ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୋକାନ ସହ ଜଳିଗଲା ଏକ ଲକ୍ଷ୍ୟରୁ ଅଧିକ ସମ୍ପତ୍ତି 

ଗୋଳାମୁଣ୍ଡା୨୧/୪ ମସିହା ନ୍ୟୁଜ  କେଗାଁ ଥାନା ଅନ୍ତର୍ଗତ ଗରଗାଵ ତ୍ରି ଛକ ଠାରେ ଥିବା ଏକ ଦୋକାନ ବିଳମ୍ବିତ ରାତ୍ରିରେ ପୋଡି ଯାଇଛି । ସୂଚନାରୁ ପ୍ରକାଶ ଯେ କୁଟ୍ରାବାହେଲି ଲୋକନାଥ ଭୋଇ ଏହି ଦୋକାନ ଖୋଲିଥିଲେ । ପାଖରେ ଏକ ବାହାଘର ଚାଲିଥିବା ବେଳେ ସେ ଗତକାଲି ରାତ୍ରି ୧୦ଟା ପର୍ଯ୍ୟନ୍ତ ଦୋକାନ ଖୋଲିଥିଲେ ବୋଲି ଦୋକାନ ମାଲିକ ସଫେଇ ଦେଇଥିଲେ । ଦୋକାନ ବନ୍ଦ କରି ଘରକୁ ଆସିଲା ପରେ କେହି ଦୁର୍ବୁର୍ତ୍ତ ପୋଡି ଦେଇଥିବା ଅଭିଯୋଗ ଆଣିଛନ୍ତି । ଦୋକାନରେ ପାନ, ଗୁଟ୍ଖା,ପେଟ୍ରୋଲ, ଥଣ୍ଡା ବିକ୍ରୟ ପାଇଁ ଏକ ବଡ଼ ଧରଣର ଫ୍ରିଜ ଥିଲା ତାହା ସବୁ ପୋଡି ଯାଇ ପାଉଁଶ ହୋଇଯାଇଛି । ଏ ଅଗ୍ନିକାଣ୍ଡରେ ଏକ ଲକ୍ଷ୍ୟରୁ ଅଧିକ ସମ୍ପତ୍ତି କ୍ଷୟକ୍ଷତି ହୋଇଥିବା ଦୋକାନ ମାଲିକ ଲୋକନାଥ ଭୋଇ ପ୍ରକାଶ କରିଛନ୍ତି । ଏ ଘଟଣାକୁ କେନ୍ଦ୍ର କରି ପ୍ରଶାସନ ତଦନ୍ତ କରି କ୍ଷୟକ୍ଷତି ଯୋଗାଇଦେବାକୁ ସାଧରଣରେ ଦାବି ହେଉଛି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ମସିହା,

Related posts

କମଳ ମଣ୍ଡଳ ସାଂସ୍କୃତିକ ଅନୁଷ୍ଠାନରେ କବି ଗଙ୍ଗାଧର ମେହେର ଆଲୋଚନା

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଶ୍ରୀ ସିଦ୍ଧ ବଳଦେବଜୀଉ

Sunil Chandra Nayak

ତ୍ରିନାଥ ମନ୍ଦିର ନିକଟସ୍ଥ ବଟ ବୃକ୍ଷ କଟା ନେଇ ଉତ୍ତେଜନା ଓ ହିନ୍ଦୁ ମହାସଂଘ ହସ୍ତକ୍ଷେପ ରେ ସମାଧାନ ଉଦ୍ୟମ

Sunil Chandra Nayak

Leave a Comment

error: Content is protected !!