ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଜିଠାରୁ ରାଜଧାନୀରେ ଗଡିବ ଇ-ବସ ଏବଂ ଇ-ରିକ୍ସା

ଅପରାହ୍ନ ୫ଟାର ପତାକା ଦେଖାଇ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ……

  ଆଜିଠାରୁ ଭୁବନେଶ୍ୱରରେ ପ୍ରଥମ କରି ଗଡିବ ଇ-ବସ ଏବଂ ଇ-ରିକ୍ସା। ସବୁଜ ସହର ପରିକଳ୍ପନା, ବାୟୁମଣ୍ଡଳ ପ୍ରଦୂଷଣ ମୁକ୍ତ ଏବଂ ଅଙ୍ଗାରକାମ୍ଳ ନିର୍ଗତ ପରିମାଣ ହ୍ରାସ କରିବାରେ ଏହା ସହାୟକ ହେବ। ଆଜିଠାରୁ ରାଜଧାନୀରେ ପ୍ରଥମ ପର୍ଯ୍ୟାୟରେ ୧୦ଟି ଇ-ବସ ଏବଂ ୪୫ଟି ଇ-ରିକ୍ସା ଚଳାଚଳ କରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନ ୫ଟାରେ ବିମାନ ବନ୍ଦର ରାସ୍ତାରେ ସବୁଜ ପତାକା ଦେଖାଇ ଉଭୟ ଇ-ଯାନକୁ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି।ବର୍ତ୍ତମାନ ସମୟରେ ବ୍ୟକ୍ତିଗତ ଯାନର କମ ବ୍ୟବହାର କରି ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ମୋ ବସ, ଇ-ବସ, ଇ-ରିକ୍ସା ସେବାକୁ ବ୍ୟବହାର କଲେ ଟ୍ରାଫିକ ସମସ୍ୟାରେ ନିୟମିତ ସୁଧାର ଆସିପାରିବ ଓ ବାୟୁ ପ୍ରଦୂଷଣକୁ ରୋକି ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ମୁଖ୍ୟତଃ ପେଟ୍ରୋଲ ଓ ଡିଜେଲ ଚାଳିତ ବସ ଚଳାଚଳ କରୁଥିବାରୁ ବାୟୁମଣ୍ଡଳରେ ପ୍ରଦୂଷଣ ବଢୁଛି। ଏହାକୁ ହ୍ରାସ କରିବା ନିମନ୍ତେ ରାଜଧାନୀରେ କ୍ରୁଟ ପକ୍ଷରୁ ଇ-ବସ ଓ ଇ-ରିକ୍ସା ଚଳାଚଳ କରିବ। ଏଥିପାଇଁ କ୍ରୁଟ ୧୦ ଇ-ବସ ଆଣି ପରୀକ୍ଷା ମୂଳକ ଭାବେ ସହରର ବିଭିନ୍ନ ମାର୍ଗରେ ଚଳାଚଳ କରୁଛନ୍ତି। ଇ-ବସରେ ବାଲିବସ୍ତା ରଖି ଚଳାଚଳ କରୁଥିବା ବେଳେ ଶୁକ୍ରବାରଠାରୁ ଏହି ବସ ଯାତ୍ରୀଙ୍କୁ ସେବା ପ୍ରଦାନ କରିବ। ରାଜଧାନୀରେ ମୋଟ ୫୦ଟି ଇ-ବସ ଚଳାଇବାକୁ କ୍ରୁଟ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦ଟି ଇ-ବସ ଚଳାଚଳ କରିବ। ପରବର୍ତ୍ତୀ ସମୟରେ ଅବଶିଷ୍ଟ ୪୦ ଇ-ବସ ଆଣି ଚଳାଚଳ କରିବାକୁ ଲକ୍ଷ୍ୟ ରଖାଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଏମ ରାମପୁର ବ୍ଳକ ଅଧ୍ୟକ୍ଷା ବିଜୁ ଜନତା ଦଳ ସମର୍ଥିତ ପ୍ରାର୍ଥିନୀ ନିର୍ବାଚିତ

Sunil Chandra Nayak

କଳାହାଣ୍ଡିରେ ଦୁର୍ବଳ ହେଉଛି ବିଜେପି ସଙ୍ଗଠନ

Sunil Chandra Nayak

କୁଟୃପଲା ଗ୍ରାମରେ ଶ୍ରୀମତ ଭାଗବତ ପ୍ରାରାୟଣ ଓ ମହାଯଜ୍ଞ

Sunil Chandra Nayak

Leave a Comment

error: Content is protected !!