ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିପୁଳ ପରିମାଣ ର ଶାଳ କାଠ ଜବତ 

ଢେଙ୍କାନାଳ :ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ ସେକ୍ସନ କଙ୍କିଳି ବିଟ ଅଧିନସ୍ଥ ଜରିତଇଲା ସାହି ନିକଟରୁ ବିପୁଳ ପରିମାଣ ଶାଳ କାଠ ଜବତ | ସୂଚନା ମୁତାବକ କିଛି ଦିନି ହେବ ସେହି ସାହିର କିଛି ଲୋକ ସାହି ନିକଟସ୍ଥ ଜଙ୍ଗଲ ରୁ ବିପୁଳ ପରିମାଣ ବିଶାଳକାୟ ଶାଳ ଗଛ କାଟି ବସୋଈ ର ଏକ କାଠ ମାଫିଆ କୁ ବିକ୍ରି କରୁଥିଲେ |ଏ ନେଇ କିଛି ଗଣମାଧ୍ୟମ ପ୍ରତିନିଧି ବିଶେଷ ସୂତ୍ରରୁ ଖବର ପାଇବା ପରେ, ଘଟଣା ସ୍ଥଳକୁ ଯାଇ, ବନଖଣ୍ଡ ଅଧିକାରୀ ଙ୍କୁ ଖବର ଦେଇଥିଲେ | ଖବର ପାଇ ବନଖଣ୍ଡ ଅଧିକାରୀ, ସ୍ଥାନୀୟ ଫରେଷ୍ଟର କୁ କାଠ ଜବତ କରିବାକୁ ନିର୍ଦେଶ ଦେଇଥିଲେ | ସେଠାରୁ ୨୭ ଟି ବିଶାଳ ଶାଳ ଗଣ୍ଡି ଜବତ କରିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି | ତେବେ ସୂଚନା ମୁତାବକ ଏହି ବନାଞ୍ଚଳ ରୁ ବସୋଈ ଗାଁ ର କିଛି କାଠ ମାଫିଆ ଦୀର୍ଘ ଦିନ ଧରି ଶହ ଶହ ଶାଳ କାଠ କାଟି ବିକ୍ରି କରୁଥିବା ବେଳେ, ବନ ବିଭାଗ ସବୁ ଜାଣି ନଜାଣିଲା ପରି ଚୁପ ରହୁଛି | ଯାହା ଫଳରେ କାଠ ମାଫିଆ ମାନେ ଦିନକୁ ଦିନ ସକ୍ରିୟ ହୋଇ ଜଙ୍ଗଲ କାଟି ସଫା କରୁଛନ୍ତି | ଯାହାକୁ ନେଇ ସାଧାରଣ ରେ ବନବିଭାଗର କାର୍ଯ୍ୟ କୁ ନେଇ ପ୍ରଶ୍ନ ଉଠାଇବା ସହ ଅସନ୍ତୁଷ ପ୍ରକାଶ ପାଇଛି |

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ 

Related posts

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ରାତ୍ରି ଗୋ! ତୁମେ

Sunil Chandra Nayak

ଦିଲୀପ ମାଝୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Sunil Chandra Nayak

ରାଧାକୃଷ୍ଣ ଯୁବକ ସଙ୍ଘ ପକ୍ଷରୁ ବିଶାଳ ତ୍ରିରଙ୍ଗା ପଦ ଯାତ୍ରା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!