ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅନ୍ଧାର ଭିତରେ ଦୁଇ ଭାଇ ଭଉଣୀ 

ଢେଙ୍କାନାଳ: ବାପା ମାଆ ଙ୍କ ସ୍ନେହ ରୁ ବଞ୍ଚିତ ଦୁଇଟି ଶୈଶବ, ଆହା କରି ବାକୁ ପାଖ ରେ କେହି ନାହାନ୍ତି । କେବେଠୁ ଆର ପାରି ରେ ବାପା ମାଆ। ପଣତ କାନି ତଳେ ଜୀବନ କେବେଠୁ ନେଲାଣି କବର। ଏପରିକି ମୁଣ୍ଡ ଗୁଞ୍ଜିବାକୁ ଘର ଟିଏ ନାହିଁ।
ଏପରିକି ଆଧାର କାର୍ଡ ଟିଏ ମଧ୍ୟ ନାହିଁ।
ଏହି ଅଭାବନୀୟ ଚିତ୍ର ଟି ହେଉଛି

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ରାସୋଳ ପଂଚାୟତ ର ମୁଣ୍ଡିଆପଶି ଗ୍ରାମ ର ଅନାଥ ଦୁଇ ଭାଇ ଭଉଣୀ ରାକେଶ ଭୋଇ ବୟସ ୧୦ ବର୍ଷ, ଏବଂ ରୁବି ଭୋଇ ବୟସ ୧୪ବର୍ଷ। ପଡୋଶୀ ଗ୍ରାମ ର ସମ୍ପର୍କୀୟ ଅଜା ଆଈ କେବଳ ପେଟ କୁ ମୁଠାଏ ଦେଇ ବଞ୍ଚାଇ ରଖିଛନ୍ତି।

ଏମାନଙ୍କ ଭବିଷ୍ୟତ କେଉଁଠି???
କେବଳ ଅନ୍ଧାର_ଆଉ କିଛି ନାହିଁ।

ଖୋଲା ଆକାଶ ତଳେ କଣ ବିନା ଶିକ୍ଷା ରେ ଅତି ବାହିତ ହେବ ସେମାନଙ୍କ ଶୈଶବ।

 ରାଜ୍ୟ ତଥା କେନ୍ଦ୍ର ସରକାର ଖାଦ୍ୟ, ଶିକ୍ଷା, ବାସ ଗୃହ ଆଦି ମୌଳିକ ଅଧିକାର କୁ ନେଇ ବିଭିନ୍ନ ଯୋଜନା ପ୍ରଣୟନ କରିଥିବା ବେଳେ ଦୁହିଁଙ୍କ ପାଇଁ ସାତ ସପନ ପାଲଟି ଯାଇଛି।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ

Related posts

କୋର୍ଟ ପରିସରରେ ବୃକ୍ଷ ରୋପଣ

Sunil Chandra Nayak

ଗୋଲାମୁଣ୍ଡା ଥାନା ଚିଚିଆ ଗ୍ରାମର ଚୋରୀ ଘଟଣାର ପର୍ଦ୍ଧାଫାସ , ୩ ଚୋର ଗିରଫ

ମହିଳା ମହାବିଦ୍ୟାଳୟ ରେ ଓଡ଼ିଆ ବିଭାଗ ର ସେମିନାର

Sunil Chandra Nayak

Leave a Comment

error: Content is protected !!