ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସହିଦ ଦିବସ ପାଳିତ

ଜୁନାଗଡ଼ .୨୧/୧୦( ମ ନି ସ) ଜୁନାଗଡ଼ ବ୍ଲକ୍ ଅନ୍ତର୍ଗତ ମଥୁରା ବିଦ୍ୟାଳୟ ଠାରେ ସହିଦ ଦିବସ ପାଳିତ ହୋଇଛି l ଏଠାରେ ଥିବା ସହିଦ ଟିକଚନ ମଙ୍ଗରାଜ ଙ୍କ ପ୍ରତିମୂର୍ତ୍ତୀରେ ଅତିଥିଙ୍କ ଦ୍ଵାରା ପୂଜାର୍ଚ୍ଚନା ତଥା ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା I ଏହି ଅବସରରେ ଅନୁଷ୍ଠିତ ସଭାରେ ଜୁନାଗଡ଼ ଥାନାଧିକାରୀ ଉତ୍ତମ କୁମାର ସାହୁ ଅଧ୍ୟକ୍ଷତା କରିଥିବାବେଳ ମୁଖ୍ୟ ଅତିଥିଭାବେ ପଳାଶ ସରପଞ୍ଚ ପ୍ରଭାକର ସେଠୀ, ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ସୁଶାନ୍ତ କୁମାର ଦୀପ,ଶିକ୍ଷକ ଲକ୍ଷ୍ମୀକାନ୍ତ ମେହେର,ସୁନୀଲ କୁମାର ପଣ୍ଡା, ଏ ଏସ ଆଇ ସୁରେନ୍ଦ୍ର କୁମାର ସିଂ,ପ୍ରମୁଖ ମଞ୍ଚ ସିନ ଥିଲେ l କାର୍ଯ୍ୟକ୍ରମ ରେ ସ୍କୁଲ ଛାତ୍ର ଛାତ୍ରୀ,ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଆଖପାଖ ଅଞ୍ଚଳର ବହୁଜନସାଧାରଣ ଉପସ୍ଥିତ ଥିଲେ l ପ୍ରକାଶ ଯେ, ସହିଦ ତିକଚନ ମଙ୍ଗରାଜ ଗତ ୨୦୧୦ ମସିହାରେ ମାଓ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲା ର ହନୁମନ୍ତ ପୂର୍ ହାତରେ ମାଓ ଗତିବିଧି ଉପରେ ଖବର ଆଣିବାକୁ ଯାଇଥିବାବେଳେ ମାଓ ବାଦି ଙ୍କ ଆକ୍ରମଣରେ ପ୍ରାଣ ହରାଇ ସହିଦ ହୋଇଥିଲେ l ସେ ଏଠାରେ ଅଧ୍ୟୟନ କରୁ ଥିବାରୁ ସେବେଠୁ ଏଠାରେ ପୋଲିସ ବିଭାଗର ଉଦ୍ୟମ ରେ ସହିଦ ଦିବସ ପାଳନ କରାଯାଇ ଆସୁଅଛି l ଶହୀଦଙ୍କ ସୃତିଚlରଣ କରି ଅମର ଆତ୍ମା ପାଇଁ ନୀରବ ପ୍ରାର୍ଥନା କରାଯାଇଥିବା ବେଳେ ଅତିଥିବୃନ୍ଦ ଶହୀଦଙ୍କ ଉପରେ ଆଲୋକପାତ କରିଥିଲେ l ପୋଲିସ ଶ୍ରୀ ସିଂ ଧନ୍ୟବାଦ ଅର୍ପଣକରିଥିଲେ l

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ରଜ ମଉଜ

Sunil Chandra Nayak

ୟୁରିଆ ସାର ଚୋରା ଚାଲାଣ ଘଟଣା, ଗାଡି ଡ୍ରାଇଭର କୁ କୋର୍ଟ ଚାଲାଣ 

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ମହାତ୍ମା ଗାନ୍ଧୀ ତଥା ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ମହାସମାରୋହରେ ପାଳିତ

Sunil Chandra Nayak

Leave a Comment

error: Content is protected !!