ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୀପାବଳୀ କୁ ନିଆରା ଢଙ୍ଗରେ ପାଳନ କରନ୍ତି ମେହେର ସମ୍ପ୍ରଦାୟର ପରିବାର

ବୌଦ୍ଧ -25/10 – ବୌଦ୍ଧ ଜିଲ୍ଲା ବିଭିନ୍ନ ସ୍ଥାନରେ ପାଳିତ ହେଲା ଆଲୋକ ର ପର୍ବ ଦୀପାବଳୀ । ହେଲେ ଏହି ପର୍ବକୁ ନିଆରା ଢଙ୍ଗରେ ପାଳନ କରିଥାନ୍ତି ବୌଦ୍ଧ ଜିଲ୍ଲା ବାଉଁଶୁଣି ଗ୍ରାମର ମେହେର ସମ୍ପ୍ରଦାୟ ର ପରିବାର । ଘରେ ଘରେ ଜମିଥାଏ ପିଠାପଣା ର ଆସର ଏବଂ ସଂଧ୍ୟାରେ ସମୟରେ ଆଖୁରେ ଦୀପଜାଳି ଗ୍ରାମର ଏ ମୁଣ୍ଡରୁ ସେ ମୁଣ୍ଡ ଯାଏ ରଜାବାହାବେ ଖଣ୍ଡଖଜା ଖାବେ ଅନ୍ଧାରେ ଆଓ ଉଜୁଲେ ଯାଉ ବୋଲି ବଡ଼ବଡ଼ିଆଙ୍କୁ ଡାକିଥାନ୍ତି । ଏହି ପରମ୍ପରାରେ ଛୋଟ ରୁ ବୃଦ୍ଧ ପର୍ଯ୍ୟନ୍ତ ସାମିଲ୍ ହୋଇ ଏହି ପର୍ବକୁ ଧୁମଧାମ୍ ର ସହ ପାଳନ କରିଥାନ୍ତି । କିମ୍ବଦନ୍ତୀ ହିସାବରେ କହିବାକୁ ଗଲେ ବିଜୟା ଦଶମୀରେ ରାବଣ କୁ ମାରି ବିଜୟ ଲାଭକରି ଠିକ୍ ଏହି ଦିନ ପ୍ରଭୁ ରାମଚନ୍ଦ୍ର ବନ ରୁ ଅଯୋଧ୍ୟାକୁ ଫେରୁଥିବା ବେଳେ ଅନ୍ଧାର ହେବାରୁ ସେମାନେ ଆଲୋକ ଦେଖାଇବା ପାଇଁ ଏହି ପର୍ବକୁ କେଉଁ କାଳରୁ ଆଜି ଯାଏ ପାଳନ କରିଆସୁଛନ୍ତି ।

ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘ ପକ୍ଷରୁ ଅପରାଜିତା ଷଡଙ୍ଗୀ ଙ୍କୁ ସାକ୍ଷାତ

Sunil Chandra Nayak

ଜୟପାଟଣାରେ ମିଶନ ଶକ୍ତି ଋଣମେଳା ଅନୁଷ୍ଠିତ

Sunil Chandra Nayak

କର୍ଲାମୁଣ୍ଡା: ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ଧାରଣା

Sunil Chandra Nayak

Leave a Comment

error: Content is protected !!