ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

 

ମାନଗୋବିନ୍ଦ ସ୍ବାଇଁ

 

ଆଉ ନାହିଁ ବେଳ ଘୋଟି ଆସେ କାଳ

   ବାନ୍ଧି ବୁଦ୍ଧି ନେବ ସବୁ

ଖୋଜିଲେ ନମିଳେ ପାଇଲେ ନିଏନି

    ଚଳି ନ ପାରିଲେ କାବୁ।

ହାତଗୋଡ଼ ନାହିଁ ସେକେଉଁ ଦେବତା

         ଜଗତ ଭକତ ଝୁରେ

ତାଙ୍କ ଆଶୀର୍ବାଦ ପାଇବା ପାଇଁ କି

    ରାତିଦିନ ତାହା ଦ୍ୱାରେ।

ଗରୁଡ଼ ସ୍ତମ୍ଭରୁ ମୁଣ୍ଡିଆ ମାରିଲେ

      ଜନ୍ମ ଜନ୍ମ ପୁଣ୍ୟ ଫଳ

ପାପ ଧୋଇଯାଏ ପୁଣ୍ୟ ଫଳ ପ୍ରାପ୍ତି

     ଜୀବନ ହୁଏ ସଫଳ।

ତାଧଣ୍ଡା ତୂଳସୀ ପାଇଁ ଦେଲେ ଥରେ

       ପବିତ୍ର ଗଢ଼ା ଜୀବନ

ତା ନାମ ତୁଣ୍ଡରେ ଧରିଲେ ଗାଇଲେ

    ଦୁଃଖ ସବୁ ଅବସାନ।

ତା ପାଦୁକା ଜଳ ତୁଣ୍ଡରେ ପାଇଲେ

        ପାପ ଯାଏ ସବୁ ଧୋଇ

ଶରୀର ପବିତ୍ର ଶୁଦ୍ଧ ଭକ୍ତି ମାର୍ଗ

   ନିର୍ମଳ ଜୀବନ ସେହି।

ତାହା ଦ୍ବାରେ ପାଦ ଭକ୍ତ ଯେ ଆନନ୍ଦ

      ମୁକତି ଲଭେଯେ ତହିଁ

ନିସ୍ତାର ଲଭଇ ମୁକ୍ତିର ପଥରେ

     ଶାନ୍ତି ଚିରଦିନ ପାଇଁ।

ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Related posts

ବିଜୟ କୁମାର ଜେନା ଙ୍କ କବିତା କଳା ମେଘ

Sunil Chandra Nayak

କଲେଇଗାଁ ପେକ୍ସ ସଭାପତି ସଞ୍ଜୟ ତ୍ରିପାଠୀ ନିର୍ଦ୍ୱନ୍ଦ ପ୍ରାର୍ଥୀ ନିର୍ବାଚିତ

Sunil Chandra Nayak

ବିଜେପିର ୪୨ତମ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!