ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହାରାଷ୍ଟ୍ରରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା, ପରିବାର ବର୍ଗଙ୍କୁ ଅନୁକମ୍ପାମୂଳକ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀ ଙ୍କ ଦାବୀ

ରୁପ୍ରା (ମ ନି ସ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ କର୍ମେଗାଁ ଗ୍ରାମ ପଞ୍ଚାୟତ ଅଧିନ ଖମ୍ବପଡା ଗ୍ରାମର ଖଗେଶ୍ବର କୁମାରଙ୍କ ଏକମାତ୍ର ପୁଅ ଶଙ୍କର କୁମାର ଦାଦନ ଶ୍ରମିକ ଭାବରେ ମହାରାଷ୍ଟ୍ରର ଥାନେ ଜିଲ୍ଲାରେ କାମ କରୁଥିବା ବେଳେ ହଠାତ୍ ଅସୁସ୍ଥ ହେବାରୁ ସେଠାରେ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା, ମାତ୍ର ଚିକିତ୍ସାଧିନ ଅବସ୍ଥାରେ ବୁଧବାର ମଧ୍ଯରାତ୍ରିରେ ୪୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା ବାବଦରେ ତାଙ୍କ ସମ୍ପର୍କୀୟ ସୂଚନା ଦେଇଛନ୍ତି। ତେବେ ସେଠାରେ ମୃତବ୍ୟକ୍ତିଙ୍କ ପତ୍ନୀ ସସ୍ମିତା କୁମାର ଓ କିଛି ଓଡ଼ିଆ ଦାଦନ ଶ୍ରମିକଙ୍କ ସହଯୋଗରେ ଆଜି ସେଠାରେ ଶବ ସତ୍କାର କରାଯାଇଥିବା ବେଳେ ଗାଁରେ ଥିବା ଶଙ୍କରଙ୍କ ଚାରି ଝିଅ ଧରିତ୍ରୀ, ପୁଜା, ଲିଜା ଓ ଶାଲିନି ବାପାଙ୍କ ଶେଷ ଦର୍ଶନ ମଧ କରିପାରିଲେ ନାହିଁ। ସୂଚନା ଥାଉକି ଏହି ପରିବାରର ଜଣେ ମାତ୍ର ରୋଜଗାରକ୍ଷମ ବ୍ଯକ୍ତି ଥିବା ବେଳେ ବର୍ତ୍ତମାନ ତାଙ୍କ ମୃତ୍ୟୁ ହୋଇଥିବାରୁ ପରିବାର ସମ୍ପୁର୍ଣ୍ଣ ଭାଙ୍ଗିପଡିଛନ୍ତି। ସରକାରୀ ସହାୟତା କହିଲେ ଉକ୍ତ ପରିବାର ମାସକୁ କେବଳ ୩୫ କିଲୋଗ୍ରାମ ଚାଉଳ ପାଉଥିବା ବେଳେ ଅନ୍ୟ କୌଣସି ସରକାରୀ ସହାୟତା ପାଉନଥିବା ଜଣାପଡିଛି। ଏଣୁ ଉକ୍ତ ପରିବାରକୁ ଶୁଦ୍ଧିକ୍ରିୟା ନିମନ୍ତେ ସହାୟତା ରାଶି ପ୍ରଦାନ ସହ ସରକାରୀ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି।

ରିପୋର୍ଟ :- ପ୍ରଦୀପ କୁମାର ସେନାପତି, ରୁପ୍ରା

Related posts

ଜିଲ୍ଲା ସଂକୃତି ଅଧିକାରୀ ଙ୍କ ମନମୁଖୀ କାର୍ଯ୍ୟ ଓ କଳାକାର ଙ୍କୁ ଅସମ୍ମାନ କରିଥିବା ଯୋଗୁଁ କାର୍ଯ୍ୟାନୁଷ୍ଠାନ ଦାବୀ କଲା ଜିଲ୍ଲା ପାରମ୍ପରିକ ଲୋକକଳା ସଙ୍ଘ

Sunil Chandra Nayak

କର୍ଲାମୁଣ୍ଡା ବ୍ଲକ୍ ସ୍ତରୀୟ କୁରାଳ ସମାଜର ସାଙ୍ଗଠାନିକ ଓ ସମ୍ବର୍ଦ୍ଧନା ସଭା

Sunil Chandra Nayak

ବିଦ୍ୟୁତ୍ ପ୍ରଭା ନାୟକ ଙ୍କ କବିତା ଶ୍ରୀ ଜଗନ୍ନାଥ ହରି 

Sunil Chandra Nayak

Leave a Comment

error: Content is protected !!