Uncategorizedଚନ୍ଦ୍ରକଳା ଙ୍କ କବିତା ଜନ୍ମାଷ୍ଟମୀ by Sunil Chandra NayakAugust 18, 2022066 Share0 ଜନ୍ମାଷ୍ଟମୀ ଚନ୍ଦ୍ରକଳା କୋରାପୁଟ ଯୁଗେ ଯୁଗେ ପ୍ରଭୁ ଧର୍ମ ରକ୍ଷା ପାଇଁ ଜନମନ୍ତି ମର୍ତ୍ତ୍ୟପୁର, ଦୁଷ୍ଟ ନାଶି ପ୍ରଭୁ ସନ୍ଥ ପାଳିବାକୁ ନେଇଥାନ୍ତି ଅବତାର || କେତେ ପୁଣ୍ୟ କରିଥିଲେ ଦେବକୀଯେ ପ୍ରଭୁଙ୍କୁ କୋଳେ ଧରିଲେ, ଧନ୍ୟ ଦେବକୀ ମା’ ଧନ୍ୟ ବସୁଦେବ ପ୍ରଭୁ ସାନ୍ନିଧ୍ୟ ଲଭିଲେ || ଭାଦ୍ରବର କୃଷ୍ଣ ଅଷ୍ଟମୀ ନିଶା6ର୍ଦ୍ଧ କଂସ ବନ୍ଦୀଶା6ଳ ଜନ୍ମ, ରୋହିଣୀ ନକ୍ଷତ୍ର ବୃଷ ଲଗନରେ ଜନ୍ମି ଥିଲେ ନାରାୟଣ || ପ୍ରଭୁ ଜନ୍ମ ମାତ୍ରେ ହଟିଲା ଅନ୍ଧାର ବନ୍ଦୀ ଗୃହ ଆଲୋକିତ, ମାୟାରେ ମୋହିତ ହୋଇଲେ ସରବେ ଦେବକୀ ଯେ ମୂର୍ଚ୍ଛ|ଗତ || ଛିନ୍ନ ହେଲା ବନ୍ଦୀ ଗୃହର ଶିଙ୍କୁଳି ରୁଦ୍ଧଦ୍ୱାର ଖୋଲିଗଲେ, ପ୍ରଭୁଙ୍କ ନିର୍ଦ୍ଦେଶେ ପିତା ବସୁଦେବ ସେହିପରି ସବୁ କଲେ || ଭଦ୍ର ମାସ କୃଷ୍ଣ ଅଷ୍ଟମୀ ସେଦିନ ଚାରି ମେଘ ଏକ ହେଲେ ଘନ ଘୋର ବୃଷ୍ଟି ଅନ୍ଧକାର ରାତ୍ରୀ ଗୋପ ନଗ୍ରୁ ବାହାରିଲେ || ଟୋକେଇ ଭରି ପ୍ରଭୁ ଶ୍ରୀ କୃଷ୍ଣଙ୍କୁ ମୁଣ୍ଡରେ ମୁଣ୍ଡାଇ ନେଇ, ମଥୁରାରୁ ବସୁଦେବ ଗୋପଯାତ୍ରା ଆନନ୍ଦ ମନେ କରଇ || ନ ଥିଲା ତାଙ୍କର ବର୍ଷାକୁ ଖାତିରି ଅନ୍ଧକାରକୁ ଯେ ପୁଣି, ସ୍ୱୟଂ ନାରାୟଣ ମୁଣ୍ଡରେ ଯାହାର ତାକୁ କିବା ଭୟ ପୁଣି || ପଥରେ ତାଙ୍କର ପଥରୁଦ୍ଧ କଲେ ଉଗ୍ରସେନ ସେନାପତି, ଶଙ୍ଖ, ଚକ୍ରଧାରୀ ପ୍ରଭୁ ରୂପ ଦେଖି ସ୍ତମ୍ଭିଭୂତ ସ୍ଥିର ମତି || ସେଠାରୁ ଆଗକୁ ବାସୁଦେବ ଗଲେ ଯମୁନା ନଦୀ ଉଛୁ6ଳ, ପ୍ରଭୁ ଆଜ୍ଞା ମାତ୍ରେ ଦୁଇ ଭାଗ ହେଲା ବାସୁଦେବ ଚାଲିଗଲେ || ଟୋକେଇରେ ଥିବା ପରମ ବ୍ରହ୍ମଙ୍କୁ ବାସୁକୀ ନାଗ ଯେ ପୁଣି ଛତ୍ର ପ୍ରାୟ ସିଏ. ଢାଙ୍କି ରହିଥାଏ ଜଗତର ଶିରୋମଣୀ || ମାୟାଧାରୀ ସିଏ ମାୟା ଆଚରନ୍ତି ସଂସାର ସୃଷ୍ଟି ଯାହାର, ମାୟା ବଳେ ବଶ ହୋଇ ବାସୁଦେବ ପହଁଚିଲେ ନନ୍ଦ ଘର || ମାୟାର ନିଦ୍ରାରେ ଶୋଇଲେ ଯଶୋଦା ବିଜୁଳି କନ୍ୟା ଜନମି, ଯଶୋଦା ସମୀପେ ଶ୍ରୀ କୃଷ୍ଣଙ୍କୁ ରଖି ବିଜୁଳିକୁ ଗମେ ଆଣି || ଗୋପରୁ ମଥୁରା ବିଜୁଳିକୁ ଆଣି ପହଁଚିଲେ ବନ୍ଦୀ ଘରେ, ଦେବକୀଙ୍କ କୋଳେ ବିଜୁଳିକୁ ରଖି ଅଶ୍ୱସ୍ତି ସିଏ ଲଭିଲେ || ପୂର୍ବ ପରକାରେ ବନ୍ଦୀ ଗୃହ ପୁଣି ରୁଦ୍ଧ ହୋଇଣ ଯେ ଗଲେ, କର୍ମଚାରୀ ମାନେ ମୋହ ତ୍ୟାଗ କରି ଚେଇଁଣ ଉଠିଣ ଥିଲେ || କୁଆଁ କୁଆଁ ରାବ ଶୁଣି ବନ୍ଦୀ ଘରେ କଂସ ରାଜାଙ୍କୁ କହିଲେ, ଦେବକୀ ଅଷ୍ଟମ ଗରଭ ସନ୍ତାନ ଜନ୍ମି ଅଛି ଆଜି ଭଲେ || ଦୂରାଚାରୀ କଂସ ଦୂର୍ମତି ତା’ବୁଦ୍ଧି ବନ୍ଦୀ ଶା6ଳ ପହଁଚିଲେ, ଦେବକୀ ଅଷ୍ଟମ ସନ୍ତାନକୁ ନେଇ ମାରିବାକୁ ତାକୁ ଗଲେ || କଂସ ହାତରୁ ଖସି ଯାଇ ଶୂ6ନ୍ୟ କଂସକୁ ଚେତାଇ ଦେଲେ, ତୋତେଯେ ମାରିବ ଗୋପେ ବଢୁଅଛି ଜାଣି ଥାଅ ତୁହି ଭଲେ || କୃଷ୍ଣଙ୍କୁ ପାଇଣ ନନ୍ଦ ଯଶୋଦା ଯେ ଅତ୍ୟନ୍ତ ବିଭୋର ହୋଇ, ନନ୍ଦ ଘରେ ବଡ଼ ମହୋତ୍ସବ କଲେ ଗୋପୀ ଗୋପାଙ୍ଗନା ନେଇ || ସବୁ ଲୀଳା ଖେଳା ଲୀଳାମୟ ଙ୍କର କିଏ ତା’ କରିବ ଆନ, ମଧୁ ପୁରେ ଜନ୍ମି କଂସର ନିଧନେ ଗୋ6ପ ଗଲେ ଭଗବାନ || ଧର୍ମ ସଂସ୍ଥାପ6ନ ପାପର ବିନା6ଶ ନର ଅବତାର ହେଲେ, ଚାଣୁର,ମୁଷ୍ଟିକ,ବକା, ଆଘା, 6ବ୍ୟ|ମ କଂସ,ପୁତନା,ଅଷ୍ଟ ମ6ଲ୍ଲ, ସମସ୍ତଙ୍କୁ ମାରି ଧରଣୀ ବକ୍ଷରୁ ଜଗତ ଉଦ୍ଧାର କଲେ ||