ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବଢୁଛି ପାଣି ମୋଟର ଚୋରି ,ଟେର ପାଉନି ପୋଲିସ

ଉତ୍କେଲା,୨୧/୦୪, ମ ନି ସ, କେସିଙ୍ଗା ଥାନା ଉତ୍କେଲା,ଚାଞ୍ଚେର ପଞ୍ଚାୟତ ଆଖପାଖ ଅଞ୍ଚଳରେ କିଛି ଦିନ ଭିତରେ ବୋରଓ୍ବେଲ ମାନଙ୍କରୁ ମୋଟର ଚୋରି ହେଉଥିବା ଅଭିଯୋଗ ଆସୁଛି।  ଚୋରି କରିବା ପରେ ଚୋର ଏହାକୁ ପାର୍ଟସ ଖୋଲି ମାର୍କେଟ ରେ ବିକ୍ରି କରି ନେଉଥିବା ଲୋକ ଚର୍ଚ୍ଚା କରୁଛନ୍ତି। ଉତ୍କେଲା ର ବିଜେପି କୃଷକ ମୋର୍ଚା ସଭାପତି ବସନ୍ତ ପୁରୋହିତ ଉତ୍କେଲା କୋକୋଡମାଲ ଯିବା ରାସ୍ତା ଜମିରେ ପିଆଜ ଚାଷ କରିଥିବା ପାଇଁ ଲଗାଇଥିବା ବୋରଓ୍ବେଲ ମୋଟର ୧୨ ହଜାର ଟଙ୍କାର ଦୁର୍ବୁତ୍ତ ମାନେ କାଢି ନେଇଯାଇଥିବା ପ୍ରକାଶ କରିଛନ୍ତି। ଏମିତି ବର୍ଷକରେ ବହୁ  ମୋଟର ଚୋରି  ହେଲାଣି । ବହୁ ଦିନରୁ ଅଞ୍ଚଳରେ ଅନେକ ଲୋକଙ୍କ ମୋଟର ଚୋରି ହୋଇଛି ହେଲେ ଏଯାଏଁ ଚୋର ଧରା ନ ପଡିବା ଯୋଗୁଁ  ଚାଷି ଲୋକ କ୍ଷେତ ଖଳାରେ ଚାଷ ଜିନିଷ ପତ୍ର ରଖିବା ସୁରକ୍ଷିତ ମଣୁ ନାହାଁନ୍ତି। ଏହି ରାକେଟ କୁ ତୁରନ୍ତ ଠାବ କରିବା ପାଇଁ ପୋଲିସ ଦୃଢ ତଦନ୍ତ କରିବା ପାଇଁ ଜନସାଧାରଣ ଦାବୀ କରୁଛନ୍ତି। ଉତ୍କେଳ। ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ ।

Related posts

ଡୁର୍କାମୁଣ୍ଡା ଗ୍ରାମରେ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ଶବ ଉଦ୍ଧାର , ଶବ ବ୍ୟବଚ୍ଛେଦ ଗୃହ ନ ଥିବାରୁ ଲୋକେ ହନ୍ତସନ୍ତ 

ନାଗସାପ କାମୁଡାରେ ମହିଳା ମୃତ

Sunil Chandra Nayak

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା “ଗୋବିନ୍ଦ “

Sunil Chandra Nayak

Leave a Comment

error: Content is protected !!