ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମସୀହା ପ୍ରଭାବ –  ଦଶ ଦିନ ଅନ୍ଧାର ରେ ରହିବା ପରେ:ମଞ୍ଚାଗାଁ ଛାତ୍ରାବାସ ଓ ବିଦ୍ୟାଳୟ ପାଇଲେ ବିଦ୍ୟୁତ ସେବା

 ତେନ୍ତୁଳିଖୁଣ୍ଟି  :୩୧/୦୮/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ସ୍ଥିତସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଛାତ୍ରାବାସ ଦଶ ଦିନ ଅନ୍ଧକାର ରେ ରହିବା ପରେ କାଲି ରାତିରେ ମିଳିଲା ବିଦ୍ୟୁତସେବା। ଟ୍ରାନ୍ସଫର୍ମର ପୋଡି ଯାଇଥିବା ତଥା ଉକ୍ତ ଟ୍ରାନ୍ସଫର୍ମର ଉପରେ ନିର୍ଭରଶୀଳ ବିଦ୍ୟୁତ ଗ୍ରାହକ ଠିକ ସମୟରେ ବିଦ୍ୟୁତ ବିଲ ପୈଠ କରୁନଥିବା ଯୋଗୁଁ ଟ୍ରାନ୍ସଫସର୍ମର ପୋଡିଯିବା ପରେ ବିଭାଗ ତତ୍ପର ହେଉନଥିଲା,କିନ୍ତୁ ବିଦ୍ୟାଳୟ ଓ ଛାତ୍ରାବାସ ଅନ୍ଧାରରେ ତଥା ଛାତ୍ର ଛାତ୍ରୀ ବିଦ୍ୟୁତସେବା ନଥିବାରୁ ଭୋଗ କରୁଥିବା ସମସ୍ୟା ସମ୍ପର୍କିତ ଖବର 28 ତାରିଖରେ ପ୍ରକାଶ ପାଇବା ପରେ ବିଦ୍ୟୁତ ସେବା ବିଦ୍ୟାଳୟ ଛାତ୍ରାବାସ ଓ ଦୁଇ ସାହି ତଥା କଷ୍ଟି ଗୁଡା ଗ୍ରାମବାସୀ ବିଦ୍ୟୁତସେବା ପାଇଲେ। ଖବର ପ୍ରକାଶ କରିବା ପରେ ବିଭାଗୀୟ ଯନ୍ତ୍ରୀ ଦୁଇ ଦିନ ମଧ୍ୟରେ ବିଦ୍ୟୁତ ସେବା ଯୋଗାଇ ଦେଇଥିବାରୁ ସାଧାରଣ ରେ ପ୍ରଶଂସା କରାଯାଉଛି। ବିଦ୍ୟଳୟ ର 257 ଛାତ୍ର ଛାତ୍ରୀ ଓ 140 ଛାତ୍ରାବାସ ର ଅନ୍ତେବାସୀ ବିଦ୍ୟୁତସେବା ପୁନଃ ମିଳିଥିବାରୁ ଆନନ୍ଦିତ ହୋଇଛନ୍ତି। ଯନ୍ତ୍ରୀଦିନେଶ ଷଡ଼ଙ୍ଗୀ ଙ୍କ ତତ୍ପରତା ଯୋଗୁଁ ଶୀଘ୍ର ସମ୍ଭବ ହୋଇପାରିଛି। ବିଘ୍ନ ବିନାଶକ ବିନାୟକ ଙ୍କ ପୂଜା ଦିନ ସାଜ ସଜା ଓ ଅଲୋକୀକ ରଣ ପାଇଁ ସହାୟକ ହୋଇ ପାରିଛି।।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ସସ୍ମିତେଶ ସାହୁ ଙ୍କ କବିତା ବର୍ଷା ଆଜି ମାେ ଗାଁ ଦାଣ୍ଡରେ

Sunil Chandra Nayak

କବିତା – ଉତ୍କଳ ଜନନୀ

Sunil Chandra Nayak

ବଜାର ଜରିଆରେ ସମୃଦ୍ଧି ସୃଷ୍ଟି ଆଲୋଚନା ଚକ୍ର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!