ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା ପ୍ରତିଯୋଗିତା ଫଳାଫଳ ପ୍ରକାଶ, ପ୍ରଥମ ସ୍ଥାନ ଅଧିକାର କଲେ କବିତା ସାହୁ

ବାଲେଶ୍ଵର,୧୭/୮/୨୨- ସାହିତ୍ୟର ଉନ୍ନତି ପାଇଁ ବାଲେଶ୍ଵର ଜିଲ୍ଲା ଖଇରା ଠାରେ ପ୍ରତିଷ୍ଠାତା ଓ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରାଙ୍କ କରକମଳରେ ଗଢି ଉଠିଥିବା ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ଵର ନିଜସ୍ୱ ଉଦ୍ୟମରେ ଅବିରାମ ଗତିରେ ଗନ୍ତବ୍ଯ ପଥରେ ଆଗେଇ ଚାଲିଛି । ବିଭିନ୍ନ ସମୟରେ ଗଳ୍ପ, ପ୍ରବନ୍ଧ, କବିତା ଓ ଓଡିଆ ମାନଙ୍କ ପର୍ବପର୍ବାଣୀକୁ ନେଇ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଏବଂ ଫେସବୁକ୍ ଗୃପ୍ ଦ୍ବାରା ଅନୁଷ୍ଠିତ ହୋଇଥାଏ । ପ୍ରତିମାସ ୧ ତାରିଖରେ ଫଟୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ବେଳେବେଳେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ ମଧ୍ୟ କରିଥାଏ ଅନୁଷ୍ଠାନ । ଏହି ଅବସରରେ ଚଳିତ ମାସ ତା ୧୧/୮/୨୨ ରିଖ ଗୁରୁବାର ପବିତ୍ର ରକ୍ଷା ବନ୍ଧନ ଦିବସ ଉପଲକ୍ଷେ ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଗୃପରେ କବିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ରାଜ୍ୟ ସ୍ତରୀୟ କବିତା ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ସ୍ଥାନରୁ କବି କବୟିତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ସେଥିମଧ୍ୟରୁ ଅନ୍ନପୂର୍ଣ୍ଣା ସାହୁ, ଭୁବନପୁର, ଖୋର୍ଦ୍ଧା, ରଞ୍ଜୁଲତା ପାଢୀ, ରାଉରକେଲା, ସୁନ୍ଦରଗଡ, କବିତା ସାହୁ, ଜୟପୁର, କୋରାପୁଟ, ବଳରାମ ଜେନା, ତୋଟାପଡା, ଖୋର୍ଦ୍ଧା, ମଧୁସ୍ମିତା ସାହୁ, ବ୍ରହ୍ମପୁର, ଗଞ୍ଜାମ ଓ ସୁସ୍ମିତା ମହାପାତ୍ର, ରାଉରକେଲା, ସୁନ୍ଦରଗଡ ପ୍ରମୁଖ ମୁଖ୍ୟ ସ୍ଥାନରେ ଥିଲେ । କବିତାର ଶୀର୍ଷକ ଥିଲା- ” ରାକ୍ଷୀ ବାନ୍ଧିବା କାହିଁକି ” । ପବିତ୍ର ରକ୍ଷା ବନ୍ଧନ ଦିବସ ଉପଲକ୍ଷେ ସୁନ୍ଦର କବିତା ରଚନା କରି ଅନୁଷ୍ଠାନକୁ ସରସ ସୁନ୍ଦର କରି ଗଢି ତୋଳିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ ଉପରୋକ୍ତ କବି କବୟିତ୍ରୀ ମାନେ । ସୁନ୍ଦର ସୃଷ୍ଟି ନିମନ୍ତେ କବି କବୟିତ୍ରୀ ମାନଙ୍କୁ ମୋ ଅନୁଷ୍ଠାନ ପରିବାର ତରଫରୁ ଅଶେଷ ଅଶେଷ ଶୁଭେଚ୍ଛା ଓ ଅଭିନନ୍ଦନ । ଆଜି ଅର୍ଥାତ ତା ୧୭/୮/୨୨ ରିଖ ବୁଧବାର କବିତା ପ୍ରତିଯୋଗିତାର ଫଳାଫଳ ପ୍ରକାଶ ପାଇଛି । ପ୍ରକାଶ ଥାଉକି- କବିତା ଗୁଡିକୁ ସମୀକ୍ଷା କରିଥିଲେ ସୁ-କବୟିତ୍ରୀ, ସୁ-ସାହିତ୍ଯିକା ତଥା ବାଲେଶ୍ଵର ସ୍ଥିତ ବାଲିଆ ଶିଶୁ ମନ୍ଦିରର ଆଚାର୍ଯ୍ୟା ତାନଶ୍ରୀ ପାଣିଗ୍ରାହୀ । ଏଥିରେ କୋରାପୁଟ ଜିଲ୍ଲା ଜୟପୁରର କବୟିତ୍ରୀ କବିତା ସାହୁ ପ୍ରଥମ ସ୍ଥାନ ଅଧିକାର କରି ସମଗ୍ର ସାହିତ୍ୟ ଜଗତରେ ଜିଲ୍ଲାର ଗୌରବ ବୃଦ୍ଧି କରିଥିବାରୁ ତାଙ୍କର ଲେଖନୀ ମୁନରୁ ସୃଷ୍ଟି ସାହିତ୍ୟକୁ ହୃଦୟର ଗଭୀରତମ ପ୍ରଦେଶରୁ ଅଭିନନ୍ଦନ । ଶ୍ରୀମତୀ ପାଣିଗ୍ରାହୀଙ୍କ ସୁନ୍ଦର ସମୀକ୍ଷାକୁ ଅଭିନନ୍ଦନ ଜଣାଇଛନ୍ତି ସମ୍ପାଦକ । ଆଗାମୀ ଦିନରେ ବିଶ୍ବ ସାହିତ୍ୟ ଜଗତରେ କିପରି ସୁନାମ ଅର୍ଜନ କରି ସାହିତ୍ୟକୁ ଉନ୍ନତି ପଥରେ ଆଗେଇ ନେବେ ସେଥିପାଇଁ ପରାମର୍ଶ ଦେଇଛନ୍ତି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଶ୍ରୀମତୀ ସାହୁଙ୍କୁ । ଭଗବାନଙ୍କ ନିକଟରେ ପ୍ରାର୍ଥନା ଶ୍ରୀମତୀ ସାହୁଙ୍କ ସାହିତ୍ୟ ଜୀବନ ଚଲାପଥ କୁସୁମିତ ଏବଂ ଦୀର୍ଘସ୍ଥାୟୀ ହେଉ । ହଁ ମନେରଖନ୍ତୁ, ଚଳିତ ବର୍ଷ ଡିସେମ୍ବର ମାସ ୨୫ ତାରିଖ ଦିନ ୩ୟ ବାର୍ଷିକ ଉତ୍ସବରେ ଆପଣଙ୍କୁ ସମ୍ବର୍ଦ୍ଧିତ କରିବ ଅନୁଷ୍ଠାନ। ନିଶ୍ଚୟ ଆସିବାକୁ ଆପଣଙ୍କୁ ଅନୁରୋଧ ରହିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଆମଲାଵେଡାରେ ଜୁମ୍ବାଗାଡା କ୍ଷୁଦ୍ରବନ୍ଧ ଯୋଜନାର ବୈଷୟିକ ସର୍ବେକ୍ଷଣ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁଙ୍କ ଯୋଗଦାନ

Sunil Chandra Nayak

ଆଇପିଏଲ କ୍ରିକେଟ ବେଟିଂ ଜାଲରେ ଜୁନାଗଡ଼ ,ପଥଭ୍ରଷ୍ଟ କରୁଛି ଯୁବଗୋଷ୍ଠୀଙ୍କୁ

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଆଶା

Sunil Chandra Nayak

Leave a Comment

error: Content is protected !!