ଢେଙ୍କାନାଳ :ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ମୁକ୍ତାପଶି ଫରେଷ୍ଟ ସେକ୍ସନ କଙ୍କିଳି ବିଟ ଅଧିନସ୍ଥ ଜରିତଇଲା ସାହି ନିକଟରୁ ବିପୁଳ ପରିମାଣ ଶାଳ କାଠ ଜବତ | ସୂଚନା ମୁତାବକ କିଛି ଦିନି ହେବ ସେହି ସାହିର କିଛି ଲୋକ ସାହି ନିକଟସ୍ଥ ଜଙ୍ଗଲ ରୁ ବିପୁଳ ପରିମାଣ ବିଶାଳକାୟ ଶାଳ ଗଛ କାଟି ବସୋଈ ର ଏକ କାଠ ମାଫିଆ କୁ ବିକ୍ରି କରୁଥିଲେ |ଏ ନେଇ କିଛି ଗଣମାଧ୍ୟମ ପ୍ରତିନିଧି ବିଶେଷ ସୂତ୍ରରୁ ଖବର ପାଇବା ପରେ, ଘଟଣା ସ୍ଥଳକୁ ଯାଇ, ବନଖଣ୍ଡ ଅଧିକାରୀ ଙ୍କୁ ଖବର ଦେଇଥିଲେ | ଖବର ପାଇ ବନଖଣ୍ଡ ଅଧିକାରୀ, ସ୍ଥାନୀୟ ଫରେଷ୍ଟର କୁ କାଠ ଜବତ କରିବାକୁ ନିର୍ଦେଶ ଦେଇଥିଲେ | ସେଠାରୁ ୨୭ ଟି ବିଶାଳ ଶାଳ ଗଣ୍ଡି ଜବତ କରିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି | ତେବେ ସୂଚନା ମୁତାବକ ଏହି ବନାଞ୍ଚଳ ରୁ ବସୋଈ ଗାଁ ର କିଛି କାଠ ମାଫିଆ ଦୀର୍ଘ ଦିନ ଧରି ଶହ ଶହ ଶାଳ କାଠ କାଟି ବିକ୍ରି କରୁଥିବା ବେଳେ, ବନ ବିଭାଗ ସବୁ ଜାଣି ନଜାଣିଲା ପରି ଚୁପ ରହୁଛି | ଯାହା ଫଳରେ କାଠ ମାଫିଆ ମାନେ ଦିନକୁ ଦିନ ସକ୍ରିୟ ହୋଇ ଜଙ୍ଗଲ କାଟି ସଫା କରୁଛନ୍ତି | ଯାହାକୁ ନେଇ ସାଧାରଣ ରେ ବନବିଭାଗର କାର୍ଯ୍ୟ କୁ ନେଇ ପ୍ରଶ୍ନ ଉଠାଇବା ସହ ଅସନ୍ତୁଷ ପ୍ରକାଶ ପାଇଛି |
ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ