ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋଳାମୁଣ୍ଡାର କେତେକ ସ୍ଥାନରେ ଅମୃତ ଧାରା ନିର୍ମାଣ ପାଇଁ ସାଧାରଣ ଲୋକଙ୍କ ଦାବି

ଗୋଳାମୁଣ୍ଡା/୩/୫/ମସିହା//ପଞ୍ଚାୟତ ରାଜ ଓ ଜଳ ବିଭାଜନ ପକ୍ଷରୁ ଲୋକ ମାନଙ୍କୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ସଠିକ ସ୍ଥାନରେ ଏବଂ ଆବଶ୍ୟକ ସ୍ଥାନରେ ଅମୃତ ଧାରାନିର୍ମାଣ ନ ହେବାରୁ ଲୋକେ ବିଶୁଦ୍ଧ ପାନୀୟ ଜଳ ପାଇଁ ହନ୍ତସନ୍ତହେଉଛନ୍ତି ଓ କେତେକ ସ୍ଥାନରେ ତିଆରି ହୋଇ ଥିଲେ ବି ଲୋକଙ୍କପାଇଁ ଉପଯୋଗୀ ହେଉ ନଥିବା ଅଭିଯୋଗ ହେଉଛି, ଏଭଳି ଅଭିଯୋଗ କରିଛନ୍ତି ଗୋଳାମୁଣ୍ଡା ବ୍ଲକ ଫରଙ୍ଗ ଗ୍ରାମର ଉଦିଆ ନିଆଲ,ନୃପରାଜ ଚନ୍ଦନ, ରମେଶନାଗ, କାଳିଆ ନାଇକ, ହୃଷିକେଶ ଦାସ, ବବୃବାହାନ ନିଆଲ, ପ୍ରମୁଖ ଉପସ୍ଥିତ ରହି ଦାବି କରିଛନ୍ତି ଯେ, ଗୋଳାମୁଣ୍ଡା ତହସିଲ କାର୍ଯ୍ୟାଳୟ, ଗୋଳାମୁଣ୍ଡା ଥାନା, କେଗାଁ ଥାନା ଓ ଦଶପୁର ଫାଣ୍ଡିରେ ପ୍ରତିଦିନ ଲୋକଙ୍କ ଗହଳ ରହି ଥାଆନ୍ତି, ହେଲେ ଏଠାରେ ବିଶୁଦ୍ଧ ପାନୀୟ ଜଳଯୋଗାଣ ନ ଥିବାରୁ ଲୋକେ ପାଣି ଟିକକ ପାଇଁ ଡହକ ବିକଳ ହେଉଥିବା ଦେଖିବାକୁ ମିଳୁଛି ।  ଏଭଳି କି ଗୋଳାମୁଣ୍ଡା ଥାନାରେ ନକୂପ ମଧ୍ୟ ନାହିଁ ଯାହା ଫଳରେ ଥାନାରେ ଆସି ଥିବା ଲୋକେ ଅସୁବିଧା ଭୋଗି ଥାଆନ୍ତି, ପୁଣି ଫରଙ୍ଗ ଗ୍ରାମରେ ଅମୃତ ଧାରା ନିର୍ମାଣ ହୋଇ ଥିଲେ ବି ଅଚଳାବସ୍ଥା ଯୋଗୁଁ ଲୋକେ ବିଶୁଦ୍ଧ ପାନୀୟ ଜଳ ପାଇବାରେ ବିଫଳ ହୋଇଛନ୍ତି, ତେଣୁ ପାନୀୟ ଜଳ ଯୋଗାଣ ବିଭାଗ ତୁରନ୍ତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଗୋଳାମୁଣ୍ଡା ଥାନା,କେଗାଁ ଥାନା,ଦଶପୁର ଫାଣ୍ଡି ଓ ଫରଙ୍ଗ ଅମୃତ ଧାରା ର ସୁ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି,ଏହି ସମ୍ପର୍କରେ ଫରଙ୍ଗ କାର୍ଯ୍ୟ ନିର୍ବାହୀ ଅଧିକାରୀ ତ୍ରିଲୋଚ ନାଇକ ଙ୍କୁ ଫୋନ ଯୋଗେ ପଚାରି ଥିବାରୁ ସେ କହିଛନ୍ତି ଯେ,ପୂର୍ବତନ ସରପଞ୍ଚ କୁନି ପଧାନ ଙ୍କ ତ୍ୱତବଧାନରେ ଉକ୍ତ ଅମୃତ ଧାରା ନିର୍ମାଣ ହୋଇଛି ହେଲେ ଏ ପର୍ଯ୍ୟନ୍ତ ପଞ୍ଚାୟତ କୁ ହସ୍ତାନ୍ତର କରା ଯାଇ ନାହି ବୋଲି ସଫେଇ ଦେଇଥିଲେ ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ,ମସିହା ରିପୋର୍ଟର

Related posts

ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଓ ବାର୍ଷିକ ଉତ୍ସବ

Sunil Chandra Nayak

ଅନ୍ଧାର ଭିତରେ ଦୁଇ ଭାଇ ଭଉଣୀ 

Sunil Chandra Nayak

ବୈତରଣୀ ନଦୀରେ ଭାସିଯାଇ ଯୁବକର ମୃତ୍ୟୁ ,ଗାଁରେ ପହଂଚିଲା ଶବ, ଏବେ ବେସାହାରା ସ୍ତ୍ରୀ ,୩ ଛୁଆ ଓ ରୋଗଣୀ ମା

Sunil Chandra Nayak

Leave a Comment

error: Content is protected !!