ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଙ୍ଗଲ ଅଧିକାର କମିଟି ମହାସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

ନବରଙ୍ଗପୁର,୨୩/୯(ମନିସ) ନବରଙ୍ଗପୁର ଜଙ୍ଗଲ ଅଧିକାର କମିଟି ମହାସଂଘ ନବରଙ୍ଗପୁର ଜିଲ୍ଲା ପକ୍ଷରୁ ନବରଙ୍ଗପୁର ଚାମୁରିଆଗୁଡ଼ା ଠାରୁ ଏକ ଶୋଭାଯାତ୍ରା ଆରମ୍ଭ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଶତାଧିକ କର୍ମକର୍ତ୍ତା ଓ ସଦସ୍ୟଙ୍କ ଉପସ୍ଥିତିରେ ୧୦ଦଫା ଦାବିପତ୍ର ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତଙ୍କୁ ପ୍ରଦାନ କରାଯାଇଥିଲା । ସେଥି ମଧ୍ୟରୁ ପିଏଆଇଟିଡିଏଙ୍କ ଦ୍ଵାରା ଉମରକୋଟ ବ୍ଲକ ଅନ୍ତର୍ଗତ କପସାଭଟ୍ଟା,ସାରିଆଭଟ୍ଟା, ଲକଟି ପକନା, ସେମଲଧରା ଗ୍ରାମରେ ସ୍ଵତନ୍ତ୍ର ଗ୍ରାମ୍ୟ ଜଙ୍ଗଲ ଅଧିକାର କମିଟି ଗଠନ ନିମନ୍ତେ ଉମରକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିକଟକୁ ଚଳିତ ୨୨ତାରିଖରେ ୨୦ଦିନ ମଧ୍ୟରେ ପଦକ୍ଷେପ ନେବା ପାଇଁ ଯେଉଁ ନିର୍ଦ୍ଦେଶ ପତ୍ର ଜାରି କରାଗଲା, ତାହା ବର୍ତ୍ତମାନ ସୁଦ୍ଧା ହୋଇପାରିନାହିଁ । ତାହା କେବେ ସୁଦ୍ଧା ହେବ ତାହାର ସୂଚନା ପ୍ରଦାନ କରାଯିବାକୁ ସେମାନେ ଦାବି କରିଥିଲେ । ଜଙ୍ଗଲ ଅଧିକାର ଆଇନ ୨୦୦୬ ଓ ସଂଶୋଧୂତ ଆଇନ ୨୦୧୨ ନିୟମ ଅନୁଯାୟୀ ଯଥାଶୀଘ୍ର ପଡ଼ା ଗ୍ରାମ, ଜଙ୍ଗଲ ଗ୍ରାମ ଓ ଅଣ ସର୍ଭେ ଗ୍ରାମ ଗୁଡିକରେ ଗ୍ରାମ୍ୟ ଜଙ୍ଗଲ ଅଧୁକାର କମିଟି ଗଠନ କରାଯିବା, ୨୦୦୫ ଡିସେମ୍ବର ୧୩ ପୂର୍ବର ସମସ୍ତ ଦଖଲ ଜଙ୍ଗଲ ଜମିର ପଟ୍ଟା ସଠିକ ପରିମାଣର ସର୍ଭେ କରାଯାଇ ଆଦିବାସୀ ଓ ପାରମ୍ପରିକ ଆଦିବାସୀମାନଙ୍କୁ ଯଥାଶୀଘ୍ର ପଟ୍ଟା ପ୍ରଦାନ କରାଯିବା, ଦୀର୍ଘ ବର୍ଷରୁ ଜଙ୍ଗଲକୁ ସୁରକ୍ଷା ଦେଇ ଆସୁଥ‌ିବା ଗ୍ରାମବାସୀଙ୍କୁ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଗୋଷ୍ଠୀ ଜଙ୍ଗଲ ଅଧିକାର ପ୍ରଦାନ କରାଯିବା, ଗ୍ରାମସଭାରେ ସମାଧାନ ହୋଇପାରୁ ନ ଥ‌ିବା ବା ବନ ସୁରକ୍ଷା ସମିତି ଦ୍ବାରା ଗଣ୍ଡଗୋଳ କରାଯାଉଥିବା ଜଙ୍ଗଲ ଜମିର ତଦାରଖ ନିମନ୍ତେ ୨୦୦୫ ପୂର୍ବର ସେଟଲାଇଟ ମାନଚିତ୍ର ଦ୍ବାରା ଚିହ୍ନଟ କରିଏହାର ଉଚିତ ତଦନ୍ତ କରି ଡିଏଲସି ଦ୍ବାରା ବ୍ୟକ୍ତିଗତ ଜଙ୍ଗଲ ଜମିର ଅଧିକାର ପ୍ରଦାନ କରାଯିବା,ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଜିଲ୍ଲା ମଧ୍ୟରେ ଥ‌ିବା ଜଙ୍ଗଲ ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ପ୍ରଦାନ କରାଯିବା, ବନ ବିଭାଗ ଦ୍ଵାରା ଅଶିକ୍ଷିତ ଆଦିବାସୀଙ୍କୁ ଦାଖଲ ଜଙ୍ଗଲ ଜମିର ପଟ୍ଟା କମ୍ ପରିମାଣର ଦିଆଯିବା, ଏକ କମିଟି ଗଠନ କରାଯିବା ସହ ଜିଲ୍ଲାର ସମସ୍ତ ଗ୍ରାମରେ ଗ୍ରାମସଭା ଦ୍ବାରା ତଦନ୍ତ କରାଯାଇ ଦଖଲ ଜଙ୍ଗଲ ଜମିର ସଠିକ ପରିମାଣର ଜମି ପଟ୍ଟା ପ୍ରଦାନ କରାଯିବା, ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଆଦିବାସୀ ବା ପାରମ୍ପରିକ ବନବାସିଙ୍କୁ ପଟ୍ଟା ପ୍ରଦାନ କରାଯିବା ଯେଉଁ ମାନଙ୍କୁ ବର୍ତ୍ତମାନ ଜଙ୍ଗଲ ଜମି ପଟ୍ଟା ମିଳିଛି ସେମାନଙ୍କ ଜମି ପଟ୍ଟାର ଖଜଣା ପୈଠ କରିବା ନିମନ୍ତେ ପଦକ୍ଷେପ ନିଆଯିବା ଏବଂ ଜଙ୍ଗଲ ଜମି ପଟ୍ଟା ପାଇଥିବା ଚାଷୀ ଙ୍କୁ ଚାଷ ୠଣ ଜମି ମରାମତି ବାସଗୃହ ନଳକୂପ ଯୋଗାଇ ଦିଆଯିବାକୁ ଦାବି କରାଯାଇଥିଲା ୨୦୦୬ ଜଙ୍ଗଲ ଅଧିକାର ଆଇନ ଓ ସଂଶୋଧିତ ଆଇନ ୨୦୧୨କୁ ଖୋଲା ଉଲଂଘନ କରି ବନ ବିଭାଗ ଓ ବନ ବିଭାଗ ଦ୍ଵାରା ଗଠିତ ବନ ସୁରକ୍ଷା ସମିତି ଦ୍ଵାରା ବାରମ୍ବାର ଆଦିବାସୀ ଓ ପାରମ୍ପରିକ ଆଦିବାସୀ ମାନଙ୍କ ଚାଷଜମି ରେ ପଶି ଚାଷ ହେଇଥିବା ଚାଷ ନଷ୍ଟ କରିବା ଜମି କୁ ଛଡେଇ ନେବା ପାଇଁ ଉଦ୍ୟମ କରିବା ଘରେ ପଶି ଗଣ୍ଡଗୋଳ କରିବା ପରି କାର୍ଯ୍ୟରୁ ନିବୃତ ରହିବା ପାଇଁ ଆଦେଶ ପ୍ରଦାନ କରିବା ସହ ବନ ସୁରକ୍ଷା ସମିତି କୁ ବେଆଇନ ଘୋଷଣା କରାଯିବାକୁ ଦାବି କରାଯାଇଛି ।ଏଭଳି ୧୦ ଗୋଟି ଦାବି କୁ କାର୍ଯ୍ୟକାରୀ କରାଯିବା ପାଇଁ ନିବେଦନ କରିଛନ୍ତି। ଜଙ୍ଗଲ ଅଧିକାର କମିଟି ମହାସଂଘ ଏହି ଦାବିପତ୍ର ପ୍ରଦାନ ସମୟରେ ଜଙ୍ଗଲ ଅଧିକାର କମିଟି ମହାସଂଘ ଜିଲ୍ଲା ସମ୍ପାଦକ ରାଜେଶ ଜାନୀଙ୍କ ସମେତ ଶତାଧିକ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିୟୁଜ୍।

Related posts

ପଦ୍ମଶ୍ରୀ ରଜତ କରଙ୍କ ବିୟୋଗରେ ଶୋକସଭା

ସାମୁହିକ ଭାବରେ ଚାରିଜଣ ବରିଷ୍ଠ ଶିକ୍ଷକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ 

ଶ୍ରୀମତୀ ମିନତି ମିଶ୍ର ଙ୍କ କବିତା ମେଘ ମାଳା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort