ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ଶ୍ରୀ ରାମେଶ୍ବର ମହାଦେବଙ୍କ ୯ମ ବାର୍ଷିକ ଉତ୍ସବ ଓ ରୁଦ୍ର ମହାଯଜ୍ଞ ଅନୁଷ୍ଠିତ

ରାଉରକେଲା/ ସେକ୍ଟର ୨୦ସ୍ଥିତ ନେହେରୁ ପଲ୍ଲୀ ସ୍ଥିତ ଶ୍ରୀ ଶ୍ରୀ ରାମେଶ୍ବର ମହାଦେବଙ୍କ ନବମ ବାର୍ଷିକୋତ୍ସବ ଓ ରୁଦ୍ର ମହଯଜ୍ଞ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଯଜ୍ଞ ସମ୍ପାଦନ ପାଇଁ ପୁରୀରୁ ସପ୍ତମୂର୍ତ୍ତି ବ୍ରାହ୍ମଣ ମଣ୍ଡଳୀ ଉପସ୍ଥିତ ରହି ଯଜ୍ଞ କର୍ମ ସୁଚାରୁରୂପେ ପରିଚାଳନା କରିଥିଲେ। ଗୁରୁବାର ସକାଳ ୧୦ଟା ସମୟରେ ୧୦୮ କଳସ ଯାତ୍ରା ଓ ଶନିବାର ସଂଧ୍ୟା ୬ ଘଟିକା ସମୟରେ ପୂର୍ଣ୍ଣାହୁତି ହୋଇଥିଲା। ମଧ୍ୟାହ୍ନ ସମୟରେ ୮୦୦୦ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମାଜସେବୀ ଗଣେଶ ବାଗାଡିଆ,ପ୍ରଶାନ୍ତ ବେହେରା,ଡଃ ସୁମନ ଦତ୍ତ, ଇଂ ଅଭୟ କୁମାର ଦାସ, କବି କୁଞ୍ଜବିହାରୀ ରାଉତ, ତ୍ରିନାଥ ସିଂ,ପ୍ରଶାନ୍ତ ସେଠୀ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ଆର୍ତ୍ତତ୍ରାଣ ମହାରଣା, ରାମକୃଷ୍ଣ ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ। ଏହି ଉତ୍ସବକୁ ସଭାପତି ଜଗନ୍ନାଥ ରାଉତ, ସମ୍ପାଦକ ଗଣେଶ ଜୟସିଂହ, କାର୍ଯ୍ୟକାରୀ ସଭାପତି ଗୋକୁଳ ମହାପାତ୍ର, କୋଷାଧ୍ୟକ୍ଷ ବଳରାମ ମହାନ୍ତ ସମେତ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସୁପରିଚାଳନା କରିଥିଲେ। ସହରର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉପସ୍ଥିତ ରହି ପ୍ରସାଦ ସେବନ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବିଜେଡି ପକ୍ଷରୁ ୩୦ ସାଂଗଠନିକ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକଙ୍କ ତାଲିକା ପ୍ରକାଶ 

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ ଜଣାଣ

Sunil Chandra Nayak

ମସୀହା ପ୍ରଭାବ –  ଦଶ ଦିନ ଅନ୍ଧାର ରେ ରହିବା ପରେ:ମଞ୍ଚାଗାଁ ଛାତ୍ରାବାସ ଓ ବିଦ୍ୟାଳୟ ପାଇଲେ ବିଦ୍ୟୁତ ସେବା

Sunil Chandra Nayak

Leave a Comment

error: Content is protected !!