ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିର୍ଭୀକ ଦାୟିତ୍ବବୋଧ ସତ୍ୟ ଓ ତଥ୍ୟ ଭିତ୍ତିକ ଖବର ପ୍ରସାରଣ ର ମାଧ୍ୟମ ହେଉ ୱେବମିଡ଼ିଆ

ବୌଦ୍ଧ -13/10-ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ପଶ୍ଚିମ ଓଡିଶା ୱେବ ମିଡ଼ିଆ ଆସୋସିଏସନ ଆନୁକୂଲ୍ୟ ରେ ଅନୁଷ୍ଠିତ ସ୍ଵନକ୍ଷତ୍ର ଦିବସ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅବସର ରେ ଆୟୋଜିତ ସାମ୍ରାତିକ ସମାଜରେ ୱେବ ମିଡ଼ିଆ ର ଭୂମିକା ଶୀର୍ଷକ ଆଲୋଚନା ଚକ୍ର ରେ ଗଣମାଧ୍ୟମ ର ଗୁରତ୍ବ ପୂର୍ଣ ଭୂମିକା ରହିଥିବା ବେଳେ ସାମ୍ରାତିକ ସମାଜ ରେ ୱେବ ମିଡ଼ିଆ କିପରି ଗୁରୁତ୍ୱ ପୂର୍ଣ ଭୂମିକା ନିର୍ବାହ କରୁଛି ସେ ବିଷୟ ରେ ବିସ୍ତୃତ ଆଲୋଚନା ହୋଇଥିଲା । ଆସୋସିଏସନ ର ସଭାପତି ଅସିତ କୁମାର ସ୍ୱାଇଁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପଦ୍ମଶ୍ରୀ ହଳଧର ନାଗ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଯୁବନେତା ନିପନ ଦାଶ୍ ସମାଜସେବୀ ଚନ୍ଦ୍ରଶେଖର ବାଗ ବିନୀତ ଖଣ୍ଡେଲୱାଲ ,ଉପସଭାପତି ଧୀରେନ ମହାନ୍ତି କବି ନୀତିଶ ଆଚାର୍ଯ୍ୟ କବି ଦେବେନ୍ଦ୍ର ସାହୁ ପ୍ରମୁଖ ଅତିଥି ଗଣ ଉପସ୍ଥିତ ରହି ନିର୍ଭୀକ ,ଦାୟିତ୍ୱବୋଧ ସତ୍ୟ ଓ ତଥ୍ୟଭିତ୍ତିକ ସମ୍ବାଦ ପରିବେଷଣ ୱେବ ମିଡ଼ିଆ ର ପରମ କର୍ତବ୍ୟ ହେଉ ବୋଲି ମତ ପ୍ରକାଶ କରିଥିଲେ ।ଏହି ଅବସର ରେ ସମାଜ ର ବିଭିନ୍ନ କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ଓ ସେବା ପାଇଁ ଅନେକ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ଗୁଡିକୁ ଆସୋସିଏସନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସୋନପୁର,ବୌଦ୍ଧ ,ବଲାଙ୍ଗୀର ଝାରସୁଗୁଡା କଳାହାଣ୍ଡି ସମ୍ବଲପୁର ଜିଲ୍ଲା ର ୱେବ ମିଡ଼ିଆ ପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାମ୍ବାଦିକ ଲୀଳାମୟ ବେହେରା ବିବରଣୀ ପାଠ କରିଥିବା ବେଳେ ଆସୋସିଏସନ ର ସମ୍ପାଦକ ବଳରାମ ଦୀପ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସର ରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନା ରେ ସଂଘ ର ସମସ୍ତ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ ।

ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଆସ୍ଥା ଓ ବିଶ୍ଵାସର ପ୍ରତୀକ ମାଁ ମାଣିକେଶ୍ଵରୀ ଙ୍କ ଛତର ଯାତ୍ରା

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ପ୍ରେମର ପ୍ରାଣ

Sunil Chandra Nayak

ସସ୍ମିତେଶ ସାହୁ ଙ୍କ କବିତା ବର୍ଷା ଆଜି ମାେ ଗାଁ ଦାଣ୍ଡରେ

Sunil Chandra Nayak

Leave a Comment

error: Content is protected !!