ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମିଶନ ସ୍କୁଲ ର ୨୯ ତମ ବାର୍ଷିକ ଉତ୍ସବ

ଶିକ୍ଷା ସଙ୍ଗେ ସ୍ବଚ୍ଛତା ଉପରେ ଗୁରୁତ୍ବ ଦେଲେ ଯାଇ ଆମେ ପ୍ରକୃତ ଶିକ୍ଷିତ ହେବା 

ଧର୍ମଗଡ:୩/୧୨/୨୨:/ଶିକ୍ଷା ସଙ୍ଗେ ସଙ୍ଗେ ସ୍ବଚ୍ଛତା ଉପରେ ଗୁରୁତ୍ବ ଦେଲେ ଯାଇ ଆମେ ପ୍ରକୃତ ଶିକ୍ଷିତ ହେବା । ତେଣୁ ସମସ୍ତ ଛାତ୍ର, ଛାତ୍ରୀ ଓ ଅଭିଭାବକ ସ୍ବଚ୍ଛତା ଉପରେ ଧ୍ୟାନ ଦେଇ ଆମ ଘର ଓ ସହର କୁ ସ୍ବଚ୍ଛ ରଖିଲେ ହିଁ ଯାଇ ପ୍ରକୃତ ଶିକ୍ଷିତ ବୋଲାଇବା ବୋଲି ମୂଖ୍ୟ ଅତିଥି ଶ୍ରୀ ବେଦ ଭୁଷଣ ପ୍ରକାଶ କରିଥିଲେ ।

ଆଜି ଧର୍ମଗଡ ସ୍ଥିତ ଏଲ୍ ନିଶି ମିସନ୍ ସ୍କୁଲ ର ୨୯ ତମ ବାର୍ଷିକ ଉତ୍ସବ କୁଟରୁ ସ୍ଥିତ ସ୍କୁଲ ପରିସର ଠାରେ ପାଳିତ ହୋଇ ଯାଇଛି । ବିଦ୍ୟାଳୟ ର ନିର୍ଦେଶକ କେ.ଜୟ କୁଟ୍ଟି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ଧର୍ମଗଡ ଉପ ଜିଲ୍ଲାପାଳ ବେଦ ଭୁଷଣ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଇଓ ନବ କିଶୋର ସାହୁ, ପ୍ରଫେସର ସତ୍ୟ ପଟ୍ଟନାୟକ, ମହିଳା ମହାବିଦ୍ୟାଳୟ ଯୁକ୍ତ ଦୁଇ ଅଧ୍ୟକ୍ଷା ପ୍ରିୟମ୍ବଦା ଚାନ୍ଦ, ପ୍ରମୁଖ ମଞ୍ଚାସିନ ଥିଲେ । ୧୯୯୩ ରେ ସ୍ଥାପିତ ଏଲନିଶି ମିଶନ ସ୍କୁଲ ଦୀର୍ଘ ୩୦ ବର୍ଷ ମଧ୍ୟ ରେ ଅନେକ ମେଧାବୀ ସୃଷ୍ଟି କରିବା ରେ ସଫଳ ହୋଇ ଥିବା ବେଳେ ଏହି ବିଦ୍ୟାଳୟ ରୁ ପାସ ଆଉଟ୍ ହୋଇଥିବା ଛାତ୍ର ଛାତ୍ରୀ ଉଚ୍ଚ ଶିକ୍ଷା ଏବଂ ଅନ୍ୟ କ୍ଷେତ୍ର ରେ ସଫଳତା ହାସଲ କରି ଅଞ୍ଚଳ କୁ ଗୌରବାନ୍ଵିତ କରିଛନ୍ତି ବୋଲି ବକ୍ତା ମାନେ ପ୍ରକାଶ କରିଥିଲେ । ଏହି ଅବସର ରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଥିଲା । ସଭା କାର୍ଯ୍ୟ କୁ ବିନୋଦ ବାରିକ ପରିଚାଳନା କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ଛାତ୍ର, ଜିତ କଶ୍ୟପ, ଶ୍ରିଜୀତ ଅଗ୍ରୱାଲ, ଛାତ୍ରୀ ପ୍ରଦ୍ୟାଶା ପରିଡ଼ା , ପ୍ରାଞ୍ଜଳ ତିୱାରୀ ପରିଚାଳନା କରିଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ଲୋକାର୍ପିତ ହେଲା ଲାଞ୍ଜିଗଡ଼ ବ୍ଲକର ୯ଗୋଟି ୫-ଟି ରୁପାନ୍ତରିତ ସ୍କୁଲ   

କରଞିଗୁଡା ନିକଟରୁ ଗଞେଇ ଜବତ

ବାଲେଶ୍ବର – କେନ୍ଦ୍ର ଲଳିତକଳା ଏକାଡେମୀ ପୁରସ୍କାର ବିଜେତା ଲକ୍ଷ୍ମୀପ୍ରିୟାଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!