ନୂଆପଡା,-: ଖଡିଆଳ ବ୍ଲକ ଚନାବେଡା ଗାଁର ବିଶିଷ୍ଟ ସମାଜସେବୀ ଚନ୍ଦ୍ରମଣି ବେହେରାଙ୍କ ୭୨ ବର୍ଷ ବୟସରେ ଗୁରୁବାର ଦିନ ସକାଳେ ନିଜ ଘରେ ପରଲୋକ ହୋଇ ଯାଇଛି । ସେ ଜଣେ ଅବସର ପ୍ରାପ୍ତ ଆର୍ଦଶ ଶିକ୍ଷକ , ସମାଜ ସେବୀ,କଳାକାର ତଥା ଚନାବେଡା ଅମର ହାଇସ୍କୁଲର ପ୍ରତିଷ୍ଠାତା,ସୁବର୍ଣ୍ଣ ଗ୍ରାହୀ ସୁଣ୍ଢି ସମାଜର ମଧ୍ୟ ପ୍ରତିଷ୍ଠାତା ଥିଲେ । ସେ ଶ୍ରୀମା ଶ୍ରୀଅରବିନ୍ଦଙ୍କ ଭକ୍ତ ଥିଲେ । ମୢତ୍ୟୁବେଳକୁ ତାଙ୍କ ତିନି ପୁଅ,ଗୋଟିଏ ଝିଅ ତଥା ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।
ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ