ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ଆମ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ସମ୍ମିଳନୀ

ଥୁଆମୂଳ ରାମପୁର:୨୦/୧୦ – (ମନିସ) :- ଲାଞ୍ଜିଗଡ ନିର୍ବାଚନ ମଣ୍ତଳୀ ର ଆମ ଆଦମୀ ପାର୍ଟିର କର୍ମକର୍ତ୍ତା ସମ୍ମିଳନୀ ସଫଳତାର ସହିତ ଥୁଆମୂଳ ରାମପୁର ବ୍ଳକ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀ କୃତିବାସ ମୁଣ୍ଡ ,ମୁଖ୍ୟବକ୍ତା ଭାବରେ ଜିଲ୍ଲା ସଭାପତି ଶ୍ରୀ ବିଘ୍ନରାଜ ପଣ୍ଡା ,ଜିଲ୍ଲା ସାଧାରଣ ସମ୍ପାଦକ ତଥା ଥୁଆମୂଳ ରାମପୁର ବ୍ଲକ ପର୍ଯ୍ୟବେକ୍ଷକ ଶ୍ରୀ ଗଣେଶ ବାଗ, ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ସଂଯୋଜକ ଶ୍ରୀ ପ୍ରଫୁଲ୍ଲ କର ,ନିର୍ବାଚନ ମଣ୍ଡଳୀ ସଭାପତି ଶ୍ରୀ ଅର୍ଜୁନ ପୁଝାରୀ , ଜୟପାଟଣା ବ୍ଳକ ସଭାପତି ଶ୍ରୀ ପ୍ରସନ୍ନ ସାହୁ , ଥୁଆମୁଲ ରାମପୁର ବ୍ଲକ ସଭାପତି ଶ୍ରୀ ପ୍ରଦୀପ କୁମାର ନାଏକ, ମହିଳା ସଭାନେତ୍ରୀ କୁମାରୀ ଶସ୍ମିତା ନାଏକ, ଲାଞ୍ଜିଗଡ ବ୍ଲକ ଇନଚାର୍ଜ ଶ୍ରୀ ମଧୁ ବାଗ, ଜୟପାଟଣା ବ୍ଲକ ଯୁବ ସଭାପତି ଶ୍ରୀ ଇଶ୍ମାଇଲ ବାଗ, ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ଶ୍ରୀ ଦୋଳେଶ୍ୱର ସା, ଜୟପାଟଣା ବ୍ଲକ ସାଧାରଣ ସମ୍ପାଦକ ଶ୍ରୀ ଗୌର ଚୌହାନ, ଜୟପାଟଣା ବ୍ଲକ ଉପ ସଭାପତି ଶ୍ରୀ ଚିନ୍ତାମଣି କୁମାର, ଥୁ ରାମପୁର ସାଧାରଣ ସମ୍ପାଦକ ଶ୍ରୀ ପ୍ରସାଦ ଗୌଡ଼, ଥୁ ରାମପୁର ବ୍ଲକ ଉପ ସଭାପତି ଶ୍ରୀ ଗୁରୁବାରୁ ମାଝୀ, ଙ୍କ ସମେତ ତିନିଗୋଟି ବ୍ଲକର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିବାବେଳେ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଏହି ସଭାରେ ଆମ ଆଦମୀ ପାର୍ଟି ର ବିଚାରଧାରା ଓ ତାର ଜନମଙ୍ଗଳ କାରୀ ଯୋଜନା ବିଷୟରେ ଆଲୋଚନା କରି ଆଗାମୀ ଦିନରେ ଦଳକୁ ଓଡ଼ିଶାରେ କେମିତି ଶାସନ କ୍ଷମତା ରେ ଆଣିପାରିବା ସେ ବିଷୟରେ ଆଲୋଚନା କରାଯାଇଥିଲା। ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ନାଏକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଗାଁ କଲ୍ଯାଣ ସମିତି ଗୁଡିକ ଶିଶୁ ମଙ୍ଗଳ ଓ ଶିଶୁ ସୁରକ୍ଷା କମିଟି ଭାବରେ କାର୍ଯ୍ୟ କରିବ

Sunil Chandra Nayak

ଭାରତ ସମ୍ବିଧାନ ଦିବସ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ପାଳିତ

Sunil Chandra Nayak

ମହିମା ଗାଦିରେ ନବାର୍ନ ଖାଇ ନୂଆଖାଇ ପାଳନ କଲେ ସାଧୁ ସନ୍ଥ

Sunil Chandra Nayak

Leave a Comment

error: Content is protected !!