ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାପା ମାଆ ଛେଉଣ୍ଡ ପିଲା ଲଷ୍ମୀଧର ମାଝୀର ରାସନ ନେଉଛି କିଏ ?

ଦୀର୍ଘ ଚାରି ବର୍ଷ ହେଲା ରାସନରୁ ବଞ୍ଚିତ ଭାଇ ଓ ଭଉଣୀ

ଲଙ୍ଗଳେଶ୍ୱର 0 8/12(ମନିସ ) : ଭାରତରେ ଯେପରି କୌଣସି ଗରିବ, ଭୂମିହୀନ, ଶ୍ରମିକ ଆଦି ଶ୍ରେଣୀର ପରିବାର ଏବଂ ଏହାର ସଦସ୍ୟ ଭୁକିଲା ନ ରହିବେ ସେଥିପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ଓଡ଼ିଶାରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଲାଗୁ କରାଯାଇ ରାସନ କାର୍ଡରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ବଣ୍ଟନ କରାଯିବାର ବ୍ୟବସ୍ଥା କରାଯାଇଛି I ମାତ୍ର ଯଦି ଏହି ସୁବିଧାରୁ ପ୍ରକୃତ ହିତାଧିକାରୀ ବଞ୍ଚିତ ରୁହନ୍ତି ତେବେ କଣ ଏହି ମହତ୍ୱକାଂକ୍ଷୀ ଯୋଜନାର ମୂଲ୍ୟ ରହିବ l ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଳା ବାଲିଆପାଳ ବ୍ଲକ ଅନ୍ତର୍ଗତ ବଣିଆଡ଼ିହା ପଞ୍ଚାୟତର ରାଇପୁର ଗ୍ରାମରେ l ଭୂମିହୀନ ପରିବାରର ବାପା ମା ଛେଉଣ୍ଡ ଦଶ ବର୍ଷର ପିଲା ଅର୍ଜୁନ ମାଝୀ ଏବଂ ତାର ଦୁଇ ଭଉଣୀ ସହିତ ସାବତ ମାଆକୁ ରାସନ ଅଧିକାରରୁ ବଞ୍ଚିତ କରିବା ଆମ ସଭ୍ୟ ସମାଜ ପାଇଁ ଏକ ଦୁଃଖ ଏବଂ ପରିତାପର ବିଷୟ ଅଟେ I

               ଅର୍ଜୁନ ମାଝୀ ଏବଂ ତାର ଦୁଇ ଭଉଣୀ ଗତ ୧୯/୦୪/୨୦୧୯ ଠାରୁ ବାପାଙ୍କ ମୃତ୍ୟୁ ପରେ ପୂର୍ବରୁ ପରିବାରକୁ ମିଳୁଥିବା ରାସନ କାର୍ଡ ନମ୍ବର- ୦୨୦୨୦୭୧୧୯୯୭ ରେ ଚାଉଳ ଏବଂ ଅନ୍ୟାନ ସାମଗ୍ରୀ ଆଉ ପାଇପାରୁନାହାନ୍ତି l ବାପାଙ୍କ ମୃତ୍ୟୁ ପୂର୍ବରୁ ଏହି ପିଲାମାନେ ତାଙ୍କ ମାଆଙ୍କୁ ସାତ ଆଠ ମାସ ପୂର୍ବରୁ ମଧ୍ୟ ହରାଇଥିଲେ l ତେଣୁ ଛୋଟ ପିଲାର ଦେଖା ଶୁଣା ଏବଂ ଯତ୍ନ ପାଇଁ ତାଙ୍କର ବାପା ସବିତା ଦଳାଇ ନାମକ ସ୍ତ୍ରୀ ଲୋକଙ୍କୁ ଦ୍ୱିତୀୟ ବିବାହ କରିଥିଲେ l ଲଷ୍ମୀଧରଙ୍କ ଦ୍ୱିତୀୟ ପତ୍ନୀଙ୍କ ନାମ ବି ତାଙ୍କ ସ୍ୱାମୀଙ୍କ ନାମରେ ଥିବା ରାସନ କାର୍ଡରେ ସଂଯୋଗ ହୋଇନାହିଁ l ଲଷ୍ମୀଧରଙ୍କ ମୃତ୍ୟୁ ପରେ ତାଙ୍କ ପିଲାମାନେ ଏବଂ ତାଙ୍କ ଦ୍ୱିତୀୟ ପତ୍ନୀ ବାରମ୍ବାର ରାସନ ଡିଲର ଏବଂ ବ୍ଲକ ଅଫିସରେ ଚାଉଳ ପାଇଁ ଗୁହାରି କରିଥିଲେ ମଧ୍ୟ ତାଙ୍କର ରାସନ କାର୍ଡ କାଟି ଯାଇଛି କହି ଆଜକୁ ତିନି ଚାରି ବର୍ଷ ହେଲା ଏହି ଭୂମିହୀନ ଗରିବ ପରିବାରକୁ ରାସନ ସୁବିଧାରୁ ବଞ୍ଚିତ କରାଯାଇଛି l ବାସ୍ତବରେ ଉକ୍ତ ରାସନ କାର୍ଡଟି କାଟିନାହିଁ କାରଣ ବର୍ତ୍ତମାନ ବି ରାଜ୍ୟ ସରକାରଙ୍କ ଖାଦ୍ୟ ଏବଂ ଯୋଗାଣ ବିଭାଗ ୱେବସାଇଟରୁ ଜଣାପଡୁଛି ଯେ ଉକ୍ତ ରାସନ କାର୍ଡଟି ଅର୍ଜୁନ ମାଝୀଙ୍କ ନାମରେ ସଚଳ ଅଛି ଏବଂ ଉକ୍ତ କାର୍ଡରେ ହିତାଧିକାରୀ ଭାବରେ ଅର୍ଜୁନ ମାଝୀ, ତାଙ୍କର ଭଉଣୀ ବନଲତା ମାଝୀ ଏବଂ ଅନୁରାଧା ମାଝୀଙ୍କ ନାମ ରହିଛି I ଛୋଟ ପିଲାମାନେ ଏବଂ ତାଙ୍କର ସାବତ ମାଆ ନିରକ୍ଷର ଥିବାରୁ ଆଜି ପର୍ଯ୍ୟନ୍ତ ତାଙ୍କୁ ରାସନ ଡିଲର ଏବଂ ସ୍ଥାନୀୟ ପ୍ରଶାସନ ଠକିଚାଲିଛନ୍ତି I ଅନ୍ୟପଟରେ ତାଙ୍କ ସାବତ ମାଆ ସବିତା ମାଝୀ ଅର୍ଥାତ ତାଙ୍କର ପୂର୍ବ ନାମ ସବିତା ଦଳାଇ ନାମରେ ରାସନ କାର୍ଡ ନମ୍ବର – ୦୨୦୨୧୯୧୦୩୧୦ ରେ ମିଳୁଥିବା ଚାଉଳକୁ ମଧ୍ୟ ତାଙ୍କ ଡିଲର ବିବାହ ପରଠୁ ଦେଉନାହିଁ I ବିବାହ ପରେ ଉକ୍ତ କାର୍ଡଟି କଟିଯାଇଛି କହି ରାସନ ଡିଲର ମଧ୍ୟ ତାଙ୍କୁ ଚାଉଳ ଦେଉନାହିଁ I ତେବେ ଏହି ରାସନ କାର୍ଡଟି ମଧ୍ୟ ସଚଳ ଅଛି ଯାହା ସରକାରୀ ୱେବସାଇଟରୁ ଜଣାପଡୁଛି I ତେବେ ସମସ୍ତ ଘଟଣା ବିଷୟରେ ଜାଣି ସୂଚନା କର୍ମୀ ରାଜକିଶୋର ପାତ୍ର ବାଲିଆପାଳ ବ୍ଲକର ଯୋଗାଣ ଅଧିକାରୀଙ୍କୁ ଏବିଷୟରେ ଜଣାଇଥିଲେ l ଖୁବଶିଘ୍ର ଏହି ଘଟଣାର ତଦନ୍ତ କରି ଉକ୍ତ ପରିବାରକୁ ରାସନ ଯୋଗାଇ ଦିଆଯିବ ବୋଲି ଯୋଗାଣ ଅଧିକାରୀ ପ୍ରତିଶୃତି ଦେଇଛନ୍ତି l

ବାଲିଆପାଳ ରୁ ଦିଲୀପ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

କଣ୍ଡୁରୀ ଚରଣ ନାୟକ ଙ୍କ କବିତା ବାରବାଟୀ ଚାଷ 

ପ୍ରେମାନନ୍ଦ ବେହେରା ଙ୍କ କବିତା ମୋ ଜଗା ଆସିବ

Sunil Chandra Nayak

ବାଲ୍ଯବିବାହ ନିରୋଧ ଆଇନ ଓ ଶିଶୁ ସୁରକ୍ଷା ବ୍ଯବସ୍ଥା ବାବଦରେ ଅଙ୍ଗନବାଡି କର୍ମୀଙ୍କ ତାଲିମ ଶିବିର

Sunil Chandra Nayak

Leave a Comment

error: Content is protected !!