ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲେଶ୍ବର – ଆକସ୍ମିକ ଅଗ୍ନିକାଣ୍ଡରେ ପୋଡିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ବାଲେଶ୍ବର,୨୮/୫/୨୨- ବିପଦ କେତେବେଳେ କେମିତି କାହା ପାଇଁ ଆସେ ତାହା କଳ୍ପନା କରିବା ଅସମ୍ଭବ । ବିପଦର କାହାର ଜୀବନ ଯାଏ ତ କାହାର ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ମଧ୍ୟ ହୋଇଥାଏ । ଏପରିକି ଏକ ଘଟଣା ଦେଖିବାକୁ ମିଳିଛି ବର୍ତ୍ତନା ବଜାରରେ । ଖବର ସଂଗ୍ରହରୁ ଜଣାଯାଇଛି ଯେ ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ବର୍ତ୍ତନା ବଜାରରେ ସୁବ୍ରତ କୁମାର ପ୍ରଧାନଙ୍କର ଏକ ରଙ୍ଗ ଦୋକାନ ଥିଲା । ଗତକାଲି ଅର୍ଥାତ୍ ତା ୨୭/୫/୨୦୨୨ ରିଖ ରାତି ପ୍ରାୟ ଘ୧୦.୪୫ମି ସମୟରେ ବନ୍ଦ ଥିବା ଦୋକାନଟି କୌଣସି କାରଣରୁ ଅଗ୍ନିମୟ ହୋଇ ଉଠିଥିଲା । ବର୍ତ୍ତମାନ ଗରମ ଦିନ ଚାଲିଛି । ବାରମ୍ବାର ପାୱାର କଟ୍ ମଧ୍ୟ ଜାରି ରହୁଛି । ଗରମରେ ଶୋଇ ହେଉନଥିବାରୁ କେତେକ ଲୋକ ବାହାରେ ବୁଲାବୁଲି କରୁଥିବା ସମୟରେ ଦୋକାନ ଭିତରେ ନିଆଁ ଦେଖାଯାଉଥିବାର ନଜରକୁ ଆସିଥିଲା । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଖଇରା ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ । ଖବରପାଇ ଦମକଳ କେନ୍ଦ୍ରର ଇନଚାର୍ଯ୍ଯ ମାନସ କୁମାର ମହାନ୍ତି ଏବଂ ତାଙ୍କର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏଥିରେ ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ରଙ୍ଗ ଏବଂ ସରଞ୍ଜାମ ପୋଡି ନଷ୍ଟ ହୋଇଥିବାର ପ୍ରାଥମିକ ତଦନ୍ତରୁ ଜଣାଯାଇଛି । ଅଗ୍ନିକାଣ୍ଡର ସଠିକ୍ କାରଣ ଜଣାପଡି ନଥିଲେ ମଧ୍ୟ ଇଲେକ୍ଟ୍ରିକ୍ ସର୍ଟ ସର୍କିଟ ଯୋଗୁଁ ଏଭଳି ଆକସ୍ମିକ ଅଗ୍ନିକାଣ୍ଡ ଘଟି ଥାଇପାରେ ବୋଲି ଅନୁମାନ କରାଯାଉଛି । ସଠିକ୍ ସମୟରେ ଖଇରା ଅଗ୍ନିଶମସେବା କେନ୍ଦ୍ରର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଥିବାରୁ ବଜାରରେ ଥିବା ଅନ୍ୟ ଦୋକାନ ଗୁଡିକ ଏଭଳି ବିପଦରୁ ରକ୍ଷା ପାଇପାରିଛନ୍ତି । ଏଥିପାଇଁ ବଜାରବାସୀ ଅଗ୍ନିଶମସେବା କେନ୍ଦ୍ରର କର୍ମଚାରୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଧର୍ମଗଡ ଠାରେ ଜିଲ୍ଲା ସ୍ତରୀୟ ବିଶ୍ୱ ଆଦିବାସୀ ଦିବସ ପାଳିତ, ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଆଦିବାସୀ ଙ୍କ ଶୋଭାଯାତ୍ରା

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ଗଣେଶଙ୍କ ବିମୁଖ

Sunil Chandra Nayak

ପ୍ରିୟ ରଞ୍ଜନ ମୁଣ୍ଡ ଙ୍କ କବିତା ପାନ୍ଥଶାଳା

Sunil Chandra Nayak

Leave a Comment

error: Content is protected !!