ଗୋଳାମୁଣ୍ଡା୨୧/୪ ମସିହା ନ୍ୟୁଜ କେଗାଁ ଥାନା ଅନ୍ତର୍ଗତ ଗରଗାଵ ତ୍ରି ଛକ ଠାରେ ଥିବା ଏକ ଦୋକାନ ବିଳମ୍ବିତ ରାତ୍ରିରେ ପୋଡି ଯାଇଛି । ସୂଚନାରୁ ପ୍ରକାଶ ଯେ କୁଟ୍ରାବାହେଲି ଲୋକନାଥ ଭୋଇ ଏହି ଦୋକାନ ଖୋଲିଥିଲେ । ପାଖରେ ଏକ ବାହାଘର ଚାଲିଥିବା ବେଳେ ସେ ଗତକାଲି ରାତ୍ରି ୧୦ଟା ପର୍ଯ୍ୟନ୍ତ ଦୋକାନ ଖୋଲିଥିଲେ ବୋଲି ଦୋକାନ ମାଲିକ ସଫେଇ ଦେଇଥିଲେ । ଦୋକାନ ବନ୍ଦ କରି ଘରକୁ ଆସିଲା ପରେ କେହି ଦୁର୍ବୁର୍ତ୍ତ ପୋଡି ଦେଇଥିବା ଅଭିଯୋଗ ଆଣିଛନ୍ତି । ଦୋକାନରେ ପାନ, ଗୁଟ୍ଖା,ପେଟ୍ରୋଲ, ଥଣ୍ଡା ବିକ୍ରୟ ପାଇଁ ଏକ ବଡ଼ ଧରଣର ଫ୍ରିଜ ଥିଲା ତାହା ସବୁ ପୋଡି ଯାଇ ପାଉଁଶ ହୋଇଯାଇଛି । ଏ ଅଗ୍ନିକାଣ୍ଡରେ ଏକ ଲକ୍ଷ୍ୟରୁ ଅଧିକ ସମ୍ପତ୍ତି କ୍ଷୟକ୍ଷତି ହୋଇଥିବା ଦୋକାନ ମାଲିକ ଲୋକନାଥ ଭୋଇ ପ୍ରକାଶ କରିଛନ୍ତି । ଏ ଘଟଣାକୁ କେନ୍ଦ୍ର କରି ପ୍ରଶାସନ ତଦନ୍ତ କରି କ୍ଷୟକ୍ଷତି ଯୋଗାଇଦେବାକୁ ସାଧରଣରେ ଦାବି ହେଉଛି ।
ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ମସିହା,