ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ମତଦାନ ଶେଷ  

ନୂଆପଡା: ବୋଡେ଼ନ ବ୍ଲକ ର ୦୨ ଗୋଟି ଜିଲ୍ଲା ପରିଷଦ ଯୋନ ର ସଭ୍ୟ ପଦ, ୧୪ – ଗୋଟି ଗ୍ରାମ ପଞ୍ଚା ୟତର ସରପଞ୍ଚ, ୧୫ – ଗୋଟି ପଞ୍ଚାୟତ ସମିତି ସଭ୍ୟ ପଦବୀ ଓ ୧୯୩୮ – ଗୋଟି ୱାର୍ଡ ସଭ୍ୟ ପଦ ନିମନ୍ତେ ପୂର୍ବାହ୍ନ ୭ ଘଟିକା ଠାରୁ ଅପରାହ୍ନ ୧ ଘଟିକା ମଧ୍ୟରେ ବୋଡେନ ବ୍ଲକର ସମସ୍ତ ଭୋଟ ଗ୍ରହଣ କେନ୍ଦ୍ର ରେ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଯାଇଛି ।

ବୋଡେନ ବ୍ଲକର ୧୫ ଗୋଟି ଗ୍ରାମପଞ୍ଚାୟତ ରେ ସରପଞ୍ଚ ପଦବୀ ନିମନ୍ତେ ୭୩ ଜଣ ପ୍ରାର୍ଥୀ / ପ୍ରାର୍ଥନୀ ମାନେ ପ୍ରତିଦ୍ବନ୍ଦିତା କରୁଛନ୍ତି । ସେହିପରି ୧୫ ଗୋଟି ପଞ୍ଚାୟତ ସମିତି ନିର୍ବାଚନ ମଣ୍ଡଳୀର ସମିତି ସଭ୍ୟ ପଦ ନିମନ୍ତେ ୪୯ ଜଣ ପ୍ରାର୍ଥୀ / ପ୍ରାର୍ଥନୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ୦୯ ଗୋଟି ଗ୍ରାମପଞ୍ଚାୟତ ଯଥା ଖଇରା ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ପଦ ପାଇଁ ନିଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ସେହିପରି ପଞ୍ଚାୟତ ସମିତି ର ସର୍ବ ମୋଟ ୧୯୩ ଗୋଟି ୱାର୍ଡ ସଭ୍ୟପଦ ମଧ୍ୟରୁ ୧୦୧ ଗୋଟି ୱାର୍ଡ ରେ ନିର୍ଦ୍ୱନ୍ଦ ରେ ୱାର୍ଡ ସଭ୍ୟ ନିର୍ବାଚିତ ହୋଇଥିବା ସ୍ଥଳେ ଅବଶିଷ୍ଟ ୯୨ ଗୋଟି ୱାର୍ଡ ର ସଭ୍ୟ ପଦ ପାଇଁ ୨୯୩ ଜଣ ପ୍ରାର୍ଥୀ / ପ୍ରାର୍ଥିନୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ବୋଡେନ ପଞ୍ଚାୟତ ସମିତି ର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସର୍ବ ମୋଟ ୭୨ ୨୯୯ ଭୋଟର ସେମାନଙ୍କର ମତ ସାବ୍ୟସ୍ତ କରିଛନ୍ତି । ସେମାନଙ୍କ ମଧ୍ୟରୁ ୩୧,୨୯୦ ପୁରୁଷ ଓ ୩୧,୦୦୧ ଜଣ ମହିଳା ଭୋଟର ଅଛନ୍ତି।

ବୋଡେନ ପଞ୍ଚାୟତ ସମିତି ର ସମୁଦାୟ ୧୯୩ ଗୋଟି ଭୋଟ ଗ୍ରହଣ କେନ୍ଦ୍ର ରୁ ୪୦ ଗୋଟି ଭୋଟ ଗ୍ରହଣ କେନ୍ଦ୍ର କୁ ସମ୍ବେଦନଶୀଳ ଓ ୨୮ ଗୋଟି ଭୋଟ ଗ୍ରହଣ କେନ୍ଦ୍ର କୁ ଅତି ସମ୍ବେଦନଶୀଳ ଭୋଟ ଗ୍ରହଣ କେନ୍ଦ୍ର ଭାବରେ ଚିହ୍ନଟ କରାଯାଇଛି । ଏହି ଭୋଟ ଗ୍ରହଣ କେନ୍ଦ୍ର ମାନଙ୍କରେ ଆଇନ ଶୃଙ୍ଖଳା ପରିଚାଳନା କରିବା ପାଇଁ ଅଧିକରୁ ଅଧିକ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏତଦ ବ୍ୟତୀତ ସେକ୍ଟର ଅଫିସର, ପୋଲିସ ପେଟ୍ରୋଲିଂ ଗାର୍ଡି ଓ ମାଜିଷ୍ଟ୍ରେଟଙ୍କ ଦ୍ବାରା ନିୟମିତ ବ୍ୟବଧାନରେ ତଦାରଖ କରିବା ପାଇଁ ପଦକ୍ଷେପ ନିଆଯାଇଛି ଏବଂ ଭୋଟ ଗ୍ରହଣ କେନ୍ଦ୍ର ମାନଙ୍କରେ ସୁରୁଖୁରୁରେ ମତଦାନ ନିମନ୍ତେ ୨୧୩ ଗୋଟି ପାଟ୍ରୋଲିଂ ପାର୍ଟି(ରିଜର୍ଭି ସହ) ନିଯୋଜିତ ହୋଇଛନ୍ତି । ଏଥ୍‌ନିମନ୍ତେ ୬୩୯ ଜଣ ସରକାରୀ କର୍ମଚାରୀ(ରିଜର୍ଭ ସହ) ପୂଲିଂ ଅଧିକାରୀଭାବରେ ନିଯୋଜିତ ହୋଇଥିବା ସ୍ଥଳେ ୧୯୩ ଜଣ ପୋଲିସ କର୍ମଚାରୀ ନିଯୋଜିତ ହୋଇଛନ୍ତି ଏବଂ ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ଭୋଟ ଗ୍ରହଣ କେନ୍ଦ୍ର ମାନଙ୍କରେ ଅତିରିକ୍ତ ପୋଲିସ କର୍ମଚାରୀ ନିଯୋଜିତ ହେଇଛନ୍ତି ।

ଚଳିତ ନିର୍ବାଚନ ରେ ବୋଡେନ ବ୍ଲକ ପାଇଁ ଗୋଟିଏ ପିଂକ / ଗୋଲାପି ମହିଳା ପୋଲିଂ ବୁଥ ବୋଡେନ ବ୍ଲକର ରାନୀମୁଣ୍ଡା ପ୍ରାଥମିକ ବିଦ୍ୟାଳୟ ଠାରେ ଓ ଆଉ ଗୋଟିଏ ଅର୍ଦ୍ଧ ପିଙ୍କ / ଗୋଲାପି ମହିଳା ପୋଲିଂ ବୁଥ ବୋଡେନ ଗ୍ରାମପଞ୍ଚାୟତର ସେଣ୍ଟ୍ରାଲ ପ୍ରାଥମିକ ବିଦ୍ୟାଳୟ ଠାରେ ବ୍ୟବସ୍ଥା ହେଇଥିଲା ।ନୂଆପଡା ଜିଲ୍ଲାର ନିର୍ବାଚନ କାର୍ଯ୍ୟ ତଦାରଖ କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ବାରା ଶ୍ରୀ ପ୍ରଦୀପ କୁମାର ଗରଡିଆ , ଓ.ପ୍ର.ସେ, ସ୍ବତନ୍ତ୍ର ସଚିବ ପର୍ଯବେକ୍ଷକ ଓ ଶ୍ରୀମନୋରଞ୍ଜନ ସମନ୍ତରାୟ, ଓ.ଆ,ସେ, ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତି ହେଇଛନ୍ତି । ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ ।

Related posts

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ଆଖି ନାହଁ କାନ ନାହଁ 

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଫରଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରେ ରବିବାର ଦିନ୧୨ଟା ପରେ ରୋଗୀ ସେବା ବନ୍ଦ

Sunil Chandra Nayak

Leave a Comment

error: Content is protected !!