ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୁନପୂର ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ

ମ, ରାମପୁର,୦୩/୬(ମସୀହା):- କଳାହାଣ୍ଡି ଜିଲ୍ଲା ମ, ରାମପୁର ବ୍ଲକ୍ ଅନ୍ତର୍ଗତ ନୁନପୁର୍ ଗ୍ରାମ ଠାରେ ମହା ସମାରୋହରେ ଆରମ୍ଭ ହୋଇଛି ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ । ଗତ ମଙ୍ଗଳବାର ଦୀନ ଆଙ୍କୁର ରୋପଣ, ବୁଧବାର କଳସ ଯାତ୍ରା, ମଣ୍ଡଳ ଅଧିବାସ ସହ ଗୁରୁବାର ପ୍ରତିଷ୍ଠା କର୍ମ ଶୁଭାରମ୍ଭ ହେଇଛି । ଏଥିସହ ଶୁକ୍ରବାର ଏଵଂ ଶନିବାର ଦୁଇ ଦିନ ଷୋହଳ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହେବ । ପୂଜା କାର୍ଯ୍ୟକ୍ରମ ରେ ମୁଖ୍ୟ ପଣ୍ଡିତ ରାଜୀବ ପଣ୍ଡା, ସହଯୋଗୀ ପଣ୍ଡିତ ରମେଶ ଚନ୍ଦ୍ର ପାଣିଗ୍ରାହୀ, ଦେବାଶିଷ ପୁରୋହିତ, ସୁବଳ ଷଡ଼ଙ୍ଗୀ, ଅନିରୁଦ୍ଧ ପାଢ଼ୀ, ଉଦ୍ଧବ ପଣ୍ଡା, ମୁଖ୍ୟ କର୍ତ୍ତା ଜଗନ୍ନାଥ ରଣା ଓ ତାଙ୍କ ପତ୍ନୀ ଆଶା ଲତା ରଣା, ସୁବାସ ଚନ୍ଦ୍ର ରଣା, କ୍ଷୀର ସିନ୍ଧୁ ରଣା, ରମେଶ ଚନ୍ଦ୍ର ରଣା, ମନୋଜ ରଣା, ଡୋଲାମଣି ରଣା, ମିତ୍ରଭାନୁ ରଣା ପ୍ରମୁଖ ସପତ୍ନୀକ ପୂଜା କର୍ତ୍ତା କାର୍ଯ୍ୟ ସମ୍ପାଦନ କରୁଛନ୍ତି । ନାମ ଯଜ୍ଞ ରେ ପୂଜକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଓ କର୍ତ୍ତା ଉତ୍କଳ ରଣା ଦାୟିତ୍ଵ ରେ ରହିଛନ୍ତି । ଏକ ଧାର୍ମିକ ପରିବେଶ ରେ ନୁନପୂର୍ ଗାଁ ରେ ଏହି ପୂଜା କାର୍ଯ୍ୟକ୍ରମ ଚାଲିଥିବା ବେଳେ କମିଟି ସଭାପତି ମନୋଜ ରଣା, ସଂପାଦକ ହିମାନ, ଉପଦେଷ୍ଟା ଚନ୍ଦ୍ର ମଣି ରଣା, ଅକ୍ଷୟ ରଣା, ରାଜୁ ମାଝୀ, ଜଗ ମୋହନ ରଣା, ସୁବାସ ରଣା ପ୍ରମୁଖ ଙ୍କ ସମେତ ପରିଚାଳନା ମୁଖ୍ୟ ଭାବରେ ହଳଧର ରଣା, ଗୋଲକ ରଣା, ଅଭିମନ୍ୟୁ ରଣା ସମସ୍ତ ଦାୟିତ୍ଵ ସମ୍ପାଦନ କରୁଛନ୍ତି ।

ମ ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ।

Related posts

ବିଶ୍ୱ ଆଦିବାସୀ ଦିବସ ପାଳିତ

Sunil Chandra Nayak

ନୂତନ କ୍ରୀଡା ଅଧିକାରୀ ଙ୍କୁ ଜୁନାଗଡ଼ ରେ ସ୍ୱାଗତ

Sunil Chandra Nayak

ନିଖିଳ ଭାରତ ବଙ୍ଗ ସାହିତ୍ୟ ସମ୍ମେଳନ ର ୫୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ 

masiha

Leave a Comment

error: Content is protected !!