ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରାଥମିକ ଶିକ୍ଷକ(ଏକ୍ସ କ୍ୟାଡ଼ର)ଙ୍କ ଆଠଦଫା ଦାବୀପତ୍ର ପ୍ରଦାନ

ମ.ରାମପୁର,୦୪/୧୨(ମସୀହା): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକ(ଏକ୍ସ କ୍ୟାଡ଼ର) ମହାସଂଘ ତରଫରୁ ଏକ ଆଠଦଫା ଦାବୀ ପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଦାବୀ ସମୂହ ହେଲା, ଓଟିଇଟି ଉଚ୍ଛେଦ୍ଦ କରି ସମସ୍ତ ଯୋଗ୍ୟ ଗଣ ଶିକ୍ଷକଙ୍କୁ ନିୟମିତ କରାଯାଉ ଓ ଅବଶିଷ୍ଟ ଗଣ ଶିକ୍ଷକଙ୍କ ଦରମା ବୃଦ୍ଧି କରାଯାଉ । ସମସ୍ତ ଏକ୍ସ କ୍ୟାଡ଼ର ଶିକ୍ଷକଙ୍କୁ ଦୁଇ ହଜାର କୋଡ଼ିଏ ମସିହାରୁ ବନ୍ଦ ଥିବା ଇନକ୍ରିମେଂଟ ପ୍ରଦାନ,ଦରମା ଟ୍ରେଜେରି ମାଧ୍ୟମରେ ପ୍ରଦାନ, ମ୍ୟାଚିଂ ଗ୍ରାଣ୍ଟ ପଦାନ, ଏରିଅରରୁ ବଂଚିତ ଶିକ୍ଷକଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ, ଏକ୍ସ କ୍ୟାଡ଼ର ଶିକ୍ଷକଙ୍କୁ ଫେଷ୍ଟିଭାଲ ଆଡ଼ଭାନ୍ସ,ମେଡ଼ିକାଲ ଖର୍ଚ୍ଚ ଭଳି ଅନ୍ୟାନ୍ୟ ପ୍ରାପ୍ୟ ପ୍ରଦାନ କରାଯାଉ ବୋଲି ଦାବୀ କରିଛନ୍ତି । ଏହି ଶୋଭାଯାତ୍ର୍ରା ଶରତଚନ୍ଦ୍ର ନାୟକ,ସୁବ୍ରତ ଦଣ୍ଡସେନା,ପ୍ରଶାନ୍ତ ଖମାରୀ,ଗଂଗାଧର ସାହୁ ଓ ବିଜୟ କୁମାର ସାହୁଙ୍କ ନେତୃତ୍ୱରେ ଶିକ୍ଷକମାନେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ବିଇଓଙ୍କୁ ଏହି ଦାବୀ ପତ୍ର ପ୍ରଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସଂପାଦକ ଭଗବାନ ବାଗ,କୋଷାଧ୍ୟକ୍ଷ ନୀଳାମ୍ବର ସାହୁ,ମିଡ଼ିଆ ସଂଯୋଜକ ବନମାଳୀ ମହାଖୁଡ଼ ପରିଚାଳନା କରିଥିଲେ ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l

Related posts

ବିଦ୍ୟୁତ୍‌ ପ୍ରଦ୍ଭା ନାୟକ ଙ୍କ କବିତା ନାଲି ମନ୍ଦାର 

Sunil Chandra Nayak

ପର୍ବତ୍ୟାଞ୍ଚଳରେ ନୂଆପଡା ଜିଲ୍ଲାପାଳ ସ୍ବାଧା ଦେବ ସିଂ, ଏସପି ପ୍ରତ୍ୟୁଷ ଦିବାକର 

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!