ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ସିଏ ତ ସବୁଠୁ ବଡ

ସିଏ ତ ସବୁଠୁ ବଡ

କବି ସୌରଭ
ବୈଜୟନ୍ତୀ ମାଳା ମହାପାତ୍ର

 

କୋଠା ଘର ହୀରା ଲୀଳା ମୋତି ଭରା

ଥାଏଟି ଯାହାର ଘର

ଦାମୀଗାଡ଼ି ଆଉ ବେଶ ପୋଷାକରେ

ଦିଶଇ ଯିଏ ସୁନ୍ଦର

ତାକୁ କହିବାନି ବଡ ,

ହୃଦୟରେ ରଖି ଅଛି ଯେ ସାଇତି

ମଇଳା ଯେ କୁଢ଼ କୁଢ଼ ll

 

ନାମ ସହ ପଦବୀଧାରୀକୁ କେବେ

ବଡ ଆମେ କହିବାନି

ଯିଏ ଲିପ୍ତ ରହି ଆପଣା ସ୍ୱାର୍ଥରେ

ବିପଦେ ସାହା ହୁଏନି

ତାକୁ ହିଁ କହିବା ବଡ଼,

ସାଥେ ସାଥେ ଚାଲି ବିପଦେ ଆପଦେ

ସହିଥାଏ ଯିଏ ଝଡ ll

 

ହୃଦୟ ନିର୍ମଳ ଅଟଇ ଯାହାର

ସମାଦର ସବୁ ଠାରେ

ପର ଆପଣାର ଭେଦ ଭାବ ନାହିଁ

ସିଏ ଟି ବଡ ମହୀରେ

ତା’ ଠାରୁ କେ ନାହିଁ ବଡ,

ଅସହାୟକୁ ଯେ ସହାୟ ହୁଅଇ

ପ୍ରୀତି ଢାଳି କୁଢ଼ କୁଢ଼ ll

ଫୁଲବାଣୀ, କନ୍ଧମାଳ

Related posts

ମୈଦଲପୁର ଗ୍ରୀନଡଟ କମ୍ପୁଟର ଶିକ୍ଷା ଅନୁଷ୍ଠାନ ପକ୍ଷରୁ ମୈଦଲପୁର ଶ୍ରୀ ଜଗନ୍ନାଥ ମନ୍ଦିର ସଫେଇ

Sunil Chandra Nayak

କେସିଙ୍ଗାରେ କେନ୍ଦ୍ରମନ୍ତ୍ରୀ ଙ୍କ ପରିଦର୍ଶନ

Sunil Chandra Nayak

ତୀର୍ଯ୍ୟକ

Sunil Chandra Nayak

Leave a Comment

error: Content is protected !!