ତୁମେ ଗଢିଛଏ ସୁନାର ସଂସାର
ତୃପ୍ତି ରାଣୀ ପାତ୍ର
ତୁମେ ଗଢିଛ ଏ ସୁନାର ସଂସାର
ପ୍ରୀତି ମହକରେ ଭରି
ସ୍ନେହ ସୁଧାବୋଳା ସେବା ମମତାର
ଅପୂର୍ବ ସମ୍ଭାର ଦେଇ ।
ସୁଖଦୁଃଖ ଭରା ଜୀବନର ଗାଡି
ଢାଳି ପ୍ରେମ ସୁଧା ବାରି
ଚାଲୁଅଛୁ ତୁମ୍ଭ ପଥ ଅନୁସରି
କର୍ତ୍ତବ୍ୟ ପାଳନ କରି ।
କର୍ମଧର୍ମ ନୀତି ଏ ଯନ୍ତ୍ର ଗାଡିରେ
ଚାଳକ ପାଳକ ତୁମେ
ବିଭୁ ଭୟ ଭକ୍ତି ରଖି ହୃଦୟରେ ନହଜିବୁ ଯେହ୍ନେ ଭ୍ରମେ ।
ନିଃଶ୍ୱାସ ପ୍ରଶ୍ୱାସ ତୁମ ଇଙ୍ଗିତରେ ଚଳାଇ ନିଅ ସଂସାରେ
ସଭିଙ୍କୁ ସମ୍ମାନ ପ୍ରେମ ଆଦରରେ
ବାନ୍ଧିବୁ ମନ ଆତ୍ମାରେ ।
ଦୟାକ୍ଷମା ସତ୍ୟ ଶାନ୍ତି ବରଷାଇ
ଗୁନ୍ଥିଦିଅ ପ୍ରୀତି ମାଳା
ଏମନ୍ତ ସ୍ୱଭାବେ ବିବେକକୁ ଖଞି
ଦୂରାଅ ହେ ଦୁଃଖ ଜ୍ୱାଳା ।
ସୁନାର ସଂସାର ଗଢିଛ ହେ ପ୍ରଭୁ ଏକକର ମନ ସବୁ
ବୁଦ୍ଧି ଜ୍ଞାନେ ଶ୍ରେଷ୍ଠେ ଉଦ୍ଧାର ଏଭବୁ
ତୁମ ପ୍ରେମେ ଭିଜୁ ଥିବୁ ।