ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମ.ରାମପୁର ଶ୍ରୀ ରାମଲୀଳା ନାଟ୍ୟ ମହୋତ୍ସବ ସମାପନ : କିସ୍କିନ୍ଧ୍ୟା, ସୁନ୍ଦର ଓ ଲଙ୍କା କାଣ୍ଡ ମଂଚସ୍ଥ

ମ.ରାମପୁର:୨୧/୪(ମସୀହା) -ଶ୍ରୀରାମଜୀଉ ସାଂସ୍କୃତିକ ଅନୁଷ୍ଠାନ ମ.ରାମପୁର ଆନୁକୁଲ୍ୟରେ ଚାଲିଥିବା ଶ୍ରୀରାମ ଲୀଳା ନାଟ୍ୟ ମହୋତ୍ସବର ତୃତୀୟ ତଥା ଶେଷ ଋଜନୀରେ କିସ୍କିନ୍ଧ୍ୟା, ସୂନ୍ଦର ଓ ଲଙ୍କା କାଣ୍ଡ ମଂଚସ୍ଥ ହେଲା । ଶେଷ ରଜନୀରେ ଭରପୁର ଦର୍ଶକ ଉପଭୋଗ କରିଥିଲେ ଅଭିନୀତ ସମସ୍ତ ଦୃଶ୍ୟ ସମାପ୍ତ ଯାଏଁ l ଅଧ୍ୟାପକ ଶୈଳେନ୍ଦ୍ର ଆଚାର୍ଯ୍ୟଙ୍କ ରଚନା ଓ ନିର୍ଦ୍ଦେଶନାରେ ଅତ୍ୟାଧୁନିକ ସାଜସଜ୍ଜା ସହ ସଂପୂର୍ଣ୍ଣ ରାମଲୀଳାର ଅନ୍ତିମ ରଜନୀରେ ସ୍ଥାନୀୟ ତହସିଲଦାର ସୁଶ୍ରୀ ସୁଚରିତା ମୁଗ୍ରୀ ମୁଖ୍ୟ ଅତିଥିଭାବରେ ଯୋଗଦେଇ ମଞ୍ଚ ଉଦଘାଟନ୍ କରିଥିଲେ । ସଭାପତି ଜୀବେଶ କୁମାର ପଣ୍ଡା,ସଂପାଦକ ବୀରେନ୍ଦ୍ର ରଥ ଉପସ୍ଥିତ ରହିଥିବାବେଳେ ମଞ୍ଚ ପରିଚାଳନା କରିଥିଲେ ପବନ ମହାଲିକ ଓ ହେମନ୍ତ ସାହୁ । ବାଳୀ ବଧ,ସୁଗ୍ରୀବଙ୍କ ମିତ୍ରତା ସ୍ଥାପନ, ସୀତା ଠାବ,ବିଭୀଷଣ ନିର୍ବାସନ,ରାମ ସୀତାଙ୍କ ବିରହ,ଲଙ୍କାପୋଡ଼ି,ରାବଣ ବଧ,ରାଜ୍ୟାଭିଷେକ ଆଦି ଦୃଶ୍ୟ ଅଭିନୀତ ହେଇଥିଲା । ଶ୍ରୀରାମ, ଜଗମୋହନ ସାହୁ,ଲକ୍ଷ୍ମଣ,ବିକାଶ ଆଚାର୍ଯ୍ୟ,ସୀତା ରମେଶ ସାହୁ, ରାବଣ ସାଇପ୍ରସାଦ ମହାରଣା(ବଡ଼),ମନ୍ଦୋଦରୀ ମଣ୍ଟୁ ବାରିକ, ବିଭୀଷଣ ପ୍ରଦୀପ ସିଂ(ବଡ଼ବାବୁ),କୁମ୍ଭକର୍ଣ୍ଣ ରଞ୍ଜନ ମହାରଣା,ମେଘନାଦ:ଦେବେନ୍ଦ୍ର ମହାନ୍ତି,ବାଳୀ:ବବଲୁ ଘିଭେଲା,ସୁଗ୍ରୀବ:ଫାଲଗୁନୀ ପୁଝାରୀ,ପାଶ୍ୱର୍ ଚରିତ୍ର ଅନ୍ୱେଷ ପଟ୍ଟନାୟକ,ଲଳିତ ସିଂ, ଶାଶ୍ୱତ ତ୍ରିପାଠୀ ପ୍ରମୁଖ ଚମତ୍କାର ଅଭିନୟ କରିଥିଲେ ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି ମହେଶ୍ୱର ସାହୁ(ଭୁବନେଶ୍ୱର) । କଣ୍ଠ ଦାନ ବରିଷ୍ଠ କଣ୍ଠ ଶିଳ୍ପୀ ସନ୍ତୋଷ କୁମାର ଦୁବେ,ଶିଶୁ କଣ୍ଠଶିଳ୍ପୀ ପିହୁ ପ୍ରିୟଦର୍ଶିନୀ ଦୁବେ,ସରସ୍ୱତୀ ଦାସ,ଧୀରେନ୍ଦ୍ର ମହାନ୍ତି,ସ୍ମୃତିରେଖା ପାଢୀ,ରୁବି ବେହେରା,ତ୍ରିଲୋଚନ ସୁନା ଓ ବାଦ୍ୟଯନ୍ତ୍ରରେ,ଯୁଧିଷ୍ଟିର ବେହେରା,ଭରତ ରାଉତ,ପ୍ରଶାନ୍ତ, ଦିଲ୍ଲୀପ,ନୀର, କାହ୍ନୁ ଦାୟିତ୍ୱ ନିର୍ବାହ କରୁଥିବାବେଳେ ରୂପସଜ୍ଜା କରୁଛନ୍ତି ଦୀନବନ୍ଧୁ ମହାରଣା ,ସମ୍ବିତ ମହାରଣା ଓ ମଞ୍ଚ ସାଜସଜ୍ମା ବୀରେନ୍ଦ୍ର ମହାରଣା,କାଲୁ ମହାରଣା,ତ୍ରିଲୋଚନ ମହାରଣା,ଭ୍ରମରବର,ସୁବାସ ନାୟକ,ତ୍ରିନାଥ ରାଉତ,ଶରତ ମହାରଣା ପ୍ରମୁଖ ।

ମ.ରାମପୁରରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l

Related posts

ଗାଁ ରାସ୍ତା ରେ ଆଣ୍ଠୁଏ କାଦୁଅ, ତଳି ରୋଇ ପ୍ରତିବାଦ କଲେ ବଙ୍ଗୋମୁଣ୍ଡା ଗ୍ରାମବାସୀ

Sunil Chandra Nayak

ଜୟ କୁମାର ମିଶ୍ର  ଙ୍କ କବିତା ମାଆଙ୍କୁ ମାଗୁଣି

Sunil Chandra Nayak

ରାଖାଲ ଚନ୍ଦ୍ର ସ୍ବାଇଁ ଙ୍କ ଗଳ୍ପ ମୂର୍ଖ ପଣ୍ଡିତ

Sunil Chandra Nayak

Leave a Comment

error: Content is protected !!