ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁରରେ ବନବାସୀ ବୈଦ୍ୟ ସମ୍ମିଳନୀ ଆନୁକୁଲ୍ୟରେ ଧନ୍ବନ୍ତରୀ ଜୟନ୍ତୀ ପାଳିତ

ମୟୂରଭଞ୍ଜ -୨୩/୧୦/୨୨(ମସିହା) ଆୟୁର୍ବେଦ ଶାସ୍ତ୍ର ଅତ୍ୟନ୍ତ ପ୍ରାଚୀନ ତଥା ଅଥର୍ବବେଦର ଉପବେଦ ବା ପଂଚମ ବେଦ ରୂପେ ବିଖ୍ୟାତ । କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୟୋଦେଶ ତିଥିରେ ଆୟୂର୍ଵେଦ ସ୍ବାସ୍ଥ୍ୟରକ୍ଷା ବିଜ୍ଞାନର ପ୍ରବର୍ତ୍ତକ ଭଗବାନ ଧନ୍ବନ୍ତରୀଙ୍କ ଜନ୍ମଦିନ ।

ସାଗରଜଂ ବିଷ୍ନୁରୂପ ଅମୃତଂ କଳଶଂ ହସ୍ତମ୍ ;

ସର୍ବରୋଗହରଂ ଦେବଂ ଧନ୍ବନ୍ତର୍ଯ୍ଯ ନମୋ ନମଃ ।

ମନୁଷ୍ୟ ଜୀଵନ କେବଳ ସଂପଦ ଓ ଆୟୁରେ ସିମୀତ ନୁହେଁ,ବରଂ ଏହି ଆୟୁ ସୁଖ ଓ ଆରୋଗ୍ୟ ଦାୟକ ହୋଇପାରିବ ତଥା ଅନ୍ୟ ସମସ୍ତ ପ୍ରାଣୀର ହିତ, ଧର୍ମପରାୟଣ , ପୂଜ୍ୟପୂଜା ସଂପାଦନ,ସଦବୁଦ୍ଧି ସଂପନ୍ନ ସହିତ ସମାଜର କଲ୍ୟାଣ ସାଧନ କରିପାରିବା ଏହାହିଁ ଆୟୁର୍ବେଦ ଶାସ୍ତ୍ରର ଉଦେଶ୍ୟ ।

  ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଅଁଳାଡୁବା ଗ୍ରାମରେ ବନବାସୀ ବୈଦ୍ୟ ସମ୍ମିଳନୀ ଆନୁକୁଲ୍ୟରେ’ସୁସ୍ଥ ଭାରତ ସମୃଦ୍ଧ ଭାରତ’ ପକ୍ଷରୁ ଧନ୍ବନ୍ତରୀ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଭାରତ ସରକାରଙ୍କ ଅନୁସୂଚିତ ଜନଜାତି କମିଶନର ସଦସ୍ୟ ତଥା କେନ୍ଦୁଝର ପୂର୍ବତନ ସାଂସଦ ଶ୍ରୀ ଅନନ୍ତ ନାୟକ ଯୋଗ ଦେଇଥିଲେ । ଏହି ଅବସରରେ ଧନ୍ବନ୍ତରୀଙ୍କ ପୂଜାର୍ଚ୍ଚନା ହୋଇଥିଲା ।ପରେ ସମ୍ମିଳନୀରେ ସଭାପତି ମଧୁସୂଦନ ବାରିକ ସଭାପତି଼ତ୍ବ କରିଥିବା ଵେଳେ ସମ୍ମାନିତ ଅତିଥି ମଧୂସୂଦନ ମହାନ୍ତି ଯୋଗ ଦେଇଥିବାବେଳେ ଘାସିନାଥ ସାହୁ ମଂଚ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି କହିଥିଲେ ସାରା ବିଶ୍ବରେ ଆୟୁର୍ବେଦ ର ବିକଳ୍ପ ନାହିଁ । ଭାରତ ସରକାର ଏହି ଦିବସକୁ ଆୟୁର୍ବେଦ ଦିବସ ରୂପେ ଘୋଷଣା କରିବା ସହ ଆମର ପାରଂପାରିକ ଚିକିତ୍ସା ପଦ୍ଧତିକୁ ଉଜ୍ଜିବୀତ କରିବା ପ୍ରଚେଷ୍ଟା କରିଛନ୍ତି ।ଏହାର ଉଦେଶ୍ୟ ସମଗ୍ର ମାନବ ସମାଜ ଆୟୁର୍ବେଦରେ ଥିବା ଗହନ ସ୍ବାସ୍ଥ୍ୟରକ୍ଷା ବିଧି ଗୁଡିକ ଉଜ୍ଜୀବିତ କରିବା ।ଏହା ସହିତ ବ୍ୟକ୍ତିଗତ ସ୍ଵାସ୍ଥ୍ୟ, ଆଧ୍ୟାତ୍ମିକ ସ୍ବାସ୍ଥ୍ୟ, ଶାରିରୀକ ଓ ମାନସିକ କ୍ଷେତ୍ରରେ ସନ୍ତୁଳିତ ରହିବା ଓ ସୁସ୍ଥ ରହିବାର । ସସୁସ୍ଥ ଶରୀର ଓ ମନ ଏକ ସୁସ୍ଥ ଚିନ୍ତାରେ ଯାହାକି ସୁସ୍ଥ ସମାଜ ଗଠନରେ ସାହାଯ୍ୟ କରିଥାଏ । ସମସ୍ତେ ଘର ଆଖପାଖ ରେ କିଛିନା କିଛି ଔଷଧିୟ ବୃକ୍ଷରୋପଣ ଓ ରକ୍ଷଣାବେକ୍ଷଣ କରିବା ଉଚିତ ।ତାହାହେଲେ ହାତପାଆନ୍ତାରେ ଆମେ ସ୍ବାସ୍ଯ ସମ୍ବନ୍ଧୀୟ ଔଷଧ ଉପଚାର ପାଇଁ ପାରିବା । 

  କାର୍ଯ୍ୟକ୍ରମରେ ଟ୍ରଷ୍ଟି ଭାଗବତ ମହାନ୍ତି, ଯୋଗ ଗୁରୁ ସନ୍ତୋଷ ମହାନ୍ତ,ଯୋଗ ପ୍ରଶିକ୍ଷିକା କବିତା ମହାନ୍ତ, ସସ୍ମିତା ଗୋପ,ବନ୍ଦିତା ମହାନ୍ତ, ରଂଜିତା ମହାନ୍ତ, ମୟୂରଭଂଜ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବେଦ୍ଯ ସମୂହ ରଶ୍ମିତା ମହାନ୍ତି,ନନ୍ଦିନୀ ମହାନ୍ତ,ରାଧାକାନ୍ତ ମହାନ୍ତି ,ପ୍ରହଲ୍ଲାଦ ଦିଗାର,ଅନ୍ତ ଟୁଡୁ,ସୁନୀତା ମହାନ୍ତ,ସଭ୍ୟତା ମହାନ୍ତି,ହରପ୍ରୀୟା ମହାନ୍ତି ଯୋଗ ଦେଇ ସେମାନଙ୍କର ଅଭିଜ୍ଞତା,ସମସ୍ୟା ଉପରେ ଆଲୋକପାତ କରିବା ସହ ଯୋଗଗୁରୁମାନେ ଯୋଗ ଉପକାରିତା ଉପରେ କହିଥିଲେ ।ବୈଦ୍ଯମାନେ ସେମାନଙ୍କୁ ରାଜ୍ଯ ଓ କେନ୍ଦ୍ର ସରକାର ବୈଦ୍ୟ ହିସାବରେ ମାନ୍ୟତା ପ୍ରଦାନ କରୁ ନଥିବାରୁ ଆସନ୍ତୋଷ ପ୍ରକାଶ କରିଥିଲେ । ସେମାନଙ୍କୁ ଆର୍ଥିକ ପ୍ରୋତ୍ସାହନ , ଔଷଧୀୟ ବୃକ୍ଷରୋପଣ ଆବଶ୍ୟକୀୟ ଜମି,ଔଷଧ ତିଆରି ପାଇଁ ଆବଶ୍ୟକୀୟ ଗୃହ ଓ ଯନ୍ତ୍ରପାତି ଯୋଗାଇଦେବାକୁ ସରକାର ଧ୍ୟାନ ଦେବାପାଇଁ କହିଥିଲେ । କାର୍ଯ୍ୟକ୍ରମକୁ ଟ୍ରଷ୍ଟି ବୈଦ୍ୟ ଭାଗବତ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଓ ପରିଚାଳିତ ହୋଇଥିଲା ।

 ମୟୂରଭଞ୍ଜ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ ଜଣାଣ

Sunil Chandra Nayak

ପ୍ରତିଶୃତି ଦେଇ ପ୍ରତିଶୃତି ରକ୍ଷା କଲେ ଗୋଲାମୁଣ୍ଡା ସରପଞ୍ଚ

Sunil Chandra Nayak

ମିନାକ୍ଷୀ ଧର ଙ୍କ ଶ୍ରଦ୍ଧାଞ୍ଜଳି ସମାରୋହ ଅନୁଷ୍ଠିତ

Leave a Comment

error: Content is protected !!