହିଁ ତୁମେ

Sunil Chandra Nayak

ଅବସରପ୍ରାପ୍ତ ସଂସ୍କୃତ ଶିକ୍ଷକଙ୍କ ପରଲୋକରେ ଜାମଦା ଅଞ୍ଚଳ ସ୍ତବ୍ଧ!

Sunil Chandra Nayak

Leave a Comment

error: Content is protected !!